fbpx

ONDC Food Delivery : ସ୍ୱିଗି ଓ ଜୋମାଟୋ ଅପେକ୍ଷା ଏହି ଆପ୍ ଯୋଗାଉଛି ଶସ୍ତା ଖାଦ୍ୟ ! ଜାଣନ୍ତୁ ଅର୍ଡର କରିବେ କେମିତି

ନୂଆଦିଲ୍ଲୀ: ଦେଶର ଅନଲାଇନ୍ ଖାଦ୍ୟ ବିତରଣ ବ୍ୟବସାୟ ବହୁତ ଦ୍ରୁତ ଗତିରେ ଆଗକୁ ବଢୁଛି । ସ୍ୱିଗି ଏବଂ ଜୋମାଟୋ ପରି ଅନେକ ଅନଲାଇନ୍ ଖାଦ୍ୟ ସେବା ପ୍ରଦାନକାରୀ କମ୍ପାନୀ ଆପଣଙ୍କୁ ଘରେ ବସି ଆପଣଙ୍କ ପ୍ରିୟ ଖାଦ୍ୟ ଅର୍ଡର କରିବାକୁ ସୁବିଧା ପ୍ରଦାନ କରୁଛନ୍ତି । ଏହି ଆପ୍ ମାଧ୍ୟମରେ, ଆପଣ କିଛି ମିନିଟ୍ ମଧ୍ୟରେ ଆପଣଙ୍କର ପ୍ରିୟ ଖାଦ୍ୟ ଅର୍ଡର କରିପାରିବେ ଏବଂ ଏହାକୁ ଉପଭୋଗ କରିପାରିବେ । ହେଲେ ଏବେ ସ୍ୱିଗି ଓ ଜୋମାଟୋକୁ ଟକ୍କର ଦେଉଛି ONDC ।

ଆଜିକାଲି ଡିଜିଟାଲ୍ ବାଣିଜ୍ୟ ପାଇଁ ଓପନ୍ ନେଟୱାର୍କ ଅର୍ଥାତ୍ (ONDC) ଜୋମାଟୋ ଏବଂ ସ୍ୱିଗି ପରି ଭେଟେରାନ୍ ଅନଲାଇନ୍ ଖାଦ୍ୟ ସେବା ପ୍ରଦାନକାରୀଙ୍କୁ ପ୍ରତିଯୋଗିତା ଦେଉଛି । ଏହି ପ୍ଲାଟଫର୍ମ ଗୋଟିଏ ଦିନରେ ୧୦,୦୦୦ ରୁ ଅଧିକ ଅର୍ଡର ଅତିକ୍ରମ କରିଛି । ଏହାର ସବୁଠାରୁ ବଡ କାରଣ ହେଉଛି ଜୋମାଟୋ ଏବଂ ସ୍ୱିଗି ଅପେକ୍ଷା ଏହି ଆପ୍ କମ୍ ଦାମରେ ଖାଦ୍ୟ ଡେଲିଭର ହେଉଛି । ସ୍ୱିଗି ଏବଂ ଜୋମାଟୋ ରେଷ୍ଟୁରାଣ୍ଟରୁ ଅଧିକ ଚାର୍ଜ କରନ୍ତି । ସେଥିପାଇଁ ଏହି ଦୁଇ ଆପ୍ ରେ ଖାଦ୍ୟ ଅର୍ଡର କରିବା ଟିକେ ମହଙ୍ଗା ପଡେ । କିନ୍ତୁ ଏହି ପ୍ଲାଟଫର୍ମ ଆପଣଙ୍କୁ ରେଷ୍ଟୁରାଣ୍ଟରୁ ସିଧାସଳଖ ଖାଦ୍ୟ ଯୋଗାଉଛି । ଜୋମାଟୋ ଏବଂ ସ୍ୱିଗି ପରି ତୃତୀୟ ପାର୍ଟି ଆପ୍ ନୁହେଁ । ଯେଉଁଥିପାଇଁ ଏହି ଆପ୍ ମାଧ୍ୟମରେ ଖାଦ୍ୟ ଅର୍ଡର କରିବା ଅତ୍ୟନ୍ତ ଶସ୍ତା ।

ଆଜିକାଲି ସୋସିଆଲ ମିଡିଆରେ ଏହାକୁ ନେଇ ଅନେକ କେଜ୍ର ଦେଖିବାକୁ ମିଳିଛି । ସ୍ୱିଗି, ଜୋମାଟୋ ଏବଂ ଓଏନଡିସି ଖାଦ୍ୟର ମୂଲ୍ୟ ତୁଳନା କରି ଅନେକ ଲୋକ ସୋସିଆଲ ମିଡିଆରେ ସ୍କ୍ରିନସଟ ସେୟାର କରିଛନ୍ତି । ଯେଉଁଥିରୁ ସ୍ପଷ୍ଟ ଜଣାପଡୁଛି ଯେ, ସ୍ୱିଗି ଏବଂ ଜୋମାଟୋ ଅପେକ୍ଷା ବହୁତ ଶସ୍ତା ଖାଦ୍ୟ ମିଳୁଛି । ଗୋଟିଏ ପିଜାର ମୁଲ୍ୟ ସ୍ୱିଗି ଓ ଜୋମାଟୋ ଆପେକ୍ଷା ୨୦% କମ୍ ଦାମରେ ମିଳୁଛି । ଜଣେ ୟୁଜର୍ସ ଏହାକୁ ସେୟାର କରିଛନ୍ତି ।

 

Get real time updates directly on you device, subscribe now.