fbpx

All Time Incredible IPL-16: ଧୋନୀ ଅଧିନାୟକ, ଜାଣନ୍ତୁ କେଉଁ ଖେଳାଳିଙ୍କୁ ମିଳିଲା ସୁଯୋଗ

ନୂଆଦିଲ୍ଲୀ: ମାର୍ଚ୍ଚ ୨୨ ତାରିକରୁ ଆରମ୍ଭ ହେବାକୁ ଯାଉଛି ଆଇପିଏଲ-୨୦୨୪ର ମହାକୁମ୍ଭ । ତେବେ ଏଥିପାଇଁ ବର୍ତ୍ତମାନ ପର୍ଯ୍ୟନ୍ତ ସୂଚୀ ଜାରି ହୋଇ ନଥିବା ବେଳେ ଏହି ଟୁର୍ଣ୍ଣାମେଣ୍ଟକୁ ନେଇ ଚର୍ଚ୍ଚା ଲାଗି ରହିଛି । ଏହାମଧ୍ୟରେ ଷ୍ଟାର ସ୍ପୋର୍ଟସ ତରଫରୁ All Time Incredible IPL-16 ଘୋଷଣା ହୋଇଯାଇଛି । ଏହି ଦଳରେ ଆଇପିଏଲର ସମସ୍ତ ୧୬ଟି ସିଜନରୁ ସର୍ବଶ୍ରେଷ୍ଠ ୧୬ ଜଣ ଖେଳାଳିଙ୍କୁ ସାମିଲ କରିଛି ଷ୍ଟାର ସ୍ପୋର୍ଟସ । ଏହି ଦଳରେ ଜଣେ କୋଚ୍ ସାମିଲ ରହିଥିବା ବେଳେ ଇମ୍ପାକ୍ଟ ଏବଂ ବିକଳ୍ପ ଖେଳାଳି ମଧ୍ୟ ସାମିଲ ହୋଇଛନ୍ତି ।

ଷ୍ଟାର ସ୍ପୋର୍ଟସର ଜୁରୀ ମେମ୍ବନ୍ଟମ୍ ମୁଡି, ଡେଲ୍ ଷ୍ଟେନ୍, ୱାସିକ ଆକ୍ରମ ଏବଂ ମାଥ୍ୟୁ ହେଡେନ୍ ଏହି ୧୬ ଜଣ ଖେଳାଳିଙ୍କ ନାମ ଚୟନ କରିଛନ୍ତି । ଏହି ଦଳର କୋଚ୍ ପଦରେ ଚେନ୍ନାଇ ସୁପର କିଙ୍ଗସ କୋଚ୍ ଷ୍ଟଫେନ ଫ୍ଲେମିଙ୍ଗ ରହିଛନ୍ତି । ତେବେ ଲିଗର ସର୍ବଶ୍ରେଷ୍ଠ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କୁ ଏହି ଦଳର ଅଧିନାୟକ ପଦ ଦେଇଛନ୍ତି ଜୁରୀ ମେମ୍ବର । ରୋହିତ ଏବଂ ଧୋନୀଙ୍କ ମଧ୍ୟରୁ ସର୍ବଶ୍ରେଷ୍ଠ ଅଧିନାୟକ ବାଛିବା ସମୟରେ ସମସ୍ତ ଜୁରୀ ସଦସ୍ୟ ଧୋନୀଙ୍କ ଭୋଟ୍ ଦେଇଥିଲେ । ତେବେ କ୍ୟାପଟେନ୍ କୁଲ ମାହିଙ୍କ ବ୍ୟତୀତ ରୋହିତ ଶର୍ମା, ବିରାଟ କୋହଲି, ଡାଭିଡ ୱାର୍ଣ୍ଣର ଏବଂ ଏବି ଡିଭିଲିୟର୍ସଙ୍କ ଭଳି ଖେଳାଳି ଦଳରେ ସ୍ଥାନ ପାଇଛନ୍ତି । କିନ୍ତୁ ୟୁନିଭର୍ସ ବସ୍ କ୍ରିସ ଗେଲ୍ ପ୍ଲେଇଙ୍ଗ-୧୧ ରେ ନିଜ ସ୍ଥାନ ପକ୍କା କରି ପାରି ନାହାନ୍ତି ।

