fbpx
BJD SKY
BJD SKY

ଜୋ ବାଇଡେନଙ୍କୁ କ୍ୟାନସର: ଏକ ଭାଷଣରେ ଖୁଲାସା କଲେ ଆମେରିକା ରାଷ୍ଟ୍ରପତି, ତାଙ୍କ ବୟାନରେ ସାରା ଦେଶ ଚକିତ

BJD

ୱାସିଂଟନ : ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଏବେ କ୍ୟାନ୍‌ସର ଭଳି ମାରାତ୍ମକ ରୋଗରେ ପୀଡ଼ିତ ଅଛନ୍ତି । ଖୋଦ୍‌ ବାଇଡେନ୍‌ ଏହା ପ୍ରକାଶ କରିଛନ୍ତି । ତାଙ୍କର ଏପରି ବୟାନ ସାରା ଦେଶକୁ ଚକିତ କରିଛି । ଗ୍ଲୋବାଲ ୱାର୍ମିଂକୁ ନେଇ ଏକ ଭାଷଣରେ ବାଇଡେନ ତାଙ୍କ ଘରୋଇ ସହର ମାସାଚ୍ୟୁସେଟର ସୋମରସେଟ୍‌ରେ ଅଏଲ ରିଫାଇନାରୀଙ୍କ ନିର୍ଗମନର ପାର୍ଶ୍ୱ ପ୍ରତିକ୍ରିୟା ସମ୍ପର୍କରେ କହିଥିଲେ ।

ସେ କହିଥିଲେ ଯେ କର୍କଟ ରୋଗ ମଧ୍ୟରେ ସେ ବଢିଛନ୍ତି । ଅନେକ ଲୋକଙ୍କୁ କର୍କଟ ରୋଗ ହୋଇଛି ଓ କାହିଁକି, ଦେଶର ଡେଲାୱେରରେ କଣ ପାଇଁ ଦୀର୍ଘ ସମୟ ପର୍ଯ୍ୟନ୍ତ କର୍କଟର ହାର ଅଧିକ ଥିଲା ବୋଲି ସେ ପ୍ରଶ୍ନ କରିଥିଲେ । ଯଦିଓ ବାଇଡେନଙ୍କ ଏହି ମନ୍ତବ୍ୟ ଏତେ ଗୁରୁତର ନୁହେଁ ତେବେ ତାଙ୍କ ଭାଷଣର ଭିଡିଓ ସୋସିଆଲ ମିଡିଆରେ ଅପଲୋଡ ହେବା ପରେ ଭାଇରାଲ ହୋଇଯାଇଛି । ରିବ୍ଲିକାନ ନ୍ୟାସନାଲ କମିଟି ପରିଚାଳିତ ଏକ ଆକାଉଣ୍ଟ ଆରଏନସି ରିସର୍ଚ୍ଚ ଟ୍ୱିଟରରେ ଏହି ଭିଡିଓ ଅପଲୋଡ କରିଥିବା ବେଳେ ଏହାକୁ ନେଇ ଲୋକେ ଅନେକ ମତମନ୍ତବ୍ୟ ଦେବାରେ ଲାଗିଛନ୍ତି ।

ରାଷ୍ଟ୍ରପତି ସତ କହୁଛନ୍ତି ନା ତାଙ୍କର ଅନ୍ୟ କଥା ଭଳି ଏହା ମଧ୍ୟ ଏକ ଗପ ବୋଲି ଅନେକ ପ୍ରଶ୍ନ କରୁଛନ୍ତି । ତେବେ ଜାରି ରହିଥିବା କଳ୍ପନା ଜଳ୍ପନାରେ ହ୍ୱାଇଟ୍‌ ହାଉସ୍‌ ଆଗକୁ ଆସି ସ୍ପଷ୍ଟିକରଣ ଜାରି କରିଛନ୍ତି । ହ୍ୱାଇଟ ହାଉସ୍‌ ଏଥିରେ ୭୯ ବର୍ଷ ବୟସ୍କ ରାଷ୍ଟ୍ରପତି ଗତବର୍ଷ ଜାନୁୟାରୀରେ ଦାୟିତ୍ୱ ଗ୍ରହଣ କାଳରେ ତାଙ୍କର ଚର୍ମ କର୍କଟ ଚିକିତ୍ସା ସମ୍ପର୍କରେ ସୂଚିତ କରିଥିଲେ ବୋଲି କହିଛନ୍ତି । ୱାସିଂଟନ ପୋଷ୍ଟର ସ୍ତମ୍ବକାର ଗ୍ଲେନ କେସଲରଙ୍କ ଏକ ଟ୍ୱିଟ୍‌ରେ ହ୍ୱାଇଟ୍‌ ହାଉସ୍‌ ମୁଖପାତ୍ର ଏଣ୍ଡ୍ର‌୍ୟୁ ବେଟ୍‌ସ୍‌ ରିଟ୍ୱିଟ୍‌ କରି ରାଷ୍ଟ୍ରପତି କାର୍ଯ୍ୟାଳୟ ଗ୍ରହଣ କରିବା ପୂର୍ବରୁ ବାଇଡେନ ତାଙ୍କଠାରେ ଥିବା ନନ- ମେଲୋନମା ଚର୍ମ କର୍କଟର ଅପସାରଣ କରିଥିବା ଉଲ୍ଲେଖ କରିଥିଲେ ।

Get real time updates directly on you device, subscribe now.