fbpx

ବିଧାନସଭାରୁ ହଟିଲା କୋଭିଡ କଟକଣା,ସାମ୍ବାଦିକ ମାନଙ୍କୁ ପ୍ରେସ ଗ୍ୟାଲେରୀ ଯିବାକୁ ମିଳିଲା ଅନୁମତି

ଭୁବନେଶ୍ୱର: କୋଭିଡ ମହାମାରୀ ପାଇଁ ବିଧାନସଭାରେ ବହୁ କଟକଣା ଲାଗୁ କରାଯାଇଥିଲା । ବର୍ତ୍ତମାନ ଏହି ସବୁ କଟକଣାକୁ ସମ୍ପୁର୍ଣ୍ଣ ଭାବେ ହଟାଇ ଦିଆଯାଇଛି । ଏଥର ବିଧାନସଭାରେ ସନ୍ଧ୍ୟା ୭ଟା ଯାଏଁ ଗୃହ ଚାଲିବାକୁ ଥିବା ବେଳେ ସାମ୍ବାଦିକ ମାନଙ୍କୁ ପ୍ରେସ ଗ୍ୟାଲେରୀ ରେ ଭିତରକୁ ଯିବାକୁ ଅନୁମତି ମିଳିବ । ଏହାର ସୂଚନା ଦେଇଛନ୍ତି ବାଚସ୍ପତି ବିକ୍ରମ କେଶରୀ ଆରୁଖ । ଆଜି ବିଧାନସଭା ପାଇଁ ସର୍ବଦଳୀୟ ବୈଠକ ଡାକାଯାଇଥିଲା । ଯେଉଁଥିରେ କୁହାଯାଇଛି ଯେ ଚଳିତ ଥର କଟକଣାରେ ନୁହେଁ ବର ସ୍ୱଭାବିକ ଭାବେ ଗୃହ ଚାଲିବ ।

ସୂଚନାମୁତାବକଆସନ୍ତା ନଭେମ୍ବର ୨୪ରୁ ଆରମ୍ଭ ହେବାକୁ ଯାଉଛି ରାଜ୍ୟ ବିଧାନସଭାର ଶୀତକାଳିନ ଅଧିବେସନ । ଶୀତ ଅଧିବେଶନରେ ମୋଟ ୩୩ଟି କାର୍ଯ୍ୟ ଦିବସ ରହିଛି । ଏହି ବୈଠକରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ୨୦୨୨-୨୩ ଆର୍ଥିକ ବର୍ଷ ଲାଗି ଅତିରିକ୍ତ ବଜେଟ ଆଗତ କରିପାରନ୍ତି ବୋଲି ସୂଚନା ମିଳିଛି । ଏଥିପାଇଁ ଖୁବ ଜୋରରେ ପ୍ରସ୍ତୁତି ଲାଗି ରହିଛି ।

ବିଧାନସଭା  ପ୍ରଥମ ଦିନରେ ଅତିରିକ୍ତ ବଜେଟ ଆଗତ ହେବ । ଡ଼ିସେମ୍ବର ୨ରେ ପାରିତ ହେବ ବ୍ୟୟ ମଞ୍ଜୁରୀ ବିଲ । ଏହି ଶୀତକାଳୀନ ଅଧିବେଶନକୁ ରାଜ୍ୟପାଳଙ୍କ ଅନୁମୋଦନ ମିଳିଛି । ଏହି ଅଧିବେଶନଟି ନଭେମ୍ବର ୨୪ରୁ ଆରମ୍ଭ ହୋଇ ଡ଼ିସେମ୍ବର ୩୧ରେ ଶେଷ ହେବାକୁ ନିଷ୍ପତ୍ତି ନିଆଯାଇଛି ।

Get real time updates directly on you device, subscribe now.