All Time Incredible IPL-16 ଦଳରେ ଓପନର ଭାବେ ଅଷ୍ଟ୍ରେଲୀୟ ଷ୍ଟାର କ୍ରିକେଟର ଡାଭିଡ ୱାର୍ଣ୍ଣରଙ୍କ ସହିତ ରୋହିତ ଶର୍ମାଙ୍କ ନାମ ସାମିଲ କରାଯାଇଛି । ଏହାପରେ ତୃତୀୟ ନମ୍ବରରେ କିଙ୍ଗ କୋହଲି ଦଳରେ ରହିଥିବା ବେଳେ ଏହାପରେ ପୂର୍ବତନ କ୍ରିକେଟର ଏବି ଡିଭିଲିୟର୍ସଙ୍କୁ ୪ ନମ୍ବରରେ ରଖିଛନ୍ତି ଜୁରୀ ମେମ୍ବର । ପଞ୍ଚମ ସ୍ଥାନରେ ଚେନ୍ନାଇର ପୂର୍ବତନ ଖେଳାଳି ମିଷ୍ଟର ଆଇପିଏଲ ସୁରେଶ ରାଇନାଙ୍କୁ ଦଳରେ ସାମିଲ କରାଯାଇଛି । ଏହାପରେ ତଥା ୱିକେଟ କିପର ଭାବେ ମହେନ୍ଦ୍ର ସିଂହ ଧୋନି ଦଳରେ ଅଧିନାୟକ ପଦରେ ରହିଛନ୍ତି । ମଧ୍ୟକ୍ରମରେ ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା, ରବିନ୍ଦ୍ର ଜାଡେଜା ଏବଂ ରାସିଦ ଖାନଙ୍କୁ ଏହି ଦଳରେ ସ୍ଥାନ ଦିଆଯାଇଛି । ତେବେ ମୁମ୍ବାଇ ଇଣ୍ଡିଆନ୍ସର ଲାସିଥ ମାଲିଙ୍ଗା ଏବଂ ଜଶପ୍ରୀତ ବୁମରାହଙ୍କୁ ବୋଲିଂ ବିଭାଗରେ ପ୍ରମୁଖ ଦାୟିତ୍ୱ ପ୍ରଦାନ କରାଯାଇଛି ।

ଏହାବ୍ୟତୀତ ୱେଷ୍ଟଇଣ୍ଡିଜ ତଥା ପଞ୍ଜାବ କିଙ୍ଗସର ପୂର୍ବତନ କ୍ରିକେଟର କ୍ରିସ ଗେଲ୍ ପ୍ଲେିଙ୍ଗ-୧୧ରୁ ବାଦ୍ ପଡ଼ିଥିଲେ ମଧ୍ୟ ୧୬ ଜଣ ସଦସ୍ୟଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି । ଇମ୍ପାକ୍ଟ ପ୍ଲେୟର ବା ସବଷ୍ଟିଚ୍ୟୁଟ ଖେଳାଳି ଭାବରେ ଏହି ଦଳରେ ସାମିଲ ରହିଛନ୍ତି କ୍ରିସ ଗେଲ୍ । ତାଙ୍କ ବ୍ୟତୀତ ଷ୍ଟାର ବୋଲର ୟୁଜବେନ୍ଦ୍ର ଚହଲ, ଭୁବନେଶ୍ୱର କୁମାର ଏବଂ ଆନ୍ଦ୍ରେ ରସେଲ ଏହି ତାଲିକାରେ ସାମିଲ ହୋଇଛନ୍ତି ।

Get real time updates directly on you device, subscribe now.