fbpx

ରାଜ୍ୟର ସବୁ ବିଶ୍ୱବିଦ୍ୟାଳୟ କ୍ୟାମ୍ପସ ହେବ ୱାଇଫାଇଯୁକ୍ତ, ଛାତ୍ରଛାତ୍ରୀଙ୍କୁ ମିଳିବ ମାଗଣା ଇଣ୍ଟରନେଟ ସୁବିଧା

ଭୁବନେଶ୍ୱର: ଏଣିକି ରାଜ୍ୟର ସବୁ ବିଶ୍ୱବିଦ୍ୟାଳୟ କ୍ୟାମ୍ପସ ହେବ ୱାଇଫାଇଯୁକ୍ତ ଅର୍ଥାତ୍ ଛାତ୍ରଛାତ୍ରୀଙ୍କୁ ମିଳିବ ମାଗଣା ୱାଇ ଫାଇ ସୁବିଧା । ଉଚ୍ଚଶିକ୍ଷା ବିଭାଗ ଛାତ୍ରଛାତ୍ରୀଙ୍କ ଅଧ୍ୟୟନରେ ସୁବିଧା ଲାଗି ଏହି ନିଷ୍ପତ୍ତି ନେଇଛି ।

ମାଗଣା ଇଣ୍ଟରନେଟ୍ ବ୍ୟବସ୍ଥା ଦ୍ୱାରା ଛାତ୍ରଛାତ୍ରୀଙ୍କ ଅଧ୍ୟୟନରେ ଅଧିକ ସୁବିଧା ହେବ । କାରଣ ଆଜିକାଲି ଅଧିକାଂଶ ପାଠ୍ୟପୁସ୍ତକ ଅନଲାଇନରେ ମିଳୁଛି । ଶୈକ୍ଷିକ ବାତାବରଣରେ ଉନ୍ନତି ଆଣିବାକୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏପରି ନିଷ୍ପତ୍ତି ନିଆଯାଇଛି । ଏହି କ୍ରମରେ କ୍ୟାମ୍ପସରେ ୱାଇଫାଇ ନେଟୱାର୍କ ଲଗାଇବାକୁ କେତେ ଖର୍ଚ୍ଚ ହେବ ତାହାର ଅଟକଳ ଦେବାକୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟର କୁଳସଚିବମାନଙ୍କୁ ଚିଠି ଲେଖି ନିର୍ଦ୍ଦେଶ ଦିଆଯାଇଛି ।

Get real time updates directly on you device, subscribe now.