fbpx
BJD SKY
BJD SKY

ଯୌନ ଉତ୍ପୀଡନ ଅଭିଯୋଗ : କୁସ୍ତିଯୋଦ୍ଧାଙ୍କ ଦେଶବ୍ୟାପୀ ବିରୋଧ ପ୍ରଦର୍ଶନ, ଜନ୍ତରମନ୍ତରେ ପୋଲିସ ବ୍ୟାରିକେଡ୍ ଭାଙ୍ଗିଲେ କୃଷକ ନେତା

BJD

ନୂଆଦିଲ୍ଲୀ : କୁସ୍ତିଯୋଦ୍ଧାଙ୍କ ଯୌନ ଉତ୍ପୀଡନ ବିରୋଦରେ ଆନ୍ଦୋଳନ ଏବେ ଦେଶବ୍ୟାପୀ ହୋଇଛି । ୧୬ ଦିନ ରେ ପହଞ୍ଚିଥିବା ଏହି ଧାରଣା ଏବେ ଆନ୍ଦୋଳନ ଯରୂପ ନେଇଛି । ଭାରତୀୟ କୃଷକ ମହାସଂଘ ଏହି ଆନ୍ଦୋଳନରେ ସାମିଲ ହୋଇ ଏହାକୁ ଜୋରଦାର କରିଛନ୍ତି । ସୋମବାର କିସାନ ୟୁନିଅନର ନେତାମାନେ ପୋଲିସର ବ୍ୟାରିକେଡ ଭାଙ୍ଗିଛନ୍ତି। ବିଶେଷକରି ପଞ୍ଜାବର କୃଷକ ନେତାମାନେ ସ୍ଲୋଗାନ ଦେଇ ଡବ୍ଲୁଏଫଆଇ ମୁଖ୍ୟ ତଥା ବିଜେପି ସାଂସଦ ବ୍ରିଜ ଭୂଷଣ ଶରଣ ସିଂଙ୍କ ବିରୋଧରେ ଯୌନ ଉତ୍ପୀଡ଼ନ ଅଭିଯୋଗ କାର୍ଯ୍ୟାନୁଷ୍ଠାଦ ଦାବି କରିଛନ୍ତି । ବ୍ରିଜ ଭୂଷଣ ଶରଣ ଗୋଟିଏ ଦିନ ପୂର୍ବରୁ କୃଷକ ନେତାମାନଙ୍କୁ ଅନୁରୋଧ କରିଥିଲେ ଯେ କୁସ୍ତିଯୋଦ୍ଧାମାନଙ୍କ ଆନ୍ଦୋଳନକୁ ସମର୍ଥନ କରିବା ଭଳି ଭୁଲ କରନ୍ତୁ ନାହିଁ ଏବଂ ତଦନ୍ତ ଫଳାଫଳକୁ ଅପେକ୍ଷା କରନ୍ତୁ । ବ୍ରଜି ମୂଷଣ ନିଜକୁ ବାରମ୍ବାର ନିର୍ଦ୍ଦୋଷ କହିବା ସହ ଟାଗେର୍ଟ କରାଯାଇଥିବା ଥିବା ଅଭିଯୋଗ କରିଛନ୍ତି।

କୃଷକ ସଂଗଠନ ସାମୁକଟା କିସାନ ମୋର୍ଚ୍ଚା (ଏସକେଏମ) କୁସ୍ତିଯୋଦ୍ଧାଙ୍କ ସମର୍ଥନରେ ଦେଶବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ କରିବ ବୋଲି ଘୋଷଣା କରି ବ୍ରିଜ ଭୂଷଣ ଶରଣ ସିଂଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି କରିଛି। ଏହା ପରେ ଡବ୍ଲୁଏଫ୍ଆଇ ମୁଖ୍ୟ ବ୍ରିଜ ଭୂଷଣ ଶରଣ ସୋସିଆଲ ମିଡିଆରେ ପୋଷ୍ଟ ହୋଇଥିବା ଏକ ଭିଡିଓରେ ସ୍ପଷ୍ଟୀକରଣ ଦେଇଛନ୍ତି। ଶନିବାର ରାତିରେ ଫେସବୁକରେ ପୋଷ୍ଟ ହୋଇଥିବା ୨୫ ମିନିଟର ଭିଡିଓରେ ସିଂ କହିଛନ୍ତି, ମୁଁ କହୁ ନାହିଁ ଯେ ଆପଣ ଦିଲ୍ଲୀ ଆସିବା ଉଚିତ୍ ନୁହେଁ। ଆପଣ ଦିଲ୍ଲୀ ଆସି ଆପଣ ଯାହା ଚାହାଁନ୍ତି ତାହା କରିପାରିବେ। ସେ କହିଥିଲେ ଯେ ମୁଁ ପ୍ରଥମ ଦିନରୁ କହିଥିଲି ଯେ ଯଦି ମୋ ବିରୁଦ୍ଧରେ ଅଭିଯୋଗ ପ୍ରମାଣିତ ହୁଏ ତେବେ ମୁଁ ନିଜକୁ ଫାଶୀ ଦେବି।

Get real time updates directly on you device, subscribe now.