fbpx

ଅମରନାଥ ଯାତ୍ରାରେ ସୁରକ୍ଷା ଲାଗି ନିଆଗଲା ବଡ ନିଷ୍ପତ୍ତି, ଏବେ ଡଗ୍ ସ୍କ୍ୱାଡ ରଖିବେ ଆତଙ୍କବାଦୀଙ୍କ ଉପରେ ନଜର

Advertisement

ନୂଆଦିଲ୍ଲୀ:ଅମରନାଥ ଯାତ୍ରାରେ ସୁରକ୍ଷା ଲାଗି ପୂର୍ବ କେନ୍ଦ୍ରୀୟ ରିଜର୍ଭ ପୋଲିସ ବଳ (ସିଆରପିଏଫ୍) ଉଦ୍ଦମପୁର ଜିଲ୍ଲାର ଭିନ୍ନ ଭିନ୍ନ ସ୍ଥାନରେ ନିଜର ଡଗ୍ ସ୍କ୍ୱାଡକୁ ନିୟୋଜିତ କରିଛି । ୬୨ ଦିନ ବ୍ୟାପି ହେବାକୁ ଥିବା ଅମରନାଥ ଯାତ୍ରା ୧ ଜୁଲାଇରୁ ପହଲଗାଓଁ ନୁନବାନ ଓ ମଧ୍ୟ କାଶ୍ମୀରର ଗାନ୍ଦରୱାଲ ଜିଲ୍ଲାର ୱାଲଟାଲ୍ ପାରମ୍ପାରିକ ମାର୍ଗରୁ ଆରମ୍ଭ ହେବାକୁ ଯାଉଛି । ସିଆରପିଏଫ୍ ୧୩୭ ବାଟାଲିୟନର କମାଣ୍ଡାଣ୍ଟ ରମେଶ କୁମାର କହିଛନ୍ତି ଆମେ ଅମରନାଥ ଯାତ୍ରା ସମୟରେ ତୀର୍ଥଯାତ୍ରୀଙ୍କ ସୁରକ୍ଷା ଲାଗି ଏହା ନିୟୋଜିତ କରିଛୁ । ଏବେ ତୀର୍ଥଯାତ୍ରୀଙ୍କ ଲାଗି ଭୟ କରିବାର କୌଣସି କାରଣ ନାହିଁ ।

ଜାମ୍ମୁ କାଶ୍ମୀର ପ୍ରଶାସନର ଜଣେ ବରିଷ୍ଠ ଅଧିକାରୀ ବୁଧବାର କେନ୍ଦ୍ର ଶାସିତ ପ୍ରଦେଶରେ ଆଗାମୀ ଅମରନାଥ ଯାତ୍ରା ଲାଗି ପ୍ରସ୍ତୁତି ଓ ସୁରକ୍ଷା ବ୍ୟବସ୍ଥାର ଅନୁଧ୍ୟାନ କରିଛନ୍ତି । ଦକ୍ଷିଣ କାଶ୍ମୀରରେ ଥିବା ଏହି ୩,୮୮୦ ମିଟର ଉଚ୍ଚତା ବିଶିଷ୍ଟ ଗୁମ୍ଫା ମନ୍ଦିରକୁ ୬୨ ଦିବସୀୟ ଯାତ୍ରା ୧ ଜୁଲାଇରୁ ଆରମ୍ଭ ହୋଇ ୩୧ ଅଗଷ୍ଟ ପର୍ଯ୍ୟନ୍ତ ଜାରି ରହିବ । ଏଠାରେ ସୂଚାଇ ଦିଆଯାଇପାରେ ଯେ, ଗତ ବର୍ଷ ୩.୪୫ ଲକ୍ଷ ଯାତ୍ରୀ ପବିତ୍ର ଗୁମ୍ଫା ଦର୍ଶନ କରିଥିଲେ ଓ ଚଳିତ ବର୍ଷ ଏହା ୫ ଲକ୍ଷରେ ପହଞ୍ଚିଯିବାର ଅନୁମାନ ଲଗାଯାଇଛି ।

 

Get real time updates directly on you device, subscribe now.