fbpx

‘ଦୁନିଆରେ ପ୍ରଳୟ ଆଣିବ କରୋନା, ଏବେ ତ ଖାଲି ଟ୍ରେଲର…ମରିବେ ଲକ୍ଷାଧିକ ଲୋକ’, ବୈଜ୍ଞାନିକଙ୍କ ଭୟଙ୍କର ଦାବି

ନୂଆଦିଲ୍ଲୀ: ଚୀନରେ ବଢ଼ୁଥିବା କରୋନା ମାମଲା ପୁଣିଥରେ ମନରେ ଭୟ ସୃଷ୍ଟି କରିଛି । ଦ୍ରୁତ ଗତିରେ ବ୍ୟାପୁଥିବା ଭାଇରସ୍ ସମଗ୍ର ବିଶ୍ୱ ପାଇଁ ଚିନ୍ତାର ବିଷୟ ପାଲଟିଛି । ଚୀନ୍, ଜାପାନ, ସାଉଥ କୋରିଆ ଓ ଆମେରିକାରେ କରୋନା ମାମଲା ତୀବ୍ର ଭାବରେ ବଢ଼ିବାରେ ଲାଗିଛି । ଏହାରି ମଧ୍ୟରେ ଆମେରିକାର ବୈଜ୍ଞାନିକମାନଙ୍କ ଭବିଷ୍ୟବାଣୀ ଆହୁରୀ ଡରାଇ ଦେଇଛି । ବୈଜ୍ଞାନିକଙ୍କ ମତରେ, ଚୀନ୍ ଓ ଅନ୍ୟ ଦେଶରେ କରୋନା ଆଉ ଏକ ଲହର ଆଣିବ । କେବଳ ଏତିକି ନୁହେଁ, ଆସନ୍ତା ୩ ମାସ ଭିତରେ କରୋନାର ଶିକାର ହୋଇ ଲକ୍ଷାଧିକ ଲୋକ ନିଜ ଜୀବନ ହରାଇବେ ।

ଭାରତରେ ମଧ୍ୟ କରୋନାକୁ ନେଇ ସରକାର ସତର୍କ ମୋଡରେ ଚାଲିଆସିଛନ୍ତିି । ସବୁ ସ୍ଥାନରେ ମାସ୍କ ବିଷୟରେ ଲୋକଙ୍କୁ ପୁନର୍ବାର ସଚେତନ କରାଯାଉଛି । ବିଦେଶକୁ ଆସୁଥିବା ଲୋକଙ୍କ କରୋନା ଟେଷ୍ଟ କରାଯାଉଛି ।

ଆମେରିକୀୟ ବୈଜ୍ଞାନିକଙ୍କ ଦାବି:-
କରୋନାରୁ ଯୋଗୁଁ ପୁଣିଥରେ ବିନାଶ ହେବ ବୋଲି ଆମେରିକାର ପବ୍ଲିକ୍ ହେଲଥ୍ ସାଇଣ୍ଟିଷ୍ଟ ଡାକ୍ତର ଏରିକ ଫିଗଲ ଡିଙ୍ଗ କହିଛନ୍ତି । ସେ ଟ୍ୱିଟ୍ କରି କହିଛନ୍ତି ଯେ, ପ୍ରତିବନ୍ଧକ ହଟିବା ମାତ୍ରେ ଚୀନ୍ ମେଡିକାଲରେ ରୋଗୀମାନେ ଭର୍ତ୍ତି ହେବାରେ ଲାଗିଲେ । ଆସନ୍ତା ତିନିମାସ ମଧ୍ୟରେ କରୋନା ବିଶ୍ୱର ୧୦% ଏବଂ ଚୀନର ୬୦% ରୁ ଅଧିକ ଲୋକଙ୍କୁ ସଂକ୍ରମିତ କରିବ । କେବଳ ଏତିକି ନୁହେଁ, ସେ ତାଙ୍କ ଦାବିରେ କହିଛନ୍ତି ଯେ, ଏଥର ମଧ୍ୟ କରୋନା ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ନେବ । ଦୁନିଆ ଏବେ କରୋନାର ଆରମ୍ଭକୁ ଦେଖିଛି ।’

ଫିଗଲ-ଡିଙ୍ଗ ତାଙ୍କ ଦାବିରେ କହିଛନ୍ତି ଯେ, ଅଧିକ ଚାହିଦା ହେତୁ ସିଭିଏସ୍ ଏବଂ ୱାଲଗ୍ରିନ୍ସ ଭଳି କମ୍ପାନୀ ଯନ୍ତ୍ରଣା ଏବଂ ଜ୍ୱରର ମେଡିସିନ୍ ବିକ୍ରି ବନ୍ଦ କରି ଦେଇଛନ୍ତି । ୱାଲଗ୍ରେନ୍ସ କମ୍ପାନୀ କହିଛି ଯେ, ଚାହିଦା ବୃଦ୍ଧି ଏବଂ ହୋର୍ଡିଂକୁ ରୋକିବା ପାଇଁ ମେଡିସିନ୍ ବିକ୍ରି ପାଇଁ ଗାଇଡଲାଇନ୍ ଜାରି କରାଯାଇଛି । ଜଣେ ବ୍ୟକ୍ତି ଗୋଟିଏ ସମୟରେ ମାତ୍ର ୬ଟି ଡୋଜ କିଣିପାରିବେ ।

Get real time updates directly on you device, subscribe now.