fbpx

ଦେଖିଛନ୍ତି କି? ରିଲ୍ ଓ ରିଅଲ ଲାଇଫ୍ ଡ୍ରିମ୍ କପଲ୍ ଙ୍କ ଏଇ ୧୦ ରୋମାଣ୍ଟିକ ସିନେମା

ଆଉ ମାତ୍ର କିଛି ମୁହୁର୍ତ୍ତ ମଧ୍ୟରେ ପରସ୍ପରର ଜୀବନ ସାଥି ବନିଯିବେ ସବ୍ୟ - ଅର୍ଚ୍ଚିତା । ରିଲ୍ ନୁହେଁ ରିଅଲ ଲାଇଫ୍ ର ଡ୍ରିମ୍ କପଲ୍ ବନିବେ ଉଭୟ ।

ଆଉ ମାତ୍ର କିଛି ମୁହୁର୍ତ୍ତ ମଧ୍ୟରେ ପରସ୍ପରର ଜୀବନ ସାଥି ବନିଯିବେ ସବ୍ୟ – ଅର୍ଚ୍ଚିତା । ରିଲ୍ ନୁହେଁ ରିଅଲ ଲାଇଫ୍ ର ଡ୍ରିମ୍ କପଲ୍ ବନିବେ ଉଭୟ । ତେବେ , ରିଅଲ ରେ ଯୋଡ଼ି ସୁନ୍ଦର ବନିବା ଆଗରୁ ଆପଣ ସମସ୍ତେ ଉଭୟଙ୍କୁ ଦେଖିଥିଲେ ରୂପେଲି ପରଦାରେ ନଜର ପକେଇବା ସେ ସିନେମା ଉପରେ ଯାହା କୁ ଆପଣ ବେଶ୍ ପସନ୍ଦ କରିଥିଲେ


୧. ପାଗଳ କରିଛି ପାଉଁଜି ତୋର (୨୦୦୯)
ପୂଜା ବାଦଲଙ୍କ ପ୍ରେମରେ ପଡନ୍ତି କିନ୍ତୁ ବାଦଲଙ୍କୁ ହତ୍ୟା କରାଯିବା ପରେ ଆକାଶଙ୍କୁ ବିବାହ କରିବାକୁ ବାଧ୍ୟ କରାଯାଏ ପୂଜା ଙ୍କୁ। ଯଦିଓ ସେ ଆକାଶଙ୍କୁ ତାଙ୍କ ସ୍ୱାମୀ ଭାବରେ ଗ୍ରହଣ କରନ୍ତି ନାହିଁ, କିନ୍ତୁ ଏକ ଅପ୍ରତ୍ୟାଶିତ ଘଟଣା ପୂଜା ଓ ଆକାଶ ଜୀବନରେ ପରିବର୍ତ୍ତନ ଆଣିଥାଏ |


୨. ମୁଁ ସପନର ସୌଦାଗର (୨୦୦୮)
ବିଭୁକିଶୋର ଙ୍କ ଦ୍ଵାରା ବୋଲାଯାଇଥିବା ଏହି ସିନେମାର ଟାଇଟଲ ଟ୍ରାକ ବହୁତ୍ ଲୋକପ୍ରିୟ ହୋଇଥିଲା ଚନ୍ଦନ ଏବଂ ରାଜା ସର୍ବୋତ୍ତମ ବନ୍ଧୁ | ଚନ୍ଦନ ରାଜାଙ୍କ ଭଉଣୀ ଶ୍ରୀୟାଙ୍କୁ ଭଲ ପାଆନ୍ତି, କିନ୍ତୁ ସେ ଓମ୍ ( ସବ୍ୟଙ୍କୁ) ବିବାହ କରନ୍ତି | ଯେତେବେଳେ ଶ୍ରୀୟା ଜାଣନ୍ତି ଯେ ଓମ୍ ଏକ ସାଇକୋପାଥ୍ ସେତେବେଳେ ଚନ୍ଦନ ଶ୍ରୀୟାଙ୍କୁ ବଞ୍ଚେଇବାକୁ ଚେଷ୍ଟା କରନ୍ତି ।


୩. ମତେ ଆଣିଦେଲ ଲକ୍ଷେ ଫଗୁଣ (୨୦୦୮)
ଏହାର ଟାଇଟଲ ଟ୍ରାକ ଟି ମଧ୍ୟ ବେଶ୍ ଲୋକ ପ୍ରିୟ ହୋଇ ପାରିଥିଲା। ମଲ୍ଟି ଷ୍ଟାର ଏହି ସିନେମା କୁ ଲୋକ ବେଶ୍ ପସନ୍ଦ କରିଥିଲେ।


୪.କେବେ ତୁମେ ନାହଁ , କେବେ ମୁଁ ନାହିଁ (୨୦୧୨)
ଋତୁରାଜଙ୍କ ଧମକ ରେ ମିଳି ତାଙ୍କୁ ବିବାହ କରିବାକୁ ବାଧ୍ୟ ହୁଅନ୍ତି, ହେଲେ ମିଲି ଲୁଚିକରି ଭୁବନେଶ୍ଵର ଚାଲି ଆସନ୍ତି ଯେଉଁଠାରେ ସେ ସ୍ଵାଗତଙ୍କ

