fbpx

ଅଲ ଇଣ୍ଡିଆ ତୃଣମୂଳ କଂଗ୍ରେସ ଟ୍ୱିଟର ଆକାଉଣ୍ଟ ହ୍ୟାକ୍

ନୂଆଦିଲ୍ଲୀ: ଅଲ ଇଣ୍ଡିଆ ତୃଣମୂଳ କଂଗ୍ରେସ ଟ୍ୱିଟର ଆକାଉଣ୍ଟ ହ୍ୟାକ୍ ହୋଇଛି। ଏହାର ନାମ ‘ଯୋଗ ଲ୍ୟାବ’ରେ ପରିବର୍ତ୍ତନ ହୋଇଥିବାରୁ ଟିଏମସି ର ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡେଲ ହ୍ୟାକ୍ ହୋଇଥିବା ଜଣାପଡିଛି। ଏହି ପେଜରେ ଏବେ ‘ଯୋଗ ଲ୍ୟାବ’ ଦ୍ୱାରା ଅଂଶୀଦାର ହୋଇଥିବା ବିଭିନ୍ନ ପୋଷ୍ଟଗୁଡିକ ଦେଖାଯାଉଛି, ଯେଉଁଥିରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଦ୍ୱାରା କରାଯାଇଥିବା କାର୍ଯ୍ୟର ଭିଡିଓ ରହିଛି।

ଟିଏମ୍‌ସି ଟ୍ୱିଟର ଆକାଉଣ୍ଟ ହ୍ୟାକ୍ କରିବା ପରେ, ହ୍ୟାକର ମାନେ ଲେଖିଛନ୍ତି, ‘ଖାଦ୍ୟ ହେଉଛି ଏକତା, ସମ୍ପ୍ରଦାୟ ଏବଂ ପରିଚୟର ପ୍ରତୀକ। ଏକତା ବଢାଇବା ତଥା ଲୋକଙ୍କ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟା ବିଷୟରେ ଆଲୋଚନା କରିବା ପାଇଁ ଆଞ୍ଚଲ୍ ଏକ୍ ଦିନ୍ ପଦକ୍ଷେପ ଅନୁଯାୟୀ ଆମର ନେତାମାନେ ସ୍ଥାନୀୟ ତଥା ସମ୍ପ୍ରଦାୟର ପ୍ରଭାବଶାଳୀ ବ୍ୟକ୍ତିଙ୍କ ସହ ମଧ୍ୟାହ୍ନ ଭୋଜନ ବାଣ୍ଟିଥିଲେ।’ ତେବେ ଏହି ଟୁଇଟ ପରେ ହ୍ୟକରମାନେ ଆଉ କୌଣସି ଟୁଇଟ କରି ନାହାନ୍ତି।

‘ଯୋଗ ଲ୍ୟାବ’ ହେଉଛି ଏକ ବ୍ଲକ୍ ଚେନ୍ ଟେକ୍ନୋଲୋଜି କମ୍ପାନୀ ଯାହାକି ଆମେରିକାରେ ଅବସ୍ଥିତ। ଏହା NFT ଏବଂ ଡିଜିଟାଲ୍ କଲେକ୍ଟିବଲ୍ ବିକାଶ କରେ। ଏହା କ୍ରିପ୍ଟୋକରେନ୍ସି ଏବଂ ଡିଜିଟାଲ୍ ମିଡିଆରେ ମଧ୍ୟ ବିଶେଷଜ୍ଞ ଅଟେ।

Get real time updates directly on you device, subscribe now.