fbpx

ସମ୍ବେଦନଶୀଳ ତଥ୍ୟ ଲିକ୍ ଅଭିଯୋଗ: ଗିରଫ ହେଲେ ଡାଟା ଏଣ୍ଟ୍ରି ଅପରେଟର

ନୂଆଦିଲ୍ଲୀ: ବୁଧବାର ଦିଲ୍ଲୀ ପୋଲିସର ଅପରାଧ ଶାଖା ଅର୍ଥ ମନ୍ତ୍ରଣାଳୟ ସହ ଜଡିତ ସମ୍ବେଦନଶୀଳ ତଥ୍ୟ ଲିକ୍ କରୁଥିବା ଏକ ଗୁପ୍ତଚର ନେଟୱାର୍କକୁ ପର୍ଦ୍ଦାଫାସ୍ କରିଛି । ଗୁପ୍ତଚର କାର୍ଯ୍ୟକଳାପ ତଥା ଟଙ୍କା ବଦଳରେ ବିଦେଶୀ ଦେଶକୁ ସମ୍ବେଦନଶୀଳ ତଥ୍ୟ ପ୍ରଦାନ ଅଭିଯୋଗରେ ଡାଟା ଏଣ୍ଟ୍ରି ଅପରେଟର ଭାବରେ କାର୍ଯ୍ୟ କରୁଥିବା ଚୁକ୍ତିଭିତ୍ତିକ କର୍ମଚାରୀ ସୁମିତଙ୍କୁ ଗିରଫ କରାଯାଇଛି ।

ଦିଲ୍ଲୀ ପୋଲିସ କ୍ରାଇମ ବ୍ରାଞ୍ଚ କହିଛି ଯେ ଅଭିଯୁକ୍ତଙ୍କ ଖୋଜାଖୋଜି ବେଳେ ତାଙ୍କ ନିକଟରୁ ଏକ ମୋବାଇଲ୍ ଫୋନ୍ ଜବତ କରାଯାଇଛି ଯାହାକୁ ସେ ଅର୍ଥ ମନ୍ତ୍ରଣାଳୟ ସହ ଜଡିତ ଗୁପ୍ତ ତଥ୍ୟ ସେୟାର କରିବାରେ ବ୍ୟବହାର କରୁଥିଲେ । ଅଫିସିଆଲ୍ ସିକ୍ରେଟ୍ ଆକ୍ଟ ଅନୁଯାୟୀ ସୁମିତଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି ।

ତେବେ ଏହି ଗିରଫଦାରୀକୁ ନେଇ ବଜେଟ୍ ପୂର୍ବରୁ ଗୁପ୍ତଚର ସନ୍ଦେହ ସୃଷ୍ଟି ହେଉଛି । କେନ୍ଦ୍ର ମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ନେତୃତ୍ୱରେ ଅର୍ଥ ମନ୍ତ୍ରଣାଳୟ ଫେବୃଆରୀ ୨ରେ ସଂସଦରେ କେନ୍ଦ୍ର ବଜେଟ୍ ଉପସ୍ଥାପନ କରିବାକୁ ଯାଉଛନ୍ତି । ଯଦି ବଜେଟ୍ ସହ ଜଡିତ ତଥ୍ୟ ଲିକ୍ ହୁଏ, ତେବେ ବଜାର ଉପରେ ଏହାର ବଡ ପ୍ରଭାବ ପଡିପାରେ ।

Get real time updates directly on you device, subscribe now.