fbpx

BJD ଦଳ ନୁହେଁ Brand :କିପରି ଥିଲା ୨୦୨୨ରେ ବିଜୁ ଜନତା ଦଳର ଯାତ୍ରା , ଆସନ୍ତୁ ସଂକ୍ଷିପ୍ତରେ ଜାଣିବା

ଭୁବନେଶ୍ୱର:ଓଡିଶାର ଏକ ଆଞ୍ଚଳିକ ଦଳ ହେଉଛି ବିଜେଡି । ଯାହା କେବଳ ଓଡିଶାରେ ନୁହେଁ ବରଂ ସାରା ବିଶ୍ୱରେ ନିଜର ପରିଚୟ ଅର୍ଜ୍ଜନ କରିଛି । ଆଉ ଏଭଳି ସୁନାମ ଅର୍ଜ୍ଜନ କରିବା ପଛରେ ସବୁଠାରୁ ଗରୁତ୍ୱପୂର୍ଣ୍ଣ ଭୂମିକା ଅତିବାହିତ କରିଛନ୍ତି ସବୁଠାରୁ ପ୍ରିୟନେତା ତଥା ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଯାହାଙ୍କ ପାଇଁ ବିଜେଡି ଆଜି କେବଳ ଗୋଟିଏ ଦଳ ନୁହେଁ ବ୍ରାଣ୍ଡରେ ପରିବର୍ତ୍ତନ ହୋଇ ପାରିଛି । ମୁଖ୍ୟମନ୍ତ୍ରୀଙ୍କ ନୀତି ଆଉ ଆଦର୍ଶର ପଥରେ ବିଜେଡି ଦୀର୍ଘ ୨୫ବର୍ଷ ହେବ ଚାଲିଛି ଯାହା ପାଇଁ  ବିଜେଡି ତାର ୨୫ତମ ପ୍ରତିଷ୍ଠା ଦିବସ ପାଳନ କରୁଛି । ସେବା ସହ ମହିଳା ମାନଙ୍କୁ ସର୍ବଦା ଅଗ୍ରାଧିକାର ଦେବା,ପ୍ରତିଟି ଗରିବ ଖଟିଖିଆଙ୍କ ଦୁଃଖ ଦୂର କରିବା, ସ୍ୱାସ୍ଥ୍ୟ କ୍ଷେତ୍ର ରୁ ଆରମ୍ଭ କରି ଶିକ୍ଷା ପର୍ଯ୍ୟନ୍ତ ସମସ୍ତଙ୍କ କ୍ଷେତ୍ରରେ ଓଡିଶାକୁ ଅଗ୍ରଣୀ ରାଜ୍ୟରେ ପରିଣତ କରିବା ଲକ୍ଷ୍ୟରେ ଗଢ଼ି ଉଠିଥିଲା ବିଜୁ ଜନତା ଦଳ । ମହାନ ପୁରୁଷ ବିଜୁବାବୁଙ୍କ ନାମରୁ ଆରମ୍ଭ ହୋଇଥିବା ଏହି ଦଳ ସଦା ସର୍ବଦା ସେବାରେ ବିଶ୍ୱାସ ରଖିଛି । ପ୍ରତିଟି ଜୀବନକୁ ମୂଲ୍ୟବାନ ବୋଲି ଭାବିବା ସହିତ କିପରି ଓଡିଶାବାସୀଙ୍କ ପାଖରେ ସବୁ ସୁବିଧା ସୁଯୋଗ ପହଞ୍ଚି ପାରିବ ସେଥିପାଇଁ ବିଜେଡି କର୍ମୀ ମାନେ ଅନବରତ କାର୍ଯ୍ୟ କରୁଛନ୍ତି ।  ଶଙ୍ଖ କ୍ଷେତ୍ର ପୁରୀରେ ବିଜେଡି ତାର ପ୍ରତିଷ୍ଠା ଦିବସ ପାଳନ କରିଛି । ଏହା ସହିତ ଯେଉଁମାନେ ଓଡିଶାର ବିକାଶରେ ସହଯୋଗ କରିବାକୁ ଚାହୁଁଛନ୍ତି ସେମାନେ ସେମାନେ ବିଜେଡିରେ ନିଜର ଯୋଗଦାନ କରନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଛନ୍ତି । ତେବେ ଆଉ ଦିନ କେଇଟା ପରେ ୨୦୨୨ ସମାପ୍ତି ହେବାକୁ ଯାଉଛି । ତେବେ ବିଜେଡି ପାଇଁ ୨୦୨୨ କିଭଳି ରହିଲା ଆସନ୍ତୁ ସଂକ୍ଷିପ୍ତରେ ଜାଣିବା:

ବିଜେଡିର ୨୦୨୨ ଯାତ୍ରା:ଚଳିତ ବର୍ଷ ବିଜେଡି ପାଇଁ ଯେତେ ବିଠା ଥିଲା ସେତେ ଖଟା ମଧ୍ୟ କହିବାକୁ ଗଲେ ଚଳିତବଷ ବିଜେଡି ପାଇଁ ମିଶ୍ରିତଫଳଦାୟୀ ଥିଲା । ନୂତନ ବର୍ଷ ଆରମ୍ଭରେ ବିଜେଡି ଏକ ନୂଆ ଷ୍ଟ୍ରାଟେଜି ସହ ଆରମ୍ଭ କରିଥିଲା । ଆଉ ଦଳ ସାମ୍ନାରେ ଥିଲା ଏକ ବଡ ଚ୍ୟାଲେଞ୍ଜ ତାହା ହେଉଛି ବ୍ରଜରାଜନଗର ଉପନିର୍ବାଚନ । ଉପନିର୍ବାଚନରେ ବିଜେପି କୁ ହରାଇବା ସହଜ ନଥିଲା ଆଉ ୨୦୨୧ ରେ ହିଁ ବିଜେଡି ପିିପିଲି ଉପନିର୍ବାଚନ ହାତେଇଥିଲା । ଯାହା ପାଇଁ ବିଜେଡି ୨୦୨୨ ରେ ମଧ୍ୟ ଜିତିବାର ଜୋସ ଏକଦମ ଚଢ଼ିକି ଥିଲା । ୨୦୧୯ ରେ ବିଜେଡି  ପ୍ରଥମଥର କରି ବ୍ରଜରାଜନଗର ଆସନ ହାତେଇଲାଥିଲା କିନ୍ତୁ ଦୁଃଖର ବିଷୟ ବିଜୟର ମାତ୍ର ଅଢ଼େଇ ବର୍ଷ ପରେ କିଶୋର ମହାନ୍ତିଙ୍କ ଦେହାନ୍ତ ହୋଇଥିଲା । ଯାହାପାଇଁ ଉପନିର୍ବାଚନର ବିଗୁଲ ବାଜିଲା ।

ବିଜେଡି କୌଣସି ପକ୍ଷେ ଆସନ ହାତଛଡା କରିବାକୁ ଚାହୁଁ ନଥିଲା ସେଥିପାଇଁ ବିଜେଡି ଏଠାରେ ଅନୁକମ୍ପା କାର୍ଡ ଖେଳିଳା ଆଉ କିଶୋର ମହାନ୍ତିଙ୍କ ସ୍ତ୍ରୀ ଅଳକା ମହାନ୍ତିଙ୍କୁ ଏହି ଟିକେଟ ଦେଲା । ଆଉ ବାସ ଏହାପରେ ବିଜେଡି ଏହି ଉପନିର୍ବାଚନ ମଧ୍ୟ ହାତେଇଲା । ଆଉ ସେଠାରେ ବିଜେଡି ତାର ଗଡ ସ୍ଥାପନ କରିବାରେ ମଧ୍ୟ ସଫଳ ହେଲା । ବ୍ରଜରାଜନଗର ହାତେଇବା ପରେ ବିଜେଡି ଜାଣି ସାରିଥିଲା ଯେ ଦଳ ତାର ସଙ୍ଗଠନକୁ ବହୁତ ମଜବୁତ କରି ସାରିଛି । ଏବଂ କିଛି ବି ବାଧା ଆସୁ ବିଜେଡିକୁ କେହି ମାତ ଦେଇ ପାରିବେ ନାହିଁ ବୋଲି ଭାବି ନେଇଥିଲା କିନ୍ତୁ ବିଜେଡିର ଜିତିବା ଗାଡିରେ ବ୍ରେକ ଲଗାଇ ଦେଲା ଧାମନଗର ଉପନିର୍ବାଚନ ।

ଧାମନଗର ବିଧାୟକ ବିଷ୍ଣୁ ଚରଣ ସେଠୀଙ୍କ ମୃତ୍ୟୁ ପରେ ବିଜେଡି ଆଶା ବାନ୍ଧିଥିଲା ଯେ ନିର୍ବାଚନରେ ହାରିଥିବାର ସବୁ ତ୍ରୁଟିକୁ ସେ ଉପନିର୍ବାଚନରେ ସମାଧାନ କରିନେବ । ଯାହାପାଇଁ ବିଜେଡି ଏଠାରେ ମହିଳାକାର୍ଡ ଖେଳି ଅବନ୍ତି ଦାସଙ୍କୁ ପ୍ରାର୍ଥୀ କରିଲା । ମହିଳା ସଶକ୍ତିକରଣ ଯେଉଁ କଥା କୁହେ ବିଜେଡି ତାହାକୁ କାର୍ଯ୍ୟରେ ମଧ୍ୟ କରି ଦେଖାଇଲା । ବିଜେଡି ସେହି ଆସନରୁ ମହିଳାଙ୍କୁ ଛିଡା କରିଲା କିନ୍ତୁ ଦଳର ଅଭ୍ୟନ୍ତରୀଣ କନ୍ଦଳ ପାଇଁ ଦଳ ଏଠାରେ ପରାଜୟ ଦେଖିଲା । ଯାହା ଉପନିର୍ବାଚନ କ୍ଷେତ୍ରରେ କେବେ ହୋଇ ନଥିଲା ତାହା ହେଲା । ଆଗରୁ ହୋଇଥିବା ସବୁ ଉପନିର୍ବାଜନ ବିଜେଡି ହାତେଇ ଆସୁଥିଲା କିନ୍ତୁ ଧାମନଗରରେ ଏହା ଘଟିଲା ନାହିଁ । ଏଠାରେ ବିଜେପି ଆସନ ହାତେଇଲା ଆଉ ବିଜେଡିକୁ ଏଠାରେ ଏକ ଶକ୍ତ ଝଟକା ଲାଗିଲା । ବିଜେଡି ଜାଣି ପାରିଲା ଯେ ଦଳରେଥିବା ଗୋଷ୍ଠୀ କନ୍ଦଳ ପାଇଁ ଆଜି ବିଜେଡିକୁ ପରାଜୟ ସହିବାକୁ ପଡିଲା । ଏହା ସହିତ ଟିକେଟ ପାଇଁ ଆଶାୟୀ ଥିବା ରାଜୁ ଦାଶ ସ୍ୱାଧୀନ ଭାବରେ ଛିଡା ହୋଇଥିଲେ । ଏହା ପୂର୍ବରୁ ମଧ୍ୟ ବିଜେଡିର ଏହି ଗୋଷ୍ଠୀ କନ୍ଦଳ ପାଇଁ ଦଳ ପରାଜୟ ହାସଲ କରିଥିଲା । ଆଉ ଏହି ଥର ମଧ୍ୟ ଦଳ ପୁଣି ଥରେ ଏହି ଭୁଲ କରିଲା । ଯାହା ପାଇଁ ଧାମନଗରରେ ଶତପ୍ରତିଶତ ଚେଷ୍ଟା ପରେ ମଧ୍ୟ ବିଜେପିକୁ ହାରାଇବାରେ ବିଜେଡି ଏଠାରେ ଅସଫଳ ହୋଇଗଲା। ତେଣୁ ବିଜେଡି ଏହି ଭୁଲ ରୁ ଶିିଖିଲା ଆଉ ନିଜ ସଙ୍ଗଠନକୁ ଆହୁରୀ ସଦୃଢ଼ କରିଲା । କାହିଁକି ଦଳକୁ ଏପରି ଭୋଗିବାକୁ ପଡିଲା ଏହାର ମଧ୍ୟ ସମୀକ୍ଷା ହେଲା ଆଉ ବିଜେଡି ପୁଣିଥରେ ତାର ରଣନୀତି ପ୍ରସ୍ତୁତ କରିଲେ ।

ଏହା ପରେ ବିଜେଡି ପାଖରେ ଆଉ ଏକ ଉପନିର୍ବାଚନ ଜିତିବାର ସୁଯୋଗ ଥିଲା । କାରଣ ଧାମନଗର ଉପନିର୍ବାଚନର କିଛି ଦିନ ପରେ ହେବାର ଥିଲା ପଦ୍ମପୁର ଉପନିର୍ବାଚନ । ଯାହା ପାଇଁ ବିଜେଡି ତାର ପ୍ରସ୍ତୁତି ଧାମନଗର ଫଳାଫଳ ଆସିବା ଦିନ ଠାରୁ ହିଁ ଆରମ୍ଭ କରି ଦେଇଥିଲା । ପରାଜୟର ଯେଉଁ ଛିଟା ଦଳ ଉପରେ ପଡିଥିଲା ତାହାକୁ ଫିକା କରିବା ପାଇଁ ବିଜେଡି କିପରି ଏହି ଆସନରେ ବିରାଟ ବିଜୟର ବାନା ଉଡାଇବ ତାହାକୁ ନେଇ ସମସ୍ତ ରୋଡମ୍ୟାପ ପ୍ରସ୍ତୁତ କରି ଦେଇଥିଲା ।

ବିଧାୟକ ବିଜୟ ସିଂହ ବରିହାଙ୍କ ବିୟୋଗପରେ ପଦ୍ମପୁର ଉପନିର୍ବାଚନ ହେଲା । ଆଉ ପଦ୍ମପୁର ଉପନିର୍ବାଚନରେ ପୁଣିଥରେ ଅନୁକମ୍ପା କାର୍ଡ ଖେଳିଲା ବିଜେଡି । ବିଜେଡି ବିଜୟ ସିଂହ ବରିହାଙ୍କ ଝିଅ ବର୍ଷା ବରିହାଙ୍କୁ ପ୍ରାର୍ଥୀ କରାଇଲା । କେବଳ ଏତିକି ନୁହେଁ ଯେଉଁଠାରେ କୌଣସି ଉପନିର୍ବାଚନରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପ୍ରଚାର ମୈଦାନକୁ କେବେ ଓହ୍ଲାଇ ନଥିଲେ ସେ ପ୍ରଥମ କରି ବର୍ଷାଙ୍କ ପାଇଁ ପ୍ରଚାର କରିଲେ । ଆଉ ପଦ୍ମପୁରରେ ପୁଣିଥରେ ଉଡିଲା ବିଜେଡିର ବିଜୟ ବାନା । ଏଠାରେ ବର୍ଷା ସିଂହ ବରିହାଙ୍କୁ ୧ ଲକ୍ଷ ୨୦ ହଜାର ୮୦୭ ଭୋଟ୍ ମିଳିଲା । ନିକଟତମ ପ୍ରତିଦ୍ୱନ୍ଦୀ ପ୍ରଦୀପ ପୁରୋହିତ ୭୮ ହଜାର ୧୨୮ ଭୋଟ୍ ପାଇଥିଲେ । ଆଉ କଂଗ୍ରେସକୁ ମିଳିଥିଲା ମାତ୍ର ୩୫୯୪ ଖଣ୍ଡ ଭୋଟ୍ ।

ଯଦି ଆମେ ଉପନିର୍ବାଚନ କଥାକୁ ବାଦ ଦେବା ବିଜେଡି ସର୍ବଦା ପ୍ରଚେଷ୍ଟା କରେ କିପରି ତୃଣ ମୂଳ ସ୍ତରେ ସେ ଲୋକମାନଙ୍କ ସହ ଯୋଡି ହେବ ଆଉ କିପରି ଲୋକମାନଙ୍କ ସମସ୍ୟା କୁ ଦୂର କରି ପାରିବ । ମୁଖ୍ୟମନ୍ତ୍ରୀ ମଧ୍ୟ ସଦା ସର୍ବଦା ଏହା ହିଁ ଚେଷ୍ଟା ରହି ଆସିଛି । ମୁଖ୍ୟମନ୍ତ୍ରୀଙ୍କ ଆଦର୍ଶରେ ଆଉ ନୀତି ଏବଂ ଛତ୍ରଛାୟାରେ ବିଜେଡି ୨୦୨୨ ବର୍ଷ ସୁରୁଖୁରରେ ସମ୍ପନ୍ନ କରିଛି ।ଆଗାମୀ ୧୦୦ବର୍ଷ ପର୍ଯ୍ୟନ୍ତ ବିଜୁ ଜନତାଦଳ ଓଡିଶା ବାସୀଙ୍କ ସେବାକରି ଚାଲିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଏହାସହ ସେ କହିଛନ୍ତି କୌଣସି ଜାତି, ଧର୍ମ,ବର୍ଣ୍ଣର ଲୋକଙ୍କ ଉନ୍ନତି ପାଇଁ ଆମେ କାମ କରୁନାହୁଁ ବରଂ ସର୍ବାଙ୍ଗୀନ ଉନ୍ନତି ପାଇଁ ବିଜେଡି କାମ କରୁଛି ଆଉ ଆଗକୁ ମଧ୍ୟ କରିବ । ଦଳରେ ଯେଉଁ ସମସ୍ୟା ରହିଥିଲା ଯେଉଁ କନ୍ଦଳ ରହିଥିଲା ତାହାକୁ କିପରି ସମାଧାନ କରାଯିବ, କିପରି ଅଧିକରୁ ଅଧିକ ସାଧାରଣ ଲୋକ ବିଜେଡି ସହିତ ଜଡିତ ହେବେ ,କିପର ପ୍ରତିଟିି ଗାଁର ମହିଳା ମାନେ ସଶକ୍ତ ହେବେ ଏହି ସବୁ ଲକ୍ଷ୍ୟ ସହିତ ବିଜେଡି ତାର ୨୦୨୨ ବର୍ଷକୁ ସଫଳତାର ସହିତ ସମ୍ପୂର୍ଣ୍ଣ କରିଛି । ଦୀର୍ଘ ୨୫ ବର୍ଷ ହେବ ଓଡ଼ିଶାବାସୀଙ୍କ ଆଶୀର୍ବାଦ ପାଇ ଦେଶର ସବୁଠୁ ସଫଳତମ ଆଞ୍ଚଳିକ ଦଳଭାବେ ବିଜେଡି ଉଭା ହୋଇଛି । ଏହି ସେବା ଏଜେଣ୍ଡା କରି ବିଜେଡି ଆଗେଇ ଚାଲିଛି, ଆଉ ଆଗକୁ ଚାଲିବ ମଧ୍ୟ । ଓଡ଼ିଶାର ସ୍ୱାଭିମାନ, ସଂସ୍କୃତି,ଭାଷା ତଥା ସବୁବର୍ଗର ଉନ୍ନତିପାଇଁ ବିଜେଡି କାମ କରିବ। ଏହା ସହ ଆଶା ଆଉ ବିଶ୍ୱାସ ରଖିଛି କିପରି ୨୦୨୩ ରେ ଦଳ କିପରି ତାର ଉତ୍ତମ ପ୍ରଦର୍ଶନ କରିବ ।

Get real time updates directly on you device, subscribe now.