fbpx

ବ୍ରହ୍ମାସ୍ତ୍ରକୁ ପଛରେ ପକାଇବ ଦୃଶ୍ୟମ-୨! ତିନି ଦିନରେ ଏତିକି କୋଟି ରୋଜଗାର…

ମୁମ୍ବାଇ: ଲକଡାଉନ୍ ପରଠାରୁ ସବୁ କ୍ଷେତ୍ରରେ ମାନ୍ଦାବସ୍ତା ଦେଖାଦେଇଛି । କିନ୍ତୁ ଖାସ କରି ସିନେମା କ୍ଷେତ୍ରରେ ଏହା ଅଧିକ ମାତ୍ରାରେ ଦେଖିବାକୁ ମିଳିଛି । ତେବେ ୨୦୧୯ ପରେ ଅନେକ ଫିଲ୍ମ ରିଲିଜ ହେଉଥିଲେ ମଧ୍ୟ କିଛି ଫିଲ୍ମ ଭଲ ରୋଜଗାର କରିବାକୁ ସକ୍ଷମ ହେଉଛନ୍ତି । ତେବେ ସେହିଭଳି ଏକ ଫିଲ୍ମ ହେଉଛି ଦୃଶ୍ୟମ୍-୨ । ଯାହାକି ମୁକ୍ତିଲାଭ ପରଠାରୁ ବକ୍ସ ଅଫିସରେ ଦ୍ରୁତ ଗତିରେ ଆଗେଇ ଚାଲିଛି । ତେବେ ଏହା ପୂର୍ବରୁ ବ୍ରହ୍ମାସ୍ତ୍ର ମଧ୍ୟ ବକ୍ସ ଅଫିସରେ ବହୁତ ଭଲ ରୋଜଗାର କରିଥିଲା । କିନ୍ତୁ ଦୃଶ୍ୟମ୍-୨ ମୁକ୍ତିଲାଭ ପରେ ଏହା ବ୍ରହ୍ମାସ୍ତ୍ରକୁ ପଛରେ ପକାଇବ ବୋଲି ଚର୍ଚ୍ଚା ଜୋର ଧରିଛି ।

ତିନି ଦିନରେ ଏତିକି କୋଟି ରୋଜଗାର:ଅଜୟ ଦେବଗନ୍ ଙ୍କ ଅଭିନୀତ ଦୃଶ୍ୟମ-୨ ଚଳଚ୍ଚିତ୍ର ମୁକ୍ତିଲାଭର ପ୍ରଥମ ଦିନରେ ହିଁ ୧୫ କୋଟି ୩୮ ଲକ୍ଷ ଟଙ୍କାର ରୋଜଗାର କରିଛି । ତେବେ ଏହା ସମସ୍ତ ସିନେମାଘରେ ମାତ୍ର ୩ ଦିନ ହେବ ପଡିଛି । କିନ୍ତୁ ତିନି ଦିନରେ ଦୃଶ୍ୟମ-୨ଚଳଚ୍ଚିତ୍ର ପାଖାପାଖି ୬୪ କୋଟି ୧୪ ଲକ୍ଷ ଟଙ୍କା ରୋଜଗାର କରିଛି । ତେବେ କୁହାଯାଉଛି ଯେ ଫିଲ୍ମ ଟି ଯଦି ଏହିଭଳି ଭାବରେ ରୋଜଗାର କରିବ ତେବେ ଏହା ମାତ୍ର ୨୪ ଦିନରେ ହିଁ ୧୦୦ କୋଟିର ରୋଜଗାରକୁ ପାର କରିଦେବ । ତେବେ ଏହି ଦୃଶ୍ୟମ-୨ ଚଳଚ୍ଚିତ୍ରକୁ ବହୁ ମାତ୍ରାରେ ସାଉଥ ପବ୍ଲିସିଟି ମିଳୁଛି । ଯାହାକି ତାର ବିଜନେସ ଗ୍ରୋଥକୁ ବଢାଇବାରେ ମୁଖ୍ୟ ଭୁମିକା ଗ୍ରହଣ କରିଛି ।

ତେବେ ପ୍ରଥମ ସପ୍ତାହରେ ହିଁ ପାଖାପାଖି ୬୫ କୋଟି ରୋଜଗାର କରିଥିବା ଫିଲ୍ମ ଦୃଶ୍ୟମ୍-୨ ଫାଷ୍ଟ ୱିକାଣ୍ଡ କଲେକସନ ବ୍ରହ୍ମାସ୍ତ୍ର ଚଳଚିତ୍ର ଠାରୁ ମାତ୍ର ଗୋଟିଏ ପାଦ ପଛରେ ଅଛି । ତେବେ ବ୍ରହ୍ମାସ୍ତ୍ର ମାତ୍ର ଗୋଟିଏ ସପ୍ତାହରେ ୯୮ କୋଟି ଟଙ୍କା ରୋଜଗାର କରିଥିଲା । ଯାହାକି ଚଳିତ ବର୍ଷର ସବୁଠାରୁ ବଡ ବଜେଟ୍ । ସେହିପରି ଦୃଶ୍ୟମ୍ -୨ ମଧ୍ୟ ମାତ୍ର ୩ ଦିନରେ ୬୪ କୋଟି ଟଙ୍କା ରୋଜଗାର କରିଛି । ଯାହାଫଳରେ ଏହି ଫିଲ୍ମ ଚଳିତ ବର୍ଷର ଦ୍ୱିତୀୟ ବଡ ବଜେଟ୍ ହୋଇଛି । ତେବେ କୁହାଯାଉଛି ଯଦି ଦୃଶ୍ୟମ-୨ କିଛି ଦିନ ଏହିପରି ଭାବରେ ସିନେମାଘରେ ଚାଲିବ । ତେବେ ଏହା ବ୍ରହ୍ମାସ୍ତ୍ରକୁ ମଧ୍ୟ ପଛରେ ପକାଇଦେବ ବୋଲି ଚର୍ଚ୍ଚା ଜୋର ଧରିଛି ।

Get real time updates directly on you device, subscribe now.