( ସବ୍ୟ) ପ୍ରେମରେ ପଡିଯାଆନ୍ତି ।


୫.କେଉଁ ଦୁନିଆଁରୁ ଆସିଲ ବନ୍ଧୁ (୨୦୦୯)
ଯେବେ ପୃଥିବୀ କୁ ଅନ୍ୟଗ୍ରହର ଏକ ଏଲିଆନ ଆସେ , ଅନେକଙ୍କ ଜୀବନ ଓ ଘଟଣା ବଦଳି ଯାଏ।


୬. ମୁଁ ଏକା ତୁମର (୨୦୧୩)
ଚିତ୍ରା ( ଅର୍ଚ୍ଚିତା) ତାଙ୍କ ଘରେ କାମ କରୁଥିବା ଜଣେ ମୁକ ବ୍ୟକ୍ତି ରାଜୁ(ସବ୍ୟ)ଙ୍କ ପ୍ରେମରେ ପଡ଼ିଛନ୍ତି | କ୍ରମଶଃ ଚିତ୍ରା ରାଜୁଙ୍କର ମୁକ ରହିବା ରହସ୍ୟ ଆବିଷ୍କାର କରନ୍ତି |


୭. ତୋର ମୋର ଯୋଡ଼ି ସୁନ୍ଦର (୨୦୧୦)
ପ୍ରେଖ୍ୟାଳୟ ରେ ଏତେଟା ସଫଳତା ପାଇ ନଥିଲେ ବି ଏହି ସିନେମା ଗୀତ ଲୋକ ବେଶ୍ ପସନ୍ଦ କରିଥିଲେ । ସବ୍ୟ ଓ ଅର୍ଚ୍ଚିତାଙ୍କ ଯୋଡ଼ି ମନକୁ ବେଶ୍ ପାଇଥିଲା ଓ ଯୋଡ଼ି ପୁରା ସୁନ୍ଦର୍ ଥିଲା।


୮. ସ୍ମାଇଲ ପ୍ଲିଜ୍ (୨୦୧୪)
ଏହା ସବ୍ୟଙ୍କ ହୃଦୟ ପାଖର ଏକ ସିନେମା , ଓ ସବ୍ୟ ଏହାକୁ ଜୀବନର ମନ୍ତ୍ର ବି କରିନେଇଛନ୍ତି । ସମସ୍ତଙ୍କୁ ସେ ସାହାଯ୍ୟ ବି କରନ୍ତି ଆଉ କୁହନ୍ତି ସ୍ମାଇଲ ପ୍ଲିଜ୍ ।

ଏହି ସିନେମାରେ ସେ ଏକ ଫୋଟୋଗ୍ରଫର୍ ଭୂମିକା ରେ ନଜର ଆସିଥିଲେ ଯିଏ ସମସ୍ତଙ୍କୁ ହସିବାକୁ ଚାହାନ୍ତି  ଓ ସମସ୍ତଙ୍କୁ ସାହାଯ୍ୟ କରନ୍ତି । ଏହି ସିନେମା ରେ ସ୍ନେହା ଭୂମିକାରେ ନଜର ଆସନ୍ତି ଅର୍ଚ୍ଚିତା ।


୯.ପିଲାଟା ବିଗିଡିଗଲା (୨୦୧୫)


୧୦.ବାଏ ବାଏ ଦୁବାଇ (୨୦୧୬)
ନିଶା ଓଡିଶାରେ ରୁହନ୍ତି ଏବଂ ଦୁବାଇ ଯିବାକୁ ପାଗଳ ଥିବା ପ୍ରେମ( ସବ୍ୟ)ଙ୍କୁ ପ୍ରେମ କରନ୍ତି।

ହେଲେ ପ୍ରେମଙ୍କ ପିତା ତାଙ୍କ କଠୋର ଦୃଷ୍ଟିକୋଣ ଏବଂ ନୀତି ସହିତ ନିଶା ଓ ପ୍ରେମ ଙ୍କ ପାଇଁ ଅଡ଼ୁଆ ସୃଷ୍ଟି କରନ୍ତି |
ତେବେ ଏ ଥିଲା ୧୦ ଟି ଏମିତି ସିନେମା ଯାହାକୁ ଦର୍ଶକ ଖୁବ୍ ପସନ୍ଦ କରିଥିଲେ  ଓ ଚାହିଁଥିଲେ ରିଅଲ୍ ଲାଇଫ ରେ ଉଭୟ ସାଥି ହେଇ ରୁହନ୍ତୁ ।

ତେବେ ଉଭୟଙ୍କୁ ଆମ ତରଫରୁ ଅନେକ ଭଲ ପାଇବା ଓ ଅଭିନନ୍ଦନ ।

Get real time updates directly on you device, subscribe now.