ସବୁ ATM ସ୍ବାଭାବିକ ଭାବେ ଚାଲୁଛି, ଗୁଜବକୁ ବିଶ୍ବାସ କର ନାହିଁ: SBI

ସବୁ ATM ସହ ଡିଜିଟାଲ ସେବା ସ୍ବାଭାବିକ ଚାଲୁଛି କହିଲା ଏସବିଆଇ ।

ନୂଆଦିଲ୍ଲୀ: ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତେଜନା ଜାରି ରହିଛି । ଏହାରି ଭିତରେ ଅନେକ ମିଥ୍ୟା ଖବର ମଧ୍ୟ ପ୍ରସାରିତ ହେଉଛି । ଏସବିଆଇ ଟଙ୍କା ଉଠାଣକୁ ନେଇ ଏକ ଗୁଜବ ହୋଇଥିଲା । ଏହାରି ଭିତରେ ସ୍ପଷ୍ଟିକରଣ ଦେଇଛି ଏସବିଆଇ ।

ସବୁ ATM ସ୍ବାଭାବିକ ଭାବେ ଚାଲୁଛି କହିଲା SBI  । ସବୁ ATM ସହ ଡିଜିଟାଲ ସେବା ସ୍ବାଭାବିକ ଚାଲୁଛି । କୌଣସି ଗୁଜବକୁ ବିଶ୍ବାସ ନକରିବାକୁ SBI ପକ୍ଷରୁ ପରାମର୍ଶ ଦିଆଯାଇଛି ।

ଯଦି କୌଣସି ସମସ୍ୟା ରହିଛି ତାହେଲେ ନିକଟସ୍ଥ ବ୍ରାଞ୍ଚକୁ ଯାଇ ଜଣାନ୍ତୁ ବୋଲି କୁହାଯାଇଛି । ନଚେତ୍ ଟୋଲ୍ ଫ୍ରି ନମ୍ବରରେ କଲ୍ କରିବା ପାଇଁ କୁହାଯାଇଛି ।

କହିରଖୁଛୁ କି, କିଛି ସମୟ ପୂର୍ବରୁ ଇଣ୍ଡିଆନ୍ ଅଏଲ ପକ୍ଷରୁ ସ୍ପଷ୍ଟିକରଣ ଦିଆଯାଇଥିଲା । ସାରା ଦେଶରେ ଏହାର ପର୍ଯ୍ୟାପ୍ତ ଇନ୍ଧନ ଷ୍ଟକ୍ ଅଛି ଏବଂ ଏହାର କାର୍ଯ୍ୟକ୍ଷମ ଲାଇନ୍ ସୁରୁଖୁରୁରେ ଚାଲିଛି ।

ଗୁଜବକୁ ବିଶ୍ବାସ କର ନାହିଁ ତେଲ ମହଜୁତ ଅଛି ବୋଲି କୁହାଯାଇଛି ।