fbpx
BSKY
BJD YOUTH SKY
BJD MS SKY

କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଦେଲେ ହଳଦିଆ ଚାଉଳ, କାହିଁକି ଦେଲେ ଜାଣନ୍ତୁ ?

ମୁମ୍ବାଇ: କଂଗ୍ରେସର ଭାରତ ଯୋଡୋ ଯାତ୍ରା ବର୍ତ୍ତମାନ ମଧ୍ୟପ୍ରଦେଶରେ ପ୍ରବେଶ କରିବାକୁ ଯାଉଛି । ଯାହାକୁ ସଫଳ ବନାଇବା ପାଇଁ ପାର୍ଟିର ନେତା ଏବଂ କାର୍ଯ୍ୟକର୍ତ୍ତା ଜୋରସୋରରେ ଲାଗି ପଡିଛନ୍ତି । ଏହା ପୂର୍ବରୁ ପ୍ରଦେଶ କଂଗ୍ରେସ କମିଟିର ନେତାମାନେ ରାହୁଲ ଗାନ୍ଧୀଙ୍କୁ ନିମନ୍ତ୍ରଣ କାରିବା ପାଇଁ ଏକ ନିର୍ଦ୍ଦିଷ୍ଟ ପଦ୍ଧତି ଆପଣେଇଛନ୍ତି । ସେ ତାଙ୍କୁ ହଳଦିଆ ଚାଉଳ ଦେଇ ନିମନ୍ତ୍ରଣ କରିଛନ୍ତି । ବର୍ତ୍ତମାନ ଭାରତ ଯୋଡ ଯାତ୍ରା ମହାରାଷ୍ଟ୍ରରେ ଚାଲିଛି । ଏବଂ ଏହା ୨୩ ନଭେମ୍ବରରେ ମଧ୍ୟପ୍ରଦେଶ ଓ ବୁରହାନପୁର ଜିଲ୍ଲାରେ ପ୍ରବେଶ କରିବ ।

ପ୍ରଦେଶ କଂଗ୍ରେସ କମିଟିର ଅରୁଣ ଯାଦବ ଏବଂ ସୁରେନ୍ଦ୍ର ସିଂହ ଶେରା ମହାରାଷ୍ଟ୍ରର କରୋଳି ଠାରେ ପହଁଚି ଥିଲେ । ସେମାନେ ସେଠାରେ ଏକ ପାରମ୍ପରିକ ରୀତି ଅନୁସାରେ ମଧ୍ୟପ୍ରଦେଶରେ ପ୍ରବେଶ କରିବା ପାଇଁ ନିମନ୍ତ୍ରଣ କରିଥିଲେ । ରାହୁଲ ଗାନ୍ଧୀଙ୍କୁ ହଳଦିଆ ଚାଉଳ ଦେଇ ମଧ୍ୟପ୍ରଦେଶ ଆସିବାକୁ ନିମନ୍ତ୍ରଣ କରାଯାଇଥିଲା । କହିବାକୁ ଗଲେ ମଧ୍ୟପ୍ରଦେଶରେ କାହାକୁ ନିମନ୍ତ୍ରଣ ପାଇଁ ହେଲେ ସେଠାରେ ହଳଦିଆ ଚାଉଳର ବ୍ୟବହାର ହୋଇଥାଏ ।

ଭାରତ ଯୋଡ ଯାତ୍ରାରେ ଜନ ସମାରୋହକୁ ବୃଦ୍ଧି କରିବା ପାଇଁ ଘରେ ଘରେ ହଳଦିଆ ଚାଉଳ ଦିଆଯାଇ ନିମନ୍ତ୍ରଣ କରାଯାଉଛି । ତେବେ ୨୯ ନଭେମ୍ବର ଦିନ କଂଗ୍ରେସର ଭାରତ ଯୋଡୋ ଯାତ୍ରା ବାବା ମହାକାଲର ନଗରୀ ଉଜୟିନୀରେ ଆସି ପହଁଚିବେ । ଏହାଦ୍ୱାରା ରାହୁଲ ଗାନ୍ଧୀ ମହାକାଲଙ୍କୁ ଦର୍ଶନ କରି ଜନସଭାକୁ ସମ୍ବୋଧିତ କରିବେ । ତେଣୁ ୨୩ ନଭେମ୍ବର ଦିନ ମଧ୍ୟପ୍ରଦେଶରେ ପ୍ରବେଶ କରିବେ ରାହୁଲ ଗାନ୍ଧୀ । ଏହା ୫ଡିସେମ୍ବର ପର୍ଯ୍ୟନ୍ତ ମଧ୍ୟପ୍ରଦେଶରେ ଚାଲିବ ଏହାପରେ ରାଜସ୍ଥାନରେ ପ୍ରବେଶ କରିବ।

Get real time updates directly on you device, subscribe now.