fbpx
BSKY SKY
BSKY SKY

କୋଭିଡ୍ ସେଣ୍ଟରରେ ଡ୍ରଗ୍ସ ନେବାଠାରୁ ଆରମ୍ଭ କରି ସେକ୍ସ କରୁଛନ୍ତି କରୋନା ରୋଗୀ!

BSKY

ବ୍ୟାଙ୍କକ୍: କରୋନା ସେଣ୍ଟର୍ ମାନଙ୍କରେ କୋଭିଡ୍ ରୋଗୀ ମାନଙ୍କୁ ଚିକିତ୍ସା କରିବା ବଦଳରେ ଅଲଗା କିଛି କାର୍ଯ୍ୟକଳାପ ଚାଲୁଥିବା ଖବର ସାମନାକୁ ଆସିଛି । ମହାମାରୀର କୋପ ଜାରି ରହିଥିବା ସମୟରେ କୋଭିଡ୍ ସେଣ୍ଟର୍ ରେ ହେଉଥିବା ଏମିତି କିଛି କାର୍ଯ୍ୟକଳାପ ଯାହା ଏବେ ଲଜ୍ଜାର କାରଣ ପାଲଟିଛି । ଥାଇଲ୍ୟାଣ୍ଡର ଏକ କୋଭିଡ୍ ହସ୍ପିଟାଲରେ କିଛି ରୋଗୀ ଡ୍ରଗ୍ସ ନେବା ସହିତ ବେଡ୍ ଉପରେ ଗ୍ରୁପ୍ ସେକ୍ସ କରୁଥିବା ଭଳି ଖବର ସାମନାକୁ ଆସିଛି । ଯାହା ସମସ୍ତଙ୍କୁ ତାଜୁବ୍ କରିଛି ।

ଥାଇଲ୍ୟାଣ୍ଡରୁ କରାଯାଇଥିବା ଏକ ରିପୋର୍ଟ ମୁତାବକ, ହସ୍ପିଟାଲରେ ଚାଲୁଥିବା ଏହିସବୁ କାର୍ଯ୍ୟକଳାପ ଏବେ ଉକ୍ତ ହସ୍ପିଟାଲର କର୍ତ୍ତୃପକ୍ଷଙ୍କୁ ଆଶ୍ଚର୍ଯ୍ୟ କରିଛି । ଏହି ଖବର ସାମନାକୁ ଆସିବାପରେ କିଛି କୋଭିଡ୍ ହସ୍ପିଟାଲରେ ଆଲର୍ଟ କରାଯାଇଛି । ନିକଟରେ ଇଣ୍ଟରନ୍ୟାସନାଲ୍ ସିକ୍ୟୁରିଟି ଅପରେସନ୍ କମାଣ୍ଡ ଅଫିସର୍ ମାନେ ପିପିଇ କିଟ୍ ପିନ୍ଧି ବିଭିନ୍ନ ସେଣ୍ଟର୍ ରେ ଚଢ଼ାଉ କରିଥିଲେ । ଏହି ସମୟରେ ହସ୍ପିଟାଲରେ ପାଖାପାଖି ୧୦୦୦ ରୋଗୀଙ୍କୁ ପଚରାଉଚରା କରାଯାଇଥିଲା । ହେଲେ ସେଣ୍ଟରରୁ ଡ୍ରଗ୍ସ ମିଳିନଥିଲା ।

ହେଲେ ଏହି ଚଢ଼ାଉରେ ହସ୍ପିଟାଲରୁ ସିଗାରେଟ୍ ଓ ହୁକ୍କା ମିଳିଥିଲା । ଏହାପରେ ସିସିଟିଭି କ୍ୟାମେରାରେ ଚେକ୍ କରାଯାଇଥିଲା । ସେଥିରେ ଅଫିିସର୍ ମାନେ ଦେଖିବାକୁ ପାଇଥିଲେ ଯେ, କିିଛି ପୁରୁଷ-ମହିଳା ରୋଗୀ ଦୁହେଁ ଦୁହିଁଙ୍କ ୱାର୍ଡକୁ ଯାଉଥିବା ଦେଖିବାକୁ ମିଳିଥିଲା । ତେବେ ସେଠାରେ କୋଭିଡ୍ ପିକ୍ ରେ ଥିବାରୁ ବିଭିନ୍ନ ଜରୁରୀକାଳୀନ ୱାର୍ଡ କରାଯାଇଛି । ହେଲେ କରୋନା ଚିକିତ୍ସା ହେଉଥିବା ଏହି ୱାର୍ଡ ମାନଙ୍କରେ ରୋଗୀ ମାନେ ଖୁବ୍ ମଉଜ ମଜଲିସ୍ କରୁଛନ୍ତି । ଏଠାରେ ରୋଗୀ ମାନେ ନିଶା ସେବନ କରୁଥିବା ବେଳେ ସେକ୍ସ କରୁଥିବା ଦେଖିବାକୁ ମିଳୁଛି । ସବୁଠାରୁ ଅଧିକ ମାମଲା ବ୍ୟାଙ୍କକ୍ ର ଡନ୍ ମୁଆଙ୍ଗ ଏୟାରପୋର୍ଟର େଓୟାରହାଉସ୍ ରେ ହୋଇଥିବା ୧୮୦୦ ବେହ୍ ବିଶିଷ୍ଟ ହସ୍ପିଟାଲରୁ ଆସିଛି ।

Get real time updates directly on you device, subscribe now.