(Big Breaking) ଜଣେ ବି ଅଙ୍ଗନବାଡି କର୍ମୀ ସୁଭଦ୍ରାରୁ ପଡିବେନି ବାଦ, କହିଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର- ଅଙ୍ଗନବାଡ଼ି କର୍ମୀଙ୍କ ପାଇଁ ଖୁସି ଖବର। ବର୍ତ୍ତମାନ ଅଙ୍ଗନବାଡ଼ି କର୍ମୀ ପାଇବେ ସୁଭଦ୍ରା ଟଙ୍କା। ଏନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ସୂଚନା ଜାରି କରିଛନ୍ତି। ପ୍ରଥମ କିସ୍ତିର ତୃତୀୟ ପର୍ୟ୍ୟାୟରେ ଅଙ୍ଗନବାଡ଼ି କର୍ମୀ ଟଙ୍କା ପାଇବେ। ଏହାର ତାଲିକା ପ୍ରସ୍ତୁତ ହେଉଛି, ଖୁବଶୀଘ୍ର ଜାରି ହେବ। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା କହିଛନ୍ତି ଯେ, ତୃତୀୟ ପର୍ୟ୍ୟାୟରେ ବାଦ ପଡିଥିବା ସମସ୍ତ ଅଙ୍ଗନବାଡ଼ି କର୍ମୀମାନଙ୍କୁ ସୁଭଦ୍ରା ଟଙ୍କା ମିଳିବା

ମନ୍ତ୍ରୀ କହିଛନ୍ତି କି ତୃତୀୟ ପର୍ଯ୍ୟାୟରେ ସମସ୍ତ ଅଙ୍ଗନବାଡି କର୍ମୀଙ୍କୁ ସୁଭଦ୍ରା ଯୋଜନାରେ ସାମିଲ କରାଯିବ । ସମସ୍ତ ଅଙ୍ଗନବାଡି କର୍ମୀଙ୍କ ଦସ୍ତାବିଜ ଯାଞ୍ଚ କରାଯିବ । ଏହା ବ୍ୟତୀତ ଏଯାଏଁ ବାଦ ପଡିଥିବା ମହିଳାଙ୍କୁ ନେଇ ମଧ୍ୟ ଆଜି ସଂଧ୍ୟାରେ ଏକ ବୈଠକ ବସିବ ବୋଲି ସୂଚନା ଦେଇଛନ୍ତି ପ୍ରଭାତୀ ପରିଡା । ୨ଲକ୍ଷ ୬୭ ହଜାର ଆବେଦନକାରୀ ଯୋଜନାରୁ ବାଦ ପଡିଥିବାରୁ ଆଜି ସମୀକ୍ଷା ହେବ । ଏଥିସହ ସେ କହିଛନ୍ତି କି, ୨୪ ତାରିଖ ସୁଦ୍ଧା ସୁଭଦ୍ରା ହିତାଧିକାରୀଙ୍କ ସଂଖ୍ୟା ୮୦ ଲକ୍ଷ ଟପିଯିବ ବୋଲି କହିଛନ୍ତି ପରିଡା ।

ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ସୁଭଦ୍ରାକୁ ନେଇ ଗୁରୁତ୍ୱପୂର୍ଣ୍ଣ ସୂଚନା ରହିଛି। ସେ କହିଛନ୍ତି, ‘ବାଦ୍ ପଡିଥିବା ସବୁ ଅଙ୍ଗନବାଡି କର୍ମୀଙ୍କୁ ତୃତୀୟ ପର୍ୟ୍ୟାୟରେ ମିଳିବ ସୁଭଦ୍ରା ଟଙ୍କା। ଏଥିରେ କୌଣସି ଯୋଗ୍ୟ ହିତାଧିକାରୀ ବାଦ୍ ପଡିବେନି। ଖାରଜ ହୋଇଥିବା ୨ ଲକ୍ଷ ୬୭ ହଜାର ଆବେଦନ ରି-ଚେକ୍ ହେବ। ବାରମ୍ବାର ଚେକ୍ ହେବ, କେହି ବି ବଞ୍ଚିତ ହେବେ ନାହିଁ। ଏଥିପାଇଁ ୧ ତାରିଖରେ ନୋଡାଲ ଏଜେନ୍ସି ନିଯୁକ୍ତ ହେବେ।’