Breaking: ରୋଗୀ ନେଇ ଯିବା ସମୟରେ ଆମ୍ୱୁଲାନ୍ସରେ ଲାଗିଗଲା ନିଆଁ

ହଠାତ୍ ରାସ୍ତା ଉପରେ ହୁତୁହୁତୁ ହୋଇ ଜଳିବାକୁ ଲାଗିଲା ଆମ୍ୱୁଲାନ୍ସ। ଆଉ ଆମ୍ୱୁଲାନ୍ସ ଭିତରେ ଥିଲେ ରୋଗୀ। ଆଉ ତାପରେ...

ପିପିଲି: ପୁଣି ଆମ୍ୱୁଲାନ୍ସରେ ଲାଗିଲା ନିଆଁ। ଆମ୍ୱୁଲାନ୍ସରେ ଥିଲେ ରୋଗୀ। ହଠାତ୍ ହୁତୁହୁତୁ ହୋଇ ଜଳିବାକୁ ଆରମ୍ଭ କଲା ଆମ୍ୱୁଲାନ୍ସ। ରୋଗୀ ହସ୍ପିଟାଲ କ’ଣ ଯିବେ ଆମ୍ୱୁଲାନ୍ସରେ ନିଆଁ ଲାଗିଯିବା ଦେଖି ଭୟଭୀତ ହୋଇ ପଡିଲେ।

ପରେ ରୋଗୀଙ୍କୁ ସୁରକ୍ଷିତ ଭାବରେ ଆମ୍ୱୁଲାନ୍ସରୁ ବାହାର କରାଯାଇଥିଲା। ପରେ ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିଥିଲେ। କୁହାଯାଉଛି ଆମ୍ୱୁଲାନ୍ସରେ ନିଆଁ ସର୍ଟସର୍କିଟ୍ ଯୋଗୁଁ ଲାଗିଥିଲା।

ଘଟଣାଟି ଘଟିଛି ପିପିଲି ସେଲଫି ପଏଣ୍ଟ ନିକଟରେ। ସେଲ୍ଫି ପଏଣ୍ଟ ନିକଟରେ ହଠାତ୍ ଆମ୍ୱୁଲାନ୍ସରେ ନିଆଁ ଲାଗିଯାଇଥିଲା। ଡେଲାଙ୍ଗରୁ ରୋଗୀକୁ ଧରି ଭୁବନେଶ୍ୱର ଯିବାବେଳେ ଏହି ଅଘଟଣ ଘଟିଛି। ନିକଟରେ ମଧ୍ୟ ଜଣେ ଗର୍ଭବତୀ ମହିଳାଙ୍କୁ ନେଇ ଯିବା ସମୟରେ ଆମ୍ୱୁଲାନ୍ସରେ ସିଲିଣ୍ଡର ଫାଟିଥିଲା।