fbpx

ରାଜ୍ୟର ସମସ୍ତ ୟୁନିଭରସିଟି ପରୀକ୍ଷା ଏଣିକି ଅନଲାଇନରେ: ଛାତ୍ରଛାତ୍ରୀ ଘରେ ବସି ଲେଖିବେ ଉତ୍ତର

ରାୟପୁର, ୨୩ା୪: ରାଜ୍ୟରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଛତିଶଗଡ଼ ସରକାର ଏକ ନୂଆ ପଦକ୍ଷେପ ଗ୍ରହଣ କରିଛନ୍ତି । ୟୁନିଭରସିଟି ପରୀକ୍ଷା ପାଇଁ ସରକାର ନୂଆ ନିର୍ଦ୍ଦେଶାନାମା ଜାରି କରିଛନ୍ତି । ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଅଫଲାଇନ ପରୀକ୍ଷା ଉପରେ ରୋକ ଲାଗୁ କରାଯାଇଛି । ଏଣିକି ସମସ୍ତ ପରୀକ୍ଷା ଅନଲାଇନରେ କରାଯିବ । ଛାତ୍ରଛାତ୍ରୀ ଘରେ ବସି ଅନଲାଇନରେ ସମସ୍ତ ଉତ୍ତର ଲେଖିପାରିବେ ବୋଲି କୁହାଯାଇଛି ।

ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ୟୁନିଭରସିଟି ପାଇଁ ଏହି ନିୟମ କାର୍ଯ୍ୟକାରୀ ହେବ । ଏହାଦ୍ୱାରା ଯୁକ୍ତି ତିନି, ପିଜି ଅନ୍ତିମ ବର୍ଷ ଓ ସେମିଷ୍ଟରର ସମସ୍ତ ପରୀକ୍ଷା ଅନଲାଇନରେ ଉପଲବ୍ଧ ହେବ । ପରୀକ୍ଷାର୍ଥୀଙ୍କ ଘରକୁ ପ୍ରଶ୍ନପତ୍ର ପଠାଯିବା ସହ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଉତ୍ତରଖାତା ସଂଗ୍ରହ କରାଯିବ ବୋଲି କୁହାଯାଇଛି ।

Get real time updates directly on you device, subscribe now.