ଭାରତକୁ ଟାରିଫ ଟଙ୍କା ଫେରାଇବ ଆମେରିକା ! ଟ୍ରମ୍ପଙ୍କ ଅର୍ଥମନ୍ତ୍ରୀ ଦେଲେ ବଡ଼ ସଂକେତ…

ଏବେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଟାରିଫ୍ ନେଇ ବହୁତ ଚର୍ଚ୍ଚାରେ ଅଛନ୍ତି । କିନ୍ତୁ ଆଶ୍ଚର୍ଯ୍ୟର କଥା ହେଉଛି ଟ୍ରମ୍ପ ସରକାରଙ୍କୁ କୋଟି କୋଟି ଡଲାର ଫେରସ୍ତ କରିବାକୁ ପଡ଼ିପାରେ।

ୱାଶିଂଟନ: ଏବେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଟାରିଫ୍ ନେଇ ବହୁତ ଚର୍ଚ୍ଚାରେ ଅଛନ୍ତି । କିନ୍ତୁ ଆଶ୍ଚର୍ଯ୍ୟର କଥା ହେଉଛି ଟ୍ରମ୍ପ ସରକାରଙ୍କୁ କୋଟି କୋଟି ଡଲାର ଫେରସ୍ତ କରିବାକୁ ପଡ଼ିପାରେ। ଯଦିଓ ଏହି ନିଷ୍ପତ୍ତି ଆମେରିକା ସୁପ୍ରିମକୋର୍ଟଙ୍କ ଉପରେ ନିର୍ଭର କରେ।

ତେବେ ଏହା ମଧ୍ୟରେ ଆମେରିକାର ଅର୍ଥମନ୍ତ୍ରୀ ସ୍କଟ୍ ବେସାଣ୍ଟ ଏହି ବିଷୟକୁ ନେଇ ଏକ ବଡ଼ ଖୁଲାