Pushpa 2 ; ବଦଳିଲା ପୁଷ୍ପା-2 ରିଲିଜ ତାରିଖ, 6ରେ ନୁହେଁ…

ନୂଆଦିଲ୍ଲୀ: ପରିବର୍ତ୍ତନ ହେଲା ପୁଷ୍ପା-2ର ରିଲିଜ ତାରିଖ । ପୂର୍ବରୁ ଡିସେମ୍ବର 6 ତାରିଖରେ ରିଲିଜ ହେବା ନେଇ ଘୋଷଣା କରାଯାଇଖିବା ବେଳେ ବର୍ତ୍ତମାନ ତାରିଖରେ ପରିବର୍ତ୍ତନ ହୋଇଥିବା ନେଇ ଅଲ୍ଲୁ ଅର୍ଜୁନ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ଜାରି କରି ସୂଚନା ଦେଇଛନ୍ତି । ଅଲ୍ଲୁ ଅର୍ଜୁନ ଆଜି ପୁଷ୍ପା-2ର ପୋଷ୍ଟର ସେୟାର କରିଛନ୍ତି । ଏହି ପୋଷ୍ଟରେ ସେ ମୁହଁରେ ସିଗାରେଟ ଏବଂ ହାତରେ ପିସ୍ତଲ ଧରିଥିବା ନଜର ଆସିଛନ୍ତି । ତେବେ କ୍ୟାପସନରେ ରିଲିଜ ତାରିଖ ଲେଖିଛନ୍ତି ସାଉଥି ସୁପରଷ୍ଟାର । ସେ ହାସଟ୍ୟାଗ ଦେଇ ଲେଖିଛନ୍ତି ପୁଷ୍ପା-2 ଡିସେମ୍ବର 5 ତାରିଖରେ ପରଦାକୁ ଆସିବାକୁ ଯାଉଛି ।

କହିରଖୁଛୁ କି, ପୂର୍ବରୁ 2021 ମସିହାରେ ପୁଷ୍ପା ଫ୍ରାଞ୍ଚାଇଜର ସେକେଣ୍ଟ ପାର୍ଟ ଡିସେମ୍ବର 6 ତାରିଖରେ ରିଲିଜ ହେବାର ଥିଲା । ବର୍ତ୍ତମାନ ତାରିଖରେ ପରିବର୍ତ୍ତନ କରାଯାଇଥିବା ଅନୁମାନ କରାଯାଉଛି । ଘୋଷଣା ହୋଇଥିବା ତାରିଖର ଏକ ଦିନ ପୂର୍ବରୁ ଅର୍ଥାତ 5 ତାରିଖରେ ରିଲିଜ କରାଯିବା ନେଇ ସୂଚନା ରହିଛି । ତେବେ ଏହି ତାରିଖ ମେକର୍ସଙ୍କୁ ଅଧିକ ଫାଇଦା ଦେବ ବୋଲି ଚର୍ଚ୍ଚା ହେଉଛି । ଯଦି 6 ତାରିଖରେ ରିଲିଜ ହୋଇଥାନ୍ତା ତାହେଲେ ଓ୍ବିକେଣ୍ଡ ପୂର୍ବରୁ 2 ଦିନ ମିଳିବ । ଓ୍ବିକେଣ୍ଡ ସୁନାମୀ ପୂର୍ବରୁ 2ଦିନ ତୁଫାନୀ ହେବ ।

ପୁଷ୍କା-2 ଦ ରୁଲର କାହାଣୀ ପୂର୍ବ ଫିଲ୍ମର ଶେଷ ଠାରୁ ଆରମ୍ଭ ହେବ । ଫିଲ୍ମର ଟ୍ରେଲର ଆସିବା ପରଠାରୁ ହିଁ ଫ୍ୟାନ୍ସଙ୍କ ମଧ୍ୟରେ କ୍ରେଜ ଦେଖାଯାଇଛି । ଫିଲ୍ମରେ ଅଲ୍ଲୁ ଅର୍ଜୁନ ଏବଂ ରଶ୍ମୀକା ମନ୍ଦାନା ଲିଡ୍ ରୋଲରେ ନଜର ଆସିଛନ୍ତି । ତେବେ ରିଲିଜ ପୂର୍ବରୁ କୋଟି କୋଟି ଟଙ୍କା ରୋଜଗାର କରିସାରିଛି ଫିଲ୍ମ ।  ଓଟିଟି ରାଇଟ୍ସ ଏବଂ ସାଟେଲାଇଟ୍ ରାଇଟ୍ସରେ 900 କୋଟି ଟଙ୍କାର ବ୍ୟବସାୟ କରିଛି । କିନ୍ତୁ ବର୍ତ୍ତମାନ ସୁଦ୍ଧା ଫିଲ୍ମ ମେକର ଡିଜିଟାଲ ଟାଇଟ୍ସକୁ ନେଇ କୌଣସି ଘୋଷଣା କରିନାହାନ୍ତି । ଫିଲ୍ମ ରିଲିଜ ହେଲା ପରେ ବକ୍ସ ଅଫିସରେ ବମ୍ପର କଲେକ୍ସନ କରିପାରେ ବୋଲି ଚର୍ଚ୍ଚା ହେଉଛି ।