fbpx

ଓଡ଼ିଶା ସରକାର ନିଯୁକ୍ତି: APICOL ପକ୍ଷରୁ ଆସିଲା ନିଯୁକ୍ତି ସୁଯୋଗ, ମାସିକ ଦରମା ୨୨ ହଜାରରୁ ଆରମ୍ଭ

ରାଜ୍ୟର ସମସ୍ତ ଚାକିରି ଆଶାୟୀଙ୍କ ପାଇଁ ଏକ ବଡ଼ ଖୁସି ଖବର । ଓଡ଼ିଶା ସରକାରଙ୍କ ତରଫରୁ ଏକ ବଢ଼ିଆ ନିଯୁକ୍ତି ସୁଯୋଗ ଆସିଛି । ଓଡ଼ିଶା କୃଷି ପ୍ରୋତ୍ସାହନ ଓ ପୁଞ୍ଜି ଲଗାଣ ନିଗମ ଲିମିଟେଡ (ଆପିକଲ) ପକ୍ଷରୁ ଅନେକ ପଦ ପାଇଁ ବିଜ୍ଞାପନ ଜାରି କରାଯାଇଛି । ଯୋଗ୍ୟ ପ୍ରାର୍ଥୀମାନଙ୍କୁ ରାଜ୍ୟର ବିଭିନ୍ନ ଜିଲ୍ଲାର ବ୍ଲକମାନଙ୍କରେ ନିଯୁକ୍ତି ଦିଆଯିବ । ଆବେଦନ କରିବା ପୂର୍ବରୁ ପ୍ରାର୍ଥୀଙ୍କୁ ନିଯୁକ୍ତି ସମ୍ବନ୍ଧୀୟ ସମସ୍ତ ତଥ୍ୟ ଜାଣିବା ନିହାତି ଜରୁରୀ ।

ସମସ୍ତ ପ୍ରାର୍ଥୀଙ୍କୁ ଆସନ୍ତା ୩୧ ତାରିଖ ସୁଦ୍ଧା ଆବେଦନ କରିବାକୁ ପଡ଼ିବ । ଚଳିତ ବର୍ଷ ମେ ମାସ ୧ ତାରିଖ ସୁଦ୍ଧା ପ୍ରାର୍ଥୀଙ୍କର ସର୍ବାଧିକ ବୟସ ୭୦ ବର୍ଷ ହୋଇଥିବା ଆବଶ୍ୟକ । ବୟସ କୋହଳ ନିୟମ ଅନୁଯାୟୀ ଧାର୍ଯ୍ୟ କରାଯିବ । ପ୍ରାର୍ଥୀ ପ୍ରାସଙ୍ଗିକ ଟ୍ରେଡରେ ଡିଗ୍ରୀ / ଡିପ୍ଲୋମା ପାସ୍ କରିଥିବା ଆବଶ୍ୟକ । ପ୍ରାର୍ଥୀଙ୍କୁ ଷ୍ଟେଟ ରିସୋର୍ସ ପର୍ସନ, ଟ୍ରେନିଂ କୋଅର୍ଡିନେଟର ଓ ବ୍ଲକ ରିସୋର୍ସ ପର୍ସନ ଭାବେ ନିଯୁକ୍ତି ଦିଆଯିବ ।

ପ୍ରାର୍ଥୀଙ୍କୁ ନିଜର ସମସ୍ତ ଡକ୍ୟୁମେଣ୍ଟକୁ ଇ-ମେଲ / ସ୍ପିଡ ପୋଷ୍ଟ / ରେଜିଷ୍ଟର୍ଡ ପୋଷ୍ଟ / କୋରିଅର ମାଧ୍ୟମରେ ଧାର୍ଯ୍ୟ ତାରିଖ ସୁଦ୍ଧା ପଠାଇ ପାରିବେ । ପ୍ରାର୍ଥୀମାନେ ଆବେଦନ ଫର୍ମ ୱେବସାଇଟରୁ ଡାଉନଲୋଡ କରିପାରିବେ । ଏହାପରେ ଏନଲଭ ଉପରେ “Application for SRP / BRP / TC uner AEPS” ଲେଖି ଉପଯୁକ୍ତ ଠିକଣାରେ ପଠାଇ ପାରିବେ ।

ଅଫିସିଆଲ ୱେବସାଇଟ୍ ଲିଙ୍କ: https://apicol.nic.in/

ନୋଟିଫିକେସନ ଲିଙ୍କ: https://apicol.nic.in/eventFiles/image-1683029947069.pdf

Get real time updates directly on you device, subscribe now.