ନୂଆଦିଲ୍ଲୀ: ସାରା ଦେଶରେ ବର୍ତ୍ତମାନ ପ୍ରବଳ ବର୍ଷା ଲାଗି ରହିଛି । ପ୍ରବଳ ବର୍ଷା ଏବଂ ବଜ୍ରପାତ ଯୋଗୁଁ ବିଭିନ୍ନ ସ୍ଥାନରେ ସାଧାରଣ ଲୋକଙ୍କ ଅବସ୍ଥା ଗମ୍ଭୀର ହୋଇ ପଡ଼ିଛି । ତେବେ ଏଭଳି ପରିସ୍ଥିତିରେ ପିଲାମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସମସ୍ତ ସ୍କୁଲ ବନ୍ଦ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି । ବୋର୍ଡର ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସରକାରୀ-ବେସରକାରୀ ସ୍କୁଲଗୁଡ଼ିକୁ ବନ୍ଦ ରକିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ ।
ସୂଚନା ଅନୁସାରେ, ଉତ୍ତରପ୍ରଦେଶରେ ଲଗାଣ ବର୍ଷା ଯୋଗୁଁ ସ୍ଥିତି ବେହାଲ ହୋଇଛି । ଏହାସହିତ ଲକ୍ଷ୍ନୌର ବିଭିନ୍ନ ସ୍ଥାନରେ ବଜ୍ରପାତ ଯୋଗୁଁ ଧନଜୀବନ ନଷ୍ଟ ହେଉଛି । ତେବେ ଏହି ପରିସ୍ଥିତିରେ ଛାତ୍ରଛାତ୍ରୀମାନଙ୍କ ସୁରକ୍ଷା ଗଣଶିକ୍ଷା ବିଭାଗ ପାଇଁ ଏକ ପ୍ରମୁଖ ବିଷୟ ପାଲଟିଯାଇଛି । ତେଣୁ ଲକ୍ଷ୍ନୌର ସମସ୍ତ ସରକାରୀ ଏବଂ ବେସରକାରୀ ସ୍କୁଲ ଗୁଡ଼ିକରେ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଆଜି ଛୁଟି ଘୋଷଣା କରାଯାଇଛି । ଜିଲ୍ଲାପାଳ ସୂର୍ଯ୍ୟପାଲ ଗଙ୍ଗୱାର ଏ ନେଇ ଘୋଷଣା କରିଛନ୍ତି । ଜିଲ୍ଲା ଅଧିକାରୀଙ୍କ ସୂଚନା ଅନୁସାରେ, ଏହି ନିର୍ଦ୍ଦେଶ ଜିଲ୍ଲାର ସମସ୍ତ ସରକାରୀ ଏବଂ ବେସରକାରୀ ସ୍କୁଲଗୁଡ଼ିକ ପାଇଁ ଏହି ଛୁଟି ଘୋଷଣା ହୋଇଛି ।