fbpx
BSKY SKY
BSKY SKY

ଝିଅଟିର Viral Reel ରେ କମେଣ୍ଟ କଲେ ଶୁଭମନ ଗିଲ, ଲୋକେ କହିଲେ -‘ଏବେ ଠାରୁ ଆମେ ଏପରି ରିଲ କରିବୁ’

BSKY

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଆପଣ ଦେଖୁଥିବେ ଯେ, ଲୋକମାନେ ସେଲିବ୍ରିଟୀ ଏବଂ ଫେମସ ଖେଳାଳିଙ୍କ ସହ ଜଡ଼ିତ ପୋଷ୍ଟ କ୍ରିଏଟ କରୁଛନ୍ତି ଏବଂ ଏହାକୁ ସେୟାର କରୁଛନ୍ତି । ସେୟାର କରାଯାଉଥିବା ଭିଡିଓ ଭାଇରାଲ ମଧ୍ୟ ହୁଏ । କିନ୍ତୁ ବେଳେବେଳେ ଏପରି ହୋଇଥାଏ ଯେ, ସେହି ପୋଷ୍ଟରେ ସେଲିବ୍ରିଟୀଙ୍କ ପ୍ରତିକ୍ରିୟା ମିଳିଯାଏ ।

ଇନଷ୍ଟାଗ୍ରାମରେ ଜଣେ ଝିଅ ଶୁଭମନ ଗିଲଙ୍କ ଫଟୋ ଲଗାତାର ଏକ ରିଲ ସେୟାର କରୁଥିଲା । ଏହି ରିଲରେ ସେ ଲେଖିଛନ୍ତି ଯେ, ଯଦି ଶୁଭମନ ଏହି ରିଲ ତଳେ କମେଣ୍ଟ କରୁଛନ୍ତି ତେବେ କାଲିଠାରୁ ପାଠ ପଢା ଆରମ୍ଭ କରିଦେବି । ଏହି ଫଟୋ ସୋସିଆଲ ମିଡିଆରେ ଖୁବ ଭାଇରାଲ ହୋଇ ଦିନେ ଶୁଭମନଙ୍କ ପାଖକୁ ପହଁଚିଲା । ରିଲକୁ ଦେଖିବା ମାତ୍ରେ କମେଣ୍ଟ କରି କହିଥିଲେ ଯେ, ଏବେଠାରୁ ଆରମ୍ଭ କରିଦିଅ ପାଠ ପଢା । ଭାଇରାଲ ସ୍କ୍ରିନସର୍ଟ ମୁତାବକ ଝିଅର ରିଲ୍ସକୁ ୬ ଲକ୍ଷ ୭୯ ହଜାର ଲୋକେ ଲାଇକ କରିଛନ୍ତି । ସେହିଭଳି ଶୁଭମନ ଗିଲଙ୍କ କମେଣ୍ଟକୁ ୮ ଲକ୍ଷ ୩୩ ହଜାରରୁ ଅଧିକ ଲୋକେ ଲାଇକ କରିଛନ୍ତି ।

ଏହି ସ୍କ୍ରିନସର୍ଟକୁ ମଇକ୍ରୋ ବ୍ଲଗିଙ୍ଗ ପ୍ଲାଟଫର୍ମ ଏକ୍ସରେ @mufaddal_vohra ନାମକ ପେଜରେ ସେୟାର କରାଯାଇଛି । ଏହି ପୋଷ୍ଟକୁ ୧ ଲକ୍ଷ ୧୭ ହଜାରରୁ ଅଧିକ ଲୋକ ଦେଖିଛନ୍ତି । ପୋଷ୍ଟ ଦେଖିସାରିବା ପରେ ୟୁଜର୍ସମାନେ ଲେଖିଛନ୍ତି ଯେ, ଏବେ ଠାରୁ କେବଳ ଏପରି ରିଲ୍ସ ହିଁ ବନେଇବି । ଅନ୍ୟ ଜଣେ ଥଟ୍ଟା କରି କହିଛନ୍ତି ଯେ, କାହିଁକି ପଢିପାରୁନ? ତୃତୀୟ ବ୍ୟକ୍ତି ଜଣକ କମେଣ୍ଟ କରିଛନ୍ତି ଯେ, ବର୍ତ୍ତମାନ ମଧ୍ୟ ସେ ପଢିବ ନାହିଁ ।

Get real time updates directly on you device, subscribe now.