fbpx

କୋର୍ଟରେ ଶୁଣାଣି ସମୟରେ ଅଚାନକ ଚାଲିଲା ଆଡଲ୍ଟ ଭିଡିଓ, ତୁରନ୍ତ କେସ୍ ବନ୍ଦ କଲେ ଜଜ

ନୂଆଦିଲ୍ଲୀ: କରୋନା ଭାଇରସ୍ ସଂକ୍ରମଣ ଏବଂ ସୁରକ୍ଷାକୁ ଦୃଷ୍ଟିରେ ରଖି ଗତ କିଛି ସମୟରୁ କୋର୍ଟରେ ଭର୍ଚୁଆଲ ଶୁଣାଣି ଜାରି ରହିଛି। ତେବେ ଏହା ମଧ୍ୟରେ ବ୍ରିଟେନରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଶୁଣାଣି ସମୟରେ ହଠାତ ସ୍କ୍ରିନରେ ଜୋରରେ ଶବ୍ଦ ସହିତ ଆଡଲ୍ଟ କ୍ଲିପ୍ ଚାଲିଥିଲା। ଏଥିରେ କ୍ଷୁବ୍ଧ ଜଜ ତୁରନ୍ତ କେସକୁ ରଦ୍ଦ କରି ଘଟଣାର ତଦନ୍ତ ଆଦେଶ ଦେଇଛନ୍ତି। ଘଟଣା ସମୟରେ କୋର୍ଟ ରୁମରେ ଅନେକ ଲୋକ ଉପସ୍ଥିତ ଥିଲେ।

ବ୍ରିଟିଶ ଖବରକାଗଜ ଡେଲି ଷ୍ଟାର ଅନୁଯାୟୀ, ଯେଉଁ ସମୟରେ ଏହି ଅଭାବନୀୟ  ଘଟଣା ଘଟିଲା ସେହି ସମୟରେ ୟର୍କସାୟରର ସବୁଠୁ ବରିଷ୍ଠ ବିଚାରପତି ଜେରେମି ରିଚାର୍ଡସନ କ୍ୟୁସି ଡ୍ରଗ୍ସ ଏବଂ ମୋବାଇଲ ଫୋନ ତସ୍କରି ମାମଲାର ଶୁଣାଣି କରୁଥିଲେ। ତେବେ ହଠାତ ସ୍କ୍ରିନରେ ଶବ୍ଦ ସହିତ ଆଡଲ୍ଟ କ୍ଲିପ୍ ଚାଲିଥିଲା। ଘଟଣାକୁ ନେଇ କୋର୍ଟ ରୁମରେ ସମସ୍ତେ ନିଜକୁ ଲଜ୍ଜିତ ଅନୁଭବ କରିଥିଲେ।

ଜଣେ ଓକିଲ କହିଛନ୍ତି, ଜୋରରେ ଶବ୍ଦ ଶୁଣିବାକୁ ମିଳିଥିଲା। ବିଚାରପତି ତୁରନ୍ତ ମାଇକ୍ରୋଫୋନ ମ୍ୟୁଟ୍ କରିବାକୁ କହିଥିଲେ ହେଁ ଏହା ବନ୍ଦ ହୋଇନଥିଲା। ତୁରନ୍ତ ଜଜ ଶୁଣାଣି ରଦ୍ଦ କରିଥିଲେ। ଘଟଣାର ତଦନ୍ତ ପାଇଁ ଜଜ ଆଦେଶ ଦେଇଛନ୍ତି। କିଛି ରିପୋର୍ଟ ଅନୁଯାୟୀ ଏମିତି କାମ ପଛରେ କିଛି ଲୋକଙ୍କ ହାତ ରହିଛି। ଶୁଣାଣି ସମୟରେ ଭିଡିଓ ଲିଙ୍କକୁ ହ୍ୟାକ୍ କରି ନିଆଯାଇଥିଲା। ନିକଟ ଦିନରେ ଏମିତି ଘଟଣାକୁ ନେଇ ଜଜ ଭିଡିଓ ଲିଙ୍କକୁ ନେଇ ଅଭିଯୋଗ କରିଥିଲେ।

Get real time updates directly on you device, subscribe now.