fbpx

ଟ୍ରକକୁ ପିଟିଲା ଆମ୍ବୁଲାନ୍ସ; ୧ ମୃତ ୬ ଗୁରୁତର

ବଲାଙ୍ଗିର: ଆଜିକାଲି ଦେଶ ତଥା ରାଜ୍ୟରେ ସଡକ ଦୁର୍ଘଟଣା ମାମଲା ବୃଦ୍ଧି ପାଇବାର ଲାଗିଛି । ଫଳରେ ପ୍ରତେୟକ ଦିନ କେହି ନା କେହି ଏହି ସଡକ ଦୁର୍ଘଟଣାର ଶିକାର ହେଉଛନ୍ତି । ଆଗରୁ ଏପରି ଅନେକ ଘଟଣା ଦେଖିବାକୁ ମିଳିଥିବା ବେଳେ ବର୍ତ୍ତମାନ ସେହିପରି କେ ମାମଲା ସାମ୍ନାକୁ ଆସିଛି ।

ମିଳିଥିବା ସୂଚନା ଅନୁଯାୟୀ, ବଲାଙ୍ଗିର ଜିଲ୍ଲା ଜଳେଶ୍ୱର ଥାନା ନିକଟରେ ଥିବା ୬୦ ନମ୍ବର ଜାତୀୟ ରାଜପଥରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଫଳରେ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୬ ଜଣ ଗୁରୁତର ଆହତ ହୋଇଛନ୍ତି । ତେବେ ସମସ୍ତ ଆହତମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

                                                                                       

ତେବେ ଖବର ଅନୁଯାୟୀ, ପଶ୍ଚିମବଙ୍ଗ ରାଜ୍ୟ ମେଦିନୀପୁର ଜିଲ୍ଲା କେଶରପୁର ଅଞ୍ଚଳର ଏକ ରୋଗୀ ସହ ପରିବାର ୬ ଜଣ ସଦସ୍ୟ ଏକ ଆମ୍ବୁଲାନ୍ସ ଯୋଗେ ଭୁବନେଶ୍ୱର ଏମ୍ସକୁ ଆସିଥିଲେ । ସେଠାରେ ସେ ଚିକିତ୍ସିତ ହୋଇ ରାଜ୍ୟକୁ ଫେରୁଥିବା ବେଳେ ବଲାଙ୍ଗିର ଜିଲ୍ଲା ଜଳେଶ୍ୱର ଥାନା ଆମ୍ବାଳିଅଠା ବାଇପାସ୍ ଠାରେ ଆମ୍ବୁଲାନ୍ସଟି ଏକ ଟ୍ରକୁ ପଛରୁ ଧକ୍କା ଦେଇଥିଲା । ଯେଉଁଥିରେ ରୋଗୀ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ପରିବାର ଅନ୍ୟ ୬ ଜମ ଜମ ସଦସ୍ୟ ଗୁରୁତର ଆହତ ହୋଇଛନ୍ତି । ଫଳରେ ସେମାନଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି ।

ତେବେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ନାମ ଇରସାତ୍ ଖାନ ହୋଇଥିବା ବେଳେ ପୋଲିସ ଘଟଣାର ଖବର ପାଇ ଘଟଣା ସ୍ଥଳରେ ପହଞ୍ଚିଛି । ଏଥିସହିତ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଆମ୍ବୁଲାନ୍ସକୁ ଜବତ କରିଛି ଏବଂ ଘଟଣାର ତଦନ୍ତ ଆରମ୍ଭ କରିଛି ।

Get real time updates directly on you device, subscribe now.