fbpx
BSKY SKY
BSKY SKY

‘ତାଲିବାନ ଠାରୁ ଭାରତକୁ କୌଣସି ବିପଦ ନାହିଁ’

BSKY

ନୂଆଦିଲ୍ଲୀ: ତାଲିବାନ ଠାରୁ ଭାରତକୁ କୌଣସି ବିପଦ ନାହିଁ ବୋଲି ମତ ଦେଇଛନ୍ତି ତାଲିବାନ ମୁଖପାତ୍ର ଜବିହୁଲ୍ଲା ମୁଜାହିଦ । ଭାରତ ଏସିଆ ତଥା ବିଶ୍ୱର ଏକ ଗୁରୁତ୍ୱପୂର୍ଣ୍ଣ ରାଷ୍ଟ୍ର । ତେଣୁ ଭାରତ ସହିତ ସୁସମ୍ପର୍କ ବଜାୟ ରଖିବା ଉପରେ ଆଫଗାନିସ୍ତାନ ଗୁରୁତ୍ୱ ଦେବ ବୋଲି ମୁଜାହିଦ କହିଛନ୍ତି । ତାଲିବାନ ନେତୃତ୍ୱରେ ଗଠିତ ସରକାର ଭାରତ ସହିତ ସୁସମ୍ପର୍କ ରଖିବା ସହିତ ସମଗ୍ର ବିଶ୍ୱ ସହିତ ସମାନ ସମ୍ପର୍କ ବଜାୟ ରଖିବ । ବିଶ୍ୱର କୌଣସି ରାଷ୍ଟ୍ରକୁ ତାଲିବାନ ପାଇଁ ଭୟଭୀତ ହେବାକୁ ପଡିବ ନାହିଁ ବୋଲି ମୁଜାହିଦ କହିଛନ୍ତି । ଏହା ସହିତ ଆମେ ଭାରତକୁ ଆଶ୍ୱସ୍ତ କରିବାକୁ ଚାହୁଁଛୁ କି ଆମ ପକ୍ଷରୁ କୌଣସି ବିପଦ ନାହିଁ ।

ଏହା ସହିତ ମୁଜାହିଦ ଆହୁରି ମଧ୍ୟ କହିଛନ୍ତି କି ପାକିସ୍ତାନକୁ ଆମେ ଆମର ଦ୍ୱିତୀୟ ଘର ଭାବରେ ଦେଖୁଛୁ । ଆଫଗାନିସ୍ତାନ ପାକିସ୍ତାନ ସହିତ ଏହାର ସୀମା ଶେୟାର କରୁଥିବା ବେଳେ ଏହା ପଡୋଶୀ ରାଷ୍ଟ୍ର ମଧ୍ୟ ଅଟେ । ଉଭୟ ରାଷ୍ଟ୍ରର ଧର୍ମ ଏକ ହୋଇଥିବାରୁ ଜନସାଧାରଣ ମଧ୍ୟ ପରସ୍ପରକୁ ପସନ୍ଦ କରନ୍ତି । ଏହି କାରଣରୁ ଉଭୟ ରାଷ୍ଟ୍ର ମଧ୍ୟରେ ସହଭାଗିତା ଅଧିକ ରହିଛି । ଭବିଷ୍ୟତରେ ପାକିସ୍ତାନ ସହିତ ସମ୍ପର୍କ ଆହୁରି ସଶକ୍ତ ହେବ ବୋଲି ମୁଜାହିଦ କହିଛନ୍ତି । ସମଗ୍ର ବିଶ୍ୱ ସମୁଦାୟର ରାଷ୍ଟ୍ରଦୂତ ମାନଙ୍କୁ ଆମେ ସୁରକ୍ଷା ପ୍ରଦାନ କରିଥିବା ବେଳେ ଆମେ ସମ୍ପର୍କ ସୁଧାରିବାକୁ ଚାହୁଁଛୁ ବୋଲି ମୁଜାହିଦ କହିଛନ୍ତି । ପଞ୍ଜଶୀରରେ ଆର୍କ ସହିତ ଚାଲିଥିବା ଲଢେଇକୁ ନେଇ ମୁଜାହିଦ କହିଛନ୍ତି ତାଲିବାନ ଏହି ଲଢେଇର ଅନ୍ତଚାହେଁ । ଖୁବ ଶୀଘ୍ର ଏକ ନିଷ୍କର୍ଷରେ ପହଞ୍ଚିବୁ ବୋଲି ମୁଜାହିଦ କହିଛନ୍ତି ।

Get real time updates directly on you device, subscribe now.