fbpx

୩୦ ବର୍ଷ ପରେ ଶନିଙ୍କ ଚଳନରେ ହେବ ମହାପରିବର୍ତ୍ତନ; ଏହିସବୁ ରାଶିମାନଙ୍କ ଉପରେ ପଡିବ ପ୍ରଭାବ, ଜାଣନ୍ତୁ ଆପଣଙ୍କ ଭାଗ୍ୟ

ହିନ୍ଦୁ ଧର୍ମରେ ପ୍ରତ୍ୟେକ ଶାସ୍ତ୍ର ପୁରାଣର ବିଶେଷ ମହତ୍ତ୍ୱ ଏବଂ ଗୁରୁତ୍ୱ ରହିଛି । ଫଳରେ ବିଶାରଦମାନେ ଏହିସବୁ ଶାସ୍ତ୍ର ସାହାଯ୍ୟରେ ଅନେକ କିଛି କଥା ଜାଣି ପାରନ୍ତି । ତେବେ ହିନ୍ଦୁ ଧର୍ମରେ ଥିବା ଶାସ୍ତ୍ର ପୁରାମମାନଙ୍କ ମଧ୍ୟରୁ ଗୋଟିଏ ହେଉଛି ଜ୍ୟୋତିଷ ଶାସ୍ତ୍ର । ଯାହା ମାଧ୍ୟମରେ ଜ୍ୟୋତିଷ ବିଶାରଦମାନେ ଗ୍ରହ ନକ୍ଷତ୍ରଙ୍କ ଚଳନ ଠାରୁ ଆରମ୍ଭ କରି ବ୍ୟକ୍ତିର ଭାଗ୍ୟ ଭବିଷ୍ୟ ବିଷୟରେ ମଧ୍ୟ ଅନେକ କିଛି ଜାଣିପାରନ୍ତି । ତେବେ ଆଉ ୪ ଦିନ ପରେ ନୂତନ ବର୍ଷ ଆରମ୍ଭ ହେବାକୁ ଯାଉଛି । ସେହି ବର୍ଷରେ କେଉଁ ଗ୍ରହ କେବେ ସେମାନଙ୍କ ରାଶି ଓ ଗତି ପରିବର୍ତ୍ତନ କରିବେ ଏବଂ ଏହା ସମସ୍ତ ରାଶି ଉପରେ କିପରି ପ୍ରଭାବ ପକାଇବା ତାହା ଶାସ୍ତ୍ରରେ ଉଲ୍ଲେଖ ଅଛି । ତେଣୁ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଆସନ୍ତା ବର୍ଷ ଜାନୁଆରୀ ୧୭ ତାରିଖରେ ନ୍ୟାୟର ଦେବତା ଶନିଙ୍କ ଚଳନରେ ମହାପରିବର୍ତ୍ତନ ହେବାକୁ ଯାଉଛି । ଯାହାକି ଦୀର୍ଘ ୩୦ ବର୍ଷ ପରେ ଦେଖିବାକୁ ମିଳିବ । ତେବେ ଶନିଙ୍କ ଏହି ପରିବର୍ତ୍ତନ ମୋଟ ୧୨ ଟି ରାଶି ଉପରେ ପ୍ରଭାବ ପକାଇବ । କିନ୍ଥୁ ଖାସ କରି ଏହା ୫ଟି ରାଶି ଉପରେ ଅଧିକ ପ୍ରଭାବ ପକାଇବ । ଫଳରେ ଏହି ରାଶିର ବ୍ୟକ୍ତିମାନଙ୍କୁ ଜୀବନରେ ଅନେକ ସଫଳତା ମିଳିବା ସହ ଶନିଙ୍କ କୃପା ପ୍ରପ୍ତି ହେବ । ବର୍ତ୍ତମାନ ଆସନ୍ତୁ ଜାଣିବା ଏହି ରାଶିରମାନଙ୍କ ବିଷୟରେ…

ମେଷ: ଜ୍ୟୋତିଷ ଶାସ୍ତ୍ର ଅନୁସାରେ ୨୦୨୩ ମସିହାରେ ଏହାକୁ ଥିବା ଶନିଙ୍କ ରାଶି ପରିବର୍ତ୍ତନ ମେଷ ରାଶିର ବ୍ୟକ୍ତିମାନଙ୍କୁ ଅନେକ ଶୁଭ ଫଳ ପ୍ରଦାନ କରିବ । ଫଳରେ ଏହି ରାଶିର ବ୍ୟକ୍ତିମାନେ ସେମାନଙ୍କ କାର୍ଯ୍ୟରେ ସଫଳତା ପାଇବା ସହ ଆୟ ବୃଦ୍ଧି ହେବାର ସମ୍ଭାବନା ରହିଛି । ବେପାରିମାନେ ବର୍ତ୍ତମାନ ପ ର୍ଯ୍ୟନ୍ତ, ଯେଉଁ ଯୋଜନା ପ୍ରସ୍ତୁତ କରିଥିଲେ , ତାହା ଉପରେ କାର୍ଯ୍ୟ କରିବା ପାଇଁ ଏହି ସମୟ ଫଳପ୍ରଦ ହେବ ।

ବୃଷ: ଶନିଙ୍କ ଚଳନରେ ପରିବର୍ତ୍ତନ ବୃଷ ରାଶିର ଅନେକ ସମସ୍ୟାର ସମାଧାନ କରିବ । ଏଥିସହିତ ସେମାନଙ୍କ କାର୍ଯ୍ୟରେ ଆସୁଥିବା ବାଧାବିଘ୍ନକୁ ଦୀର କରିବା ସହ ସଫଳତା ପ୍ରଦାନ କରିବ । ସେହିପରି କ୍ୟାରିୟରରେ ସଫଳତା ମିଳିବା ସହ ଧନପ୍ରାପ୍ତିର ଯୋଗ ମଧ୍ୟ ରହିଛି । ଫଳରେ ଏହି ରାଶିର ବ୍ୟକ୍ତିମାନଙ୍କ ପାଇଁ ୨୦୨୩ ଆରମ୍ଭ ଅନେକ ଶୁଭ ଫଳ ପ୍ରଦାନ କରିବ ।

ମିଥୁନ: ୨୦୨୩ ମସିହାରେ ଶନିଙ୍କ ଚଳନରେ ହେବାକୁ ଥିବା ପରିବର୍ତ୍ତନ ଶନିଙ୍କ କୁ ପ୍ରଭାବକୁ ଦୂର କରିବ । ଫଳରେ ଏହି ରାଶିର ବ୍ୟକ୍ତିମାନଙ୍କ ଜୀବନରେ ଲାଗି ରହିଥିବା ସମସ୍ୟା ଦୂର ହେବା ସହ ସମସ୍ତ କ୍ଷେତ୍ରରେ ସଫଳତା ପ୍ରଦାନ କରିବ । ଏଥିସହିତ ସେମାନଙ୍କ ସ୍ୱାସ୍ଥ୍ୟ ସମ୍ବନ୍ଧିୟ ସମସ୍ୟା ମଧ୍ୟ ଦୂର ହେବ ଏବଂ କ୍ୟାରିୟରରେ ସଫଳତା ମିଳିବ ।

ତୁଳା: ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଶନିଙ୍କ ଗୋଚର ତୁଳା ରାଶି ଉପରେ ଥିବା ଶନିଙ୍କ ଖରାପ ପ୍ରଭାବକୁ ଦୂର କରିବ ।ଏଥିସହିତ ସେମାନଙ୍କ ଜୀବନରେ ଅନେକ ସଫଳତା ମିଳିବ । ତେବେ ଶନିଙ୍କ ଏହି ଚଳନ ତୁଳା ରାଶିର ଆୟ ବୃଦ୍ଧି କରିବ ଏବଂ ସମାଜରେ ମାନ-ସମ୍ମାନ ବୃଦ୍ଧି ହେବ ।

ଧନୁ: ୨୦୨୩ ମସିହାରେ ଶନି କୁମ୍ଭ ରାଶିରେ ପ୍ରବେଶ କରିବା ଫଳରେ ଏହା ଧନୁ ରାଶିର ବ୍ୟକ୍ତିମାନଙ୍କୁ ଅନେକ କାମରେ ସଫଳତା ପ୍ରଦାନ କରିବ । ଏଥିସହିତ ଏହି ରାଶିରେ ଚାଲୁଥିବା ଶନି ସାଢେଶାତି ମଧ୍ୟ ସମାପ୍ତ ହେବ । ଫଳରେ ସ୍ୱାସ୍ଥ୍ୟ ଜନିତ ଲାଗି ରହିଥିବା ସମସ୍ୟା ଏବଂ ଦୁଃଖ କଷ୍ଟ ଦୂର ହେବ ଏବଂ ଆୟ ବୃଦ୍ଧିର ଅନେକ ବାଟ ମଧ୍ୟ ଫିଟିବ ।

Get real time updates directly on you device, subscribe now.