fbpx

ଆଗାମୀ ୪ ଦିନ ଯାଏଁ ପ୍ରବଳ ଛେଚିବ, ଆଜି ୧୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର (ଭାସ୍କର ନ୍ୟୁଜ): ଏବେ ବି ଓଡ଼ିଶାରେ ସକ୍ରିୟ ରହିଛି ମୌସୁମୀ ।ଏହା ପ୍ରଭାବରେ ବିଭିନ୍ନ ଜିଲ୍ଲାରେ ବର୍ଷା ଲାଗି ରହିଛି। ତେବେ ଆଜିଠୁ ବର୍ଷା ପରିମାଣ ବଢ଼ିବ। ।  ଆଗାମୀ ୪ ଦିନ ଯାଏଁ ପ୍ରବଳ ଛେଚିବ। ,ଏ ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ରାଜ୍ୟରେ ଆସନ୍ତା ୪ ଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ସତର୍କ ସୂଚନା ଜାରି ହୋଇଛି ।  ଏନେଇ ବିଭିନ୍ନ ଜିଲ୍ଲାକୁ ୟେଲୋ ଏବଂ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଏଥି ସହିତ ବିଭିନ୍ନ ନଦୀରେ ଜଳସ୍ତର ବୃଦ୍ଧି ଜିଲ୍ଲାପାଳ ମାନଙ୍କୁ ସତର୍କ କରାଯାଇଛି।

ଆଜିଠୁ ରାଜ୍ୟରେ ବର୍ଷା ପରିମାଣ ବଢ଼ିବ। ବିଶେଷ କରି ଉପକୂଳ ଓ ଅଭ୍ୟନ୍ତରିଣ ଓଡ଼ିଶାରେ ବଜ୍ରପାତ ସହ ବର୍ଷିବ। ଏଥିପାଇଁ ପାଣିପାଗ ବିଭାଗ ପକ୍ଷରୁ ୧୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି। ସେ ଜିଲ୍ଲା ଗୁଡ଼ିକ ହେଲେ ଝାରସୁଗୁଡା, ସୁନ୍ଦରଗଡ, କେନ୍ଦୁଝର, ମୟୁରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା ସମେତ କଟକ, ଜଗତସିଂହପୁର, ଖୋର୍ଦ୍ଧା, ପୁରୀ, ମାଲକାନାଗିରି, କୋରାପୁଟ, ରାୟଗଡା, ଗଜପତି, ନବରଙ୍ଗପୁର ଏବଂ କଳାହାଣ୍ଡିକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

ସେହିପରି ୨୩ ତାରିଖରେ ଗଞ୍ଜାମ,ଗଜପତି, କନ୍ଧମାଳ, ବୌଦ୍ଧ, କଳାହାଣ୍ଡି, ବଲାଙ୍ଗୀର ଏବଂ ବରଗଡରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ସେଥିପାଇଁ ଏହି ଜିଲ୍ଲା ଗୁଡିକୁ ଅରେଞ୍ଜ ୱାର୍ଣ୍ଣିଂର ଅନ୍ତର୍ଭୁକ୍ତ କରିଛି ପାଣିପାଗ ବିଭାଗ । ଏହି ଦିନରେ ୟେଲୋ ୱାର୍ଣ୍ଣିଂରେ ରହିଛନ୍ତି କୋରାପୁଟ, ନବରଙ୍ଗପୁର, ରାୟଗଡା, ନୂଆପଡା, ଖୋର୍ଦ୍ଧା, ପୁରୀ, କଟକ ସମେତ ଅନୁଗୁଳ, ସୋନପୁର, ସମ୍ବଲପୁର, ନୟାଗଡ ଏବଂ ଜଗତସିଂହପୁର ।

ତେବେ ୨୩ ତାରିଖରୁ ଧିରେ ଧିରେ ବର୍ଷାର ପରିମାଣ କମିବା ନେଇ ପାଣିପାଗ ବିଭାଗ ସୂଚନା ଦେଇଛି । ତେବେ ୨୪ ତାରିଖରୁ ୫ଟି ଜିଲ୍ଲାରେ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଥିବା ବେଳେ ୯ଟି ଜିଲ୍ଳା ପାଇଁ ପାଣିପାଗ ବିଭିାଗ ୟେଲୋ ୱାର୍ଣ୍ଣିଂ ଜାରି କରିଛି । ୨୫ ତାରିଖ ଦିନ ପାଇଁ ମୋଟ ୭ଟି ଜିଲ୍ଲାରେ ସ୍ୱଳ୍ପ ପରିମାଣର ବର୍ଷା ହେବା ନେଇ ପୂର୍ବାନୁମାନ କରି ୟେଲୋ ୱାର୍ଣ୍ଣିଂର ଅନ୍ତର୍ଭୁକ୍ତ କରିଛି ଭାରତୀୟ ପାଣିପାଗ କେନ୍ଦ୍ର ।

Get real time updates directly on you device, subscribe now.