fbpx
BJD SKY
BJD SKY

ବାହାନଗା ଟ୍ରେନ ଟ୍ରାଜେଡି: ଏମ୍ସରେ ରହିଛି ସମସ୍ତ ମୃତଦେହ, ଶବ ଚିହ୍ନଟ ପାଇଁ ଯାଆନ୍ତୁ ନାହିଁ ଅନ୍ୟ ହସ୍ପିଟାଲ

BJD

ଭୁବନେଶ୍ୱର: ବାହାନଗା ଟ୍ରେନ ଦୁର୍ଘଟଣାରେ ୨୮୮ ଜଣଙ୍କ ମୃତ୍ୟୁ ଘଟିଛି । ଏଥିରୁ ୨୦୫ଟି ମୃତଦେହ ଚିହ୍ନଟ ହୋଇ ହସ୍ତାନ୍ତର ହୋଇଥିବା ବେଳେ ବାକି ୮୩ଟି ମୃତଦେହ ଏମ୍ସରେ ରହିଛି । ମୃତଦେହ ଖୋଜିବା ପାଇଁ ଅନ୍ୟ ହସ୍ପିଟାଲ ନ ଯିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ରେଳବାଇର ସୂଚନା ଅନୁଯାୟୀ, ମୃତକଙ୍କ ଦାବିଦାରମାନେ ଅନ୍ୟ କେଉଁ ଯାଗା ନ ଯାଇ ଭୁବନେଶ୍ୱର ଏମ୍ସରେ ପହଁଚିବା ଆବଶ୍ୟକ । କାରଣ ସେଠାରେ ସମସ୍ତ ମୃତଦେହକୁ ରଖାଯାଇଛି । ଶବ ଚିହ୍ନଟ ପାଇଁ ଡିଏଏନଏ ମ୍ୟାଚିଂ କରି ହସ୍ତାନ୍ତର କରାଯିବାର ବ୍ୟବସ୍ଥା ମଧ୍ୟ କରାଯାଇଛି ।

ଗତକାଲି ମୁଖ୍ୟ ଶାସନ ସଚିବ ମୃତ୍ୟୁ ସଂଖ୍ୟା ୨୮୮ ବୋଲି ନିଶ୍ଚିତ କରିଛନ୍ତି । ଭୁବନେଶ୍ୱରକୁ ଆସିଥିଲା ମୋଟ ୧୯୩ଟି ମୃତଦେହ । ବାଲେଶ୍ୱରରେ ୯୪ଟି ମୃତଦେହ ପରିବାର ଲୋକଙ୍କୁ ଦିଆଯାଇଥିଲା । ଏହାସହ ଭଦ୍ରକ ମେଡିକାଲରେ ଜଣେ ମୃତଦେହକୁ ପରିବାରକୁ ଦିଆଯାଇଛି । ଭୁବନେଶ୍ୱରକୁ ଆସିଥିବା ୧୯୩ଟି ମୃତଦେହରୁ ୧୧୦ଟି ଚିହ୍ନଟ ହୋଇ ପରିବାର ଲୋକଙ୍କୁ ଦିଆଯାଇଛି ।

Get real time updates directly on you device, subscribe now.