ମାଲକାନଗିରି ଜିଲ୍ଲା ଷୋମନାଥପୁର ପଞ୍ଚାୟତ ଅନ୍ତର୍ଗତ ସଦାଶିବପୁର ଗ୍ରାମ ନିକଟସ୍ଥ ସାମୁହିକ ପୋଖରୀରୁ ଏକ ଘଡ଼ିଆଳ କୁମ୍ଭୀର ଉଦ୍ଧାର କରାଯାଇଛି । ସୂଚନା ଅନୁଯାୟୀ ଆଜି ସକାଳ ୧୨ ସମୟରେ କିଛି ଗ୍ରାମବାସୀ ଗ୍ରାମ ପୋଖରୀରୁ ମାଛ ଧରିବା ସମୟରେ ଗୋଟିଏ କୁମ୍ଭୀର ଉପରକୁ ଉଠିବାର ଦେଖିଥିଲେ । ଦେଖିବା କ୍ଷଣି ସଂଗେ ସଂଗେ ଗ୍ରାମବାସୀ ବାଲିମେଳା ବନବିଭାଗକୁ ଜଣାଇଥିଲେ ବନପାଳ ଶିବାନନ୍ଦ ଲେଙ୍କା ଓ ବାନିଶ୍ରୀ ଦେବୀ ଏବଂ ତାଙ୍କ ଟିମ ଘଟଣା ସ୍ଥଳରେ ପହଞ୍ଚି କୁମ୍ଭୀରଟିକୁ ଉଦ୍ଧାର କରିଥିଲେ, ଏବଂ କୁମ୍ଭୀରଟିକୁ ଉଦ୍ଧାର କରି ବାଲିମେଳାସ୍ଥିତ ପଶୁ ଚିକିତ୍ସାଳୟକୁ ଆଣି ସ୍ୱାସ୍ଥ୍ୟ ଅବସ୍ଥା ଯାଞ୍ଚ କରାଯାଇଥିଲା ।
କୁମ୍ଭୀରଟିକୁ ୨ଦିନ ବନବିଭାଗରେ ପର୍ଯ୍ୟବେକ୍ଷଣରେ ରଖାଯିବା ନେଇ କହିଛନ୍ତି ଡାକ୍ତର । ଏହାପରେ ଏହି କୁମ୍ଭୀରଟିକୁ କୌଣସି ଜନଶୂନ୍ୟ ନଦୀ କିମ୍ବା ବାଲିମେଳା ଜଳ ଭଣ୍ଡାରରେ ଛଡ଼ାଯିବ ବୋଲି ବନପାଳ ସୂଚନା ଦେଇଛନ୍ତି । କିନ୍ତୁ ଏହି କୁମ୍ଭୀରଟି କେଉଁଠୁ ଆସିଛି ତାହା ସ୍ପସ୍ଥ ହୋଇପାରିନାହିଁ । ହୁଏତ ଅତ୍ୟଧିକ ବର୍ଷା ଫଳରେ କୁମ୍ଭୀରଟି ପାଖ ନଦୀ କିମ୍ଭା ଜଳ ଭଣ୍ଡାରରୁ ଆସିଥିବ ବୋଲି ଜଣା ପଡୁଛି । କୁମ୍ଭୀରଟିର ଲମ୍ବ ୪.୫ଫୁଟ ଥିବାବେଳେ ବୟସ ପ୍ରାୟ ୬ବର୍ଷ ବୋଲି ବନପାଳ କହିଛନ୍ତି ।