fbpx

Video: ବଲ ବାଉଣ୍ଡରୀ ଅତିକ୍ରମ ନକରି ଛକା ମାରିଲେ ବ୍ୟାଟ୍ସମ୍ୟାନ୍, ଯିଏ ଦେଖିଲା ଆଶ୍ଚର୍ଯ୍ୟ ହୋଇଗଲା

ନୂଆଦିଲ୍ଲୀ: ବିଗ୍ ବାସ୍ ଲିଗ୍ ୨୦୨୨-୨୩ ରେ ମେଲବୋର୍ଣ୍ଣ ରେନେଗେଡସ୍ ଏବଂ ମେଲବୋର୍ଣ୍ଣ ଷ୍ଟାର୍ସ ମଧ୍ୟରେ ହୋଇଥିବା ମ୍ୟାଚରେ କିଛି ଏପରି ଘଟିଛି ଯାହାକୁ ନେଇ ସୋସିଆଲ ମିଡିଆରେ ବହୁତ ଚର୍ଚ୍ଚା ହେଉଛି। ଏହି ମ୍ୟାଚ୍‌ରେ ବ୍ୟାଟ୍ସମ୍ୟାନଙ୍କ ଶଟ୍‌ରେ ଅମ୍ପାୟାର ଦେଇଥିବା ନିଷ୍ପତ୍ତି ବିଷୟରେ ଖୁବ ଆଲୋଚନା ହେଉଛି। ବାସ୍ତବରେ, ମେଲବୋର୍ଣ୍ଣ ରେନେଗେଡ୍ସ ବୋଲର ୱିଲ ସଟରଲ୍ୟାଣ୍ଡଙ୍କ ଏକ ବଲରେ ମେଲବୋର୍ଣ୍ଣ ଷ୍ଟାର୍ସ ବ୍ୟାଟ୍ସମ୍ୟାନ୍ ଜୋ କ୍ଲାର୍କଙ୍କ ଏକ ଏରିଏଲ୍ ସଟ୍ ମାରିଥିଲେ।

ତେବେ ବଲ୍ ବାଉଣ୍ଡରୀ ଅତିକ୍ରମ କରିନଥିଲା କିନ୍ତୁ ଷ୍ଟାଣ୍ଡକୁ ଛୁଇଁ ଆସି ପଡିଆରେ ପଡିଥିଲା। ଏହା ପରେ ଅମ୍ପାୟାର ବ୍ୟାଟ୍ସମ୍ୟାନଙ୍କ ଏହି ଶଟ୍ କୁ ଛକା ବୋଲି କହିଥିଲେ। ଅମ୍ପାୟାର ଏହି ନିଷ୍ପତ୍ତି ଦେବା ପରେ ସମସ୍ତେ ଆଶ୍ଚର‌୍ୟ୍ୟ ହୋଇଯାଇଥିଲେ। କିନ୍ତୁ ଅମ୍ପାୟାର ଦେଇଥିବା ନିଷ୍ପତ୍ତି ନିୟମ ଅନୁଯାୟୀ ହୋଇଥିଲା।

ବାସ୍ତବରେ, ଆଇସିସିର ନିୟମ ଅନୁଯାୟୀ, ଯଦି ବଲ୍ ବ୍ୟାଟ୍ ଛୁଇଁବା ପରେ ଷ୍ଟାଡିୟମର ଛାତ ଉପରେ ବାଜେ, ତେବେ ସେହି ବଲକୁ ଡେଡ ଘୋଷଣା କରାଯିବ ନାହିଁ ବରଂ ଛକା ବୋଲି ଧରାଯିବ। ଏଭଳି ପରିସ୍ଥିତିରେ ଏହି ମ୍ୟାଚ୍‌ରେ ମଧ୍ୟ ସମାନ ଘଟଣା ଘଟିଥିଲା ​​ଏବଂ ବ୍ୟାଟ୍ସମ୍ୟାନଙ୍କ ଶଟ୍ ଛକାରେ ପରିଣତ ହୋଇଥିଲା। ଏଥି ସହିତ ବ୍ୟାଟ୍ସମ୍ୟାନ୍ମାନେ ମଧ୍ୟ ନିଜ ଭାଗ୍ୟ ରଦେଖି ହସୁଥିବା ଦେଖିବାକୁ ମିଳିଥିଲା।

ତେବେ ଏହି ମ୍ୟାଚ୍ ବିଷୟରେ କହିବାକୁ ଗଲେ ମେଲବୋର୍ଣ୍ଣ ରେନେଗେଡ୍ସ ଦଳ ୬ ରନରେ ମେଲବୋର୍ଣ୍ଣ ଷ୍ଟାର୍ସକୁ ପରାସ୍ତ କରିବାରେ ସଫଳ ହୋଇଥିଲେ। ମ୍ୟାଚ୍‌ର ପ୍ରଥମ ବ୍ୟାଟିଂ ମେଲବୋର୍ଣ୍ଣ ରେନେଗେଡସ୍ ଦଳ କରି ୨୦ ଓଭରରେ ୭ ୱିକେଟ୍ ହରାଇ ୧୬୨ ରନ୍ ସଂଗ୍ରହ କରିଥିଲା, ଏହା ପରେ ମେଲବୋର୍ଣ୍ଣ ଷ୍ଟାର୍ସ ଦଳ ୨୦ ଓଭରରେ ୭ ୱିକେଟ୍ ପାଇଁ ୧୫୬ ରନ୍ ସଂଗ୍ରହ କରି ପାରିଥିଲା।

Get real time updates directly on you device, subscribe now.