fbpx

ଶାନଦାର୍ ଅଫର୍! ୨୦ ହଜାର ଟଙ୍କା ଶସ୍ତାରେ ମିଳୁଛି iPhone 13, ସେଲ୍ ସରିବାକୁ ଆଉ ରହିଲା ମାତ୍ର ୩ ଦିନ

ନୂଆଦିଲ୍ଲୀ: ଯଦି ଆପଣ ଆପଲ୍ ର ଲାଟେଷ୍ଟ୍ ମଡେଲ୍ ଆଇଫୋନ୍ ୧୩ ସ୍ମାର୍ଟଫୋନ୍ ଆଣିବାକୁ ଯୋଜନା କରୁଛନ୍ତି । ତେବେ ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ । କାରଣ ଏହି ଫୋନ୍ ଉପରେ ଏବେ ଶାନଦାର୍ ଅଫର୍ ଦିଆଯାଉଛି । ଆଇଫୋନ୍ ୧୩ ସ୍ମାର୍ଟଫୋନ୍ ଉପରେ ଏବେ ୨୦ ହଜାର ଟଙ୍କା ପର୍ଯ୍ୟନ୍ତର ଡିସକାଉଣ୍ଟ୍ ମିଳୁଛି । ଏହାକୁ ଆପଣ ଫ୍ଲିପକାର୍ଟରୁ କିଣିପାରିବେ । ସପିଂ ସାଇଟ୍ ଫ୍ଲିପକାର୍ଟରେ ଡିସେମ୍ବର ୧୬ରୁ ୨୧ ତାରିଖ ପର୍ଯ୍ୟନ୍ତ ବିଗ୍ ସେଭିଂ ଡେଜ୍ ସେଲ୍ ଚାଲିଛି । ତେଣୁ ଆପଣ ଏହି ସେଲ୍ ସରିବାକୁ ଆଉ ମାତ୍ର ୩ ଦିନ ରହିଲା । ଆଇଫୋନ୍ ୧୩ ସ୍ମାର୍ଟଫୋନକୁ ଆପଣ ୬୦ ହଜାର ଟଙ୍କାରେ କିଣିପାରିବେ ।

ଫ୍ଲିପକାର୍ଟରେ ଆପଲ୍ ଆଇଫୋନ୍ ୧୩ ସ୍ମାର୍ଟଫୋନ୍ ର ଦାମ୍ ୭୯,୯୦୦ ଟଙ୍କା ରହିଛି । ଏହି ଦାମ୍ ରେ ଆଇଫୋନ୍ ୧୩ , ୧୨୮ ଜିବି ବେସ୍ ଭାରିଆଣ୍ଟ ଉପଲବ୍ଧ ହେଉଛି । ଏହା ବ୍ୟତୀତ ଆପଣ ଫୋନ୍ ଏକ୍ସଚେଞ୍ଜ କରିବାକୁ ଚାହୁଁଥିଲେ ଆପଣଙ୍କୁ ୧୫,୪୫୦ ଟଙ୍କାର ଡିସକାଉଣ୍ଟ ମିଳିପାରିବ । ଏହିଭଳି ଭାବରେ ଆଇଫୋନ ୧୩ର ଦାମ୍ ହ୍ରାସ ପାଇ ୬୦,୪୫୫ ଟଙ୍କା ହୋଇଯିବ । ଅର୍ଥାତ୍ ପୂରା ୧୯,୪୪୫ ଳଟଙ୍କା ସେଭିଂସ୍ ହୋଇଯିବ ।

ଆଇଫୋନ୍ ୧୩ର ଫିଚର୍ସ:

ଆପଲ୍ ର ଲାଟେଷ୍ଟ୍ 5G ସ୍ମାର୍ଟଫୋନ୍ ୬.୧ ଇଞ୍ଚ୍ ସୁପର୍ ରେଟିନା XDR ଡିସପ୍ଲେ ଓ ଏ୧୫ ବାୟୋନିକ୍ ଚିପସେଟ୍ ସହିତ ଆସିଥାଏ । ସ୍ମାର୍ଟଫୋନ୍ ରେ 12MP ର ଡୁଆଲ୍ ରିୟର୍ କ୍ୟାମେରା ସେଟ୍ ଅପ୍ ଓ 12MP ର ଫ୍ରଣ୍ଟ୍ କ୍ୟାମେରା ରହିଛି । ଏହି ଫୋନ୍: ୧୨୮ GB, ୨୫୬ GB ଓ ୫୧୨ GB ଷ୍ଟୋରେଜ୍ ଭାରିଆଣ୍ଟ୍ ସହିତ ଆସିଥାଏ । ଫୋନ୍ ଟି ଡଷ୍ଟ୍ ଓ ୱାଟର୍ ରେସିସ୍ଟଣ୍ଟ୍ ରହିଛି ।

Get real time updates directly on you device, subscribe now.