fbpx

(Video) ହାତମୁଠାରେ ମିଳିବ ଜେଲର ସବୁ Update! ଏହି ଆପ୍ ଜରିଆରେ ଜେଲ୍ ଉପରେ ରହିବ କଡ଼ା ନଜର

Advertisement

ବ୍ରହ୍ମପୁର: ବ୍ରହ୍ମପୁର ଜେଲ୍ ହେବ ପେପର ଲେସ୍ । ଜେଲରେ କାର୍ଯ୍ୟକାରୀ ହେବ ପ୍ରିଜନ ମେନେଜମେଣ୍ଟ ସିଷ୍ଟମ ତଥା ପିଏମଏସ ଆପ୍ । ଏହି ଆପରେ ରହିବ ସମସ୍ତ କଏଦୀ ମାନଙ୍କ ତଥ୍ୟ । କେଉଁ କଏଦୀ କେତେବେଳେ ଜେଲ୍ ଆସିଲେ, କେଉଁ ଅପରାଧରେ ଜେଲ ଆସିଲ, ପୂର୍ବରୁ କେତେ ଥର ଜେଲକୁ ଆସିଥିଲେ ଏଭଳି ସମସ୍ତ ତଥ୍ୟ ଏହି ଆପରେ ରହିବ । ସେହିପରି କୁଖ୍ୟାତ ଅପରାଧି ମାନଙ୍କ ତଥ୍ୟ ମଧ୍ୟ ହିଟ୍ଲିଷ୍ଟରେ ରହିବ । ଏହାଛଡ଼ା ଜେଲର ରହିଥିବା ସମସ୍ତ ୱାର୍ଡ଼ରେ ଚାଲୁଥିବା ସିସିଟିଭି କ୍ୟାମେରା, ଜେଲ ମଧ୍ୟକୁ ଆସୁଥିବା ଜେଲ କର୍ମଚାରୀ ଓ କଏଦୀଙ୍କ ସମ୍ପର୍କୀୟ, କଏଦୀ ସହ ସମ୍ପର୍କୀୟଙ୍କ କଥାବାର୍ତ୍ତା, ଜେଲର ବିଭିନ୍ନ ୱାର୍ଡ଼ ସହ କଥାବାର୍ତ୍ତା ଭଳି ବିଭିନ୍ନ ବ୍ୟବସ୍ଥା ମଧ୍ୟ ଏହି ଆପ ମାଧ୍ୟମରେ ସୁରୁଖୁରୁରେ କାର୍ଯ୍ୟକାରୀ ହୋଇପାରିବ । ଆଉ ଏହି ଆପ ଜେଲର ସୁରକ୍ଷା ବ୍ୟବସ୍ଥା ସହ ଶୃଙ୍ଖଳାକୁ ଆହୁରି ବୃଦ୍ଧି କରିବାରେ ସହାୟକ ହେବ ! ଗୋଟିଏ କ୍ଲିକ୍ରେ ସମ୍ପୂର୍ଣ୍ଣ ବ୍ରହ୍ମପୁର ଜେଲ୍ର ଡ଼ାଟା ପାଇବା ଏବେ ସମ୍ଭବ ହେବ । ଏହି ପିଏମଏସ ଆପରେ ରହିଛି ଅନେକ ସୁବିଧା ।

ଅନ୍ୟପେଟ କେଉଁ ଜେଲ କର୍ମଚାରୀ କେତେବେଳେ ତାଙ୍କର ଡ୍ୟୁଟି ରହୁଛି ଓ ସେ ଡ୍ୟୁଟିକୁ ଠିକ ଭାବେ କାମ କରୁଛନ୍ତି କି ନାହିଁ ତାହା ସମ୍ପର୍କରେ ମଧ୍ୟ ସୂଚନା ଦେବେ ଏହି ପିଏମଏସ ଆପ୍ । ସବୁଠାରୁ ବଡ଼ କଥା ହେଲା କେଉଁ ୱାର୍ଡରେ କେତେ କଏଦୀ ରହୁଛନ୍ତି ତାହା ଜାଣିହେବ ଏବଂ ଯଦି କୌଣସି ୱାର୍ଡରେ କଏଦୀ ମାନଙ୍କ ମଧ୍ୟରେ ଗଣ୍ଡଗୋଳ ହେଲା କି କାହାର ସ୍ୱାସ୍ଥ୍ୟ ଖରାପ ହେଲା ତେବେ ସବୁ ୱାର୍ଡ଼ରେ ଲଗାଯାଇଥିବା ପେନିକ୍ ବଟନ୍ ଚିପିବା ଦ୍ୱାରା ପିଏମଏସ ଆପରେ ତାହା ଜେଲର ବରିଷ୍ଠ କର୍ମଚାରୀ ମାନେ ଜାଣିପାରିବେ ବୋଲି କହିଛନ୍ତି ଜେଲର ବରିଷ୍ଠ ଅଧିକ୍ଷକ ।

ଏହାଛଡ଼ା ଯେଉଁ କଏଦୀ ମାନଙ୍କୁ ତାଙ୍କ ସମ୍ପର୍କୀୟଙ୍କ ନମ୍ବର ରହିଛି ସେହି ନମ୍ବର ବ୍ୟତିତ ଆଉ କେଉଁ ନମ୍ବର ଡ଼ାଏଲ କରି କଥା ହୋଇପାରିବେ ନାହିଁ । ରେକର୍ଡ଼ ହୋଇଥିବା କଲକୁ ଶୁଣିବାକୁ ହେଲେ ପିଏମଏସ ଆପ ଦ୍ୱାରା ତାହା ଶୁଣିପାରିବେ ଜେଲର ବରିଷ୍ଠ ଅଧିକାରୀ ଏହି ପିଏମଏସ ଆପର ସଂଯୋଗ ଜେଲର ସମସ୍ତ ୱାର୍ଡ଼ ସହ ଏହାର ପରିସରରେ ଦିଆଯାଇଥିବା ବେଳେ ଏହାକୁ ନିୟନ୍ତ୍ରଣ କରିବେ ଜେଲର ବରିଷ୍ଠ ଅଧିକ୍ଷକ ଓ ଜେଲର । । ବର୍ତ୍ତମାନ ପିଏମଏସରେ ସମସ୍ତ ପ୍ରକାରର ତଥ୍ୟ ରହିବ । ଖୁବଶୀଘ୍ର ଏକ ମାସ ମଧ୍ୟରେ ଏହି ଆପ୍ ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟକାରୀ ହେବା ପରେ କାଗଜପତ୍ର କାମ ମଧ୍ୟ ଜେଲରେ କମିବ ବୋଲି କହିଛନ୍ତି ଜେଲର ବରିଷ୍ଠ ଅଧିକ୍ଷକ ।

Get real time updates directly on you device, subscribe now.