fbpx

ମୋଦୀଙ୍କୁ ଛାଡ଼ି ଦିଦିଙ୍କ ହାତ ଧରିଲେ ବିଜେପି ବିଧାୟକ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ ବିଜେପିକୁ ଝଟକା । ଦଳ ଛାଡିଛନ୍ତି ବିଷ୍ଣୁପୁର ଆସନ ବିଧାୟକ ତନ୍ମୟ ଘୋଷ । ଘୋଷ ମୋଦୀଙ୍କ ହାତ ଛାଡି ଦିଦିଙ୍କ ହାତ ଧରିଥିବା ବେଳେ ବିଜେପିକୁ ଏକ ହିଂସା ସୃଷ୍ଟିକାରୀ ଦଳ ଭାବରେ ଦର୍ଶାଇଛନ୍ତି । ବିଧାନସଭା ନିର୍ବାଚନ ପୂର୍ବରୁ ଟିଏମସି ଛାଡି ବିଜେପିରେ ଯୋଗ ଦେଇଥିଲେ ତନ୍ମୟ । ତେବେ ନିର୍ବାଚନ ପରେ ବିଜେପିକୁ ବିଭେଦ ସୃଷ୍ଟିକାରୀ ଦଳ ଭାବରେ ଦର୍ଶାଇବା ସହିତ ଏହା ହିଂସାର ରାଜନୀତି କରୁଛି ବୋଲି କହିଛନ୍ତିକ ତନ୍ମୟ । ପଶ୍ଚିମବଙ୍ଗର ବିକାଶ ପାଇଁ ସମସ୍ତେ ବିଜେପି ଛାଡି ଟିଏମସିରେ ଯୋଗ ଦେବା ପାଇଁ ତନ୍ମୟ ଆହ୍ୱାନ ଦେଇଛନ୍ତି ।

ନିର୍ବାଚନ ପୂର୍ବରୁ ମାର୍ଚ୍ଚ ମାସରେ ତନ୍ମୟ ବିଜେପିରେ ଯୋଗ ଦେଇଥିଲେ । ଟିଏମସିର ଯୁବ ସଭାପତି ରହିଥିବା ତନ୍ମୟଙ୍କୁ ବାଙ୍କୁଡା ଜିଲ୍ଲାର ଦାୟିତ୍ୱ ପ୍ରଦାନ କରାଯାଇଥିଲା । ଏହା ପୂର୍ବରୁ ତନ୍ମୟ ସ୍ଥାନୀୟ ଅଞ୍ଚଳର କାଉନସିଲର ରହିଥିଲେ ।

Get real time updates directly on you device, subscribe now.