fbpx

୧୮ ବର୍ଷ ବାଳକ ବିରୋଧରେ ସଙ୍ଗୀନ ଅଭିଯୋଗ, ନାବାଳିକାକୁ କଲା ଗର୍ଭବତୀ, ଡିଏନଏ ଟେଷ୍ଟରୁ ସାମ୍ନାକୁ ଆସିଲା ସତ

ଥିରୁବନନ୍ତପୁରମ୍: କେରଳ ମଲ୍ଲପୁରମ୍ ଜିଲ୍ଲାରେ ଜଣେ ୧୮ ବର୍ଷର ବାଳକ ବିରୋଧରେ ରହିଥିଲା ସଙ୍ଗୀନ ଅଭିଯୋଗ । ତାଙ୍କ ବିରୋଧରେ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ କରି ଗର୍ଭବତୀ କରିବା ଅଭିଯୋଗ ଆସିବାପରେ ପୋଲିସ୍ ଗିରଫ କରିଥିଲା । ହେଲେ ଯେତେବେଳେ ମହିଳାଙ୍କର ଡିଏନଏ ଟେଷ୍ଟ କରାଯାଇଥିଲା । ରିପୋର୍ଟ ସମସ୍ତଙ୍କୁ ଚମକାଇଦେଇଥିଲା । ରିପୋର୍ଟ ଆଧାରରେ କୋର୍ଟ ବାଳକଙ୍କୁ ଦୋଷମୁକ୍ତ କରି ଜାମିନ୍ ପ୍ରଦାନ କରିଥିଲା ।

ବାଳକଙ୍କ ଓକିଲ କହିଛନ୍ତି ଯେ, ଝିଅର ବୟାନ ଆଧାରରେ ପୋଲିସ୍ ତଦନ୍ତ କରୁଛି । କୋର୍ଟରେ ନାବାଳିକାଙ୍କର ଡିଏନଏ ଟେଷ୍ଟ କରାଇବା କଥା କୁହାଯାଇଥିଲା । ଏହାପରେ ତାଙ୍କର ଡିଏନଏ ଟେଷ୍ଟ ହୋଇଥିଲା ଓ ରିପୋର୍ଟ ନେଗେଟିଭ୍ ହୋଇଥିଲା । ମିଡିଆ ରିପୋର୍ଟ ମୁତାବକ, ବାଳକକୁ ବିନା ଦୋଷରେ ୩୫ ଦିନ ଜେଲ୍ ରେ ରହିବାକୁ ପଡ଼ିଥିଲା । ତେବେ ଏହି ମାମଲାରେ ପୋଲିସ୍ ଜୁଲାଇ ୨୨ ତାରିଖରେ ବାଳକଙ୍କ ଘରକୁ ଯାଇ ତାଙ୍କୁ ହେପାଜତକୁ ନେଇଥିଲା ।

ତେବେ ଜେଲ୍ ରୁ ବାହାରିବା ପରେ ବାଳକ ଜଣକ କହିଛନ୍ତି ଯେ, ପୋଲିସ୍ ତାଙ୍କ ଉପରେ ଦୋଷ ମାନିବା ନେଇ ଚାପ ପକାଇଥିଲେ । ନାବାଳିକାଙ୍କୁ ପୂର୍ବରୁ ଜାଣିବା ଏବଂ ତା ସହିତ ରିଲେସନ୍ ରେ ରହିବା କଥା ମାନିବାକୁ ପୋଲିସ୍ ତାଙ୍କ ଉପରେ ଚାପ ପକାଇଥିଲା । ଖାଲି ସେତିକି ନୁହେଁ ମିଛ ଦୋଷ ମାନିବାକୁ ପୋଲିସ୍ ତାଙ୍କୁ ମାନସିକ ଓ ଶାରିରୀକ ସ୍ତରରେ ପ୍ରତାଡିତ କରିଥିବା ବାଳକ ଜଣକ କହିଛନ୍ତି ।

Get real time updates directly on you device, subscribe now.