fbpx

BJP ଉପସଭାପତିଙ୍କୁ ହତ୍ୟା

ନୂଆଦିଲ୍ଲୀ: ସାରା ଦେଶରେ ଏବେ ନିର୍ବାଚନ ବାତାବରଣ ଦେଖିବାକୁ ମିଳିଛି । ଆସନ୍ତା ୧୦ ତାରିଖରେ କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ଭୋଟ ଗ୍ରହଣ କରାଯିବ । ସେହିପରି ସମାନ ଦିନରେ ଓଡ଼ିଶାର ଝାରସୁଗୁଡ଼ା ବିଧାନସଭା ଆସନ ଓ ପଞ୍ଜାବର ଜଳନ୍ଧର ଲୋକସଭା ଆସନ ପାଇଁ ଉପନିର୍ବାଚନ ହେବ । ତେବେ ଆଜି ପ୍ରଚାରର ଅନ୍ତିମ ତାରିଖ ରହିଥିବାରୁ ବିଭିନ୍ନ ସ୍ଥାନରେ ରାଜନୈତିକ ଦଳଙ୍କ ପକ୍ଷରୁ ପ୍ରଚାର ଅଭିଯାନ ଜାରି ରହିଛି ।

ତେବେ ଏହା ମଧ୍ୟରେ ଏକ ବଡ଼ ଖବର ସାମ୍ନାକୁ ଆସିଛି । ଗୁଜରାଟ ରାଜ୍ୟ ବିଜେପିର ଉପସଭାପତିଙ୍କୁ ହତ୍ୟା କରାଯାଇଛି । ବିଜେପି ନେତା ଶୈଳେଶ ପଟେଲଙ୍କୁ କିଛି ଅଜ୍ଞାତ ବ୍ୟକ୍ତି ଗୁଳିକରି ହତ୍ୟା କରିଛନ୍ତି । କିଛି ଯୁବକ ଆସି ଅଚାନକ ଶୈଳେଶଙ୍କ ଉପରକୁ ଗୁଳିଚାଳନା କରିଥିଲେ । ଏହାପରେ ଶୈଳେଶଙ୍କୁ ସଙ୍ଗେସଙ୍ଗେ ମେଡିକାଲ ନିଆଯାଇଥିଲେ ହେଁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପୋଲିସ ଏନେଇ ଏକ ମାମଲା ଦାୟର କରି ତଦନ୍ତ ଆରମ୍ଭ କରିଛି ।

ଗୁଜରାଟର ବାପୀ ସହରରେ ଏହି ଅଘଟଣ ଘଟିଛି । ତେବେ ଏହି ହତ୍ୟାକାଣ୍ଡର ଦୋଷୀ ଧରାପଡ଼ିବା ପରେ ଅନ୍ତିମ ସଂସ୍କାର କରିବେ ବୋଲି ମୃତକଙ୍କ ପରିବାରବର୍ଗ କହିଛନ୍ତି । ଶୈଳେଶ ନିଜ ପତ୍ନୀଙ୍କ ସହିତ ମନ୍ଦିରକୁ ଦର୍ଶନ ନିମନ୍ତେ ଯାଇଥିବା ସମୟରେ ତାଙ୍କ ଉପରେ ଗୁଳିମାଡ଼ କରାଯାଇଥିଲା । ମନ୍ଦିରରୁ ଦର୍ଶନ ସାରି ଫେରୁଥିବା ସମୟରେ ବାଇକରେ ଆସିଥିବା ୪ ଜଣ ଅଜ୍ଞାତ ଲୋକ ଶୈଳେଶଙ୍କ ଉପରକୁ ଚାରି ରାଉଣ୍ଡ ଗୁଳିମାଡ଼ କରିଥିଲେ । ତେବେ ଏହି ଘଟଣାର ସିସିଟିଭି ଫୁଟେଜକୁ ପୋଲିସ ଯାଞ୍ଚ କରିବା ସହ ଦୋଷୀଙ୍କୁ ସନ୍ଧାନ କରୁଛି ।

Get real time updates directly on you device, subscribe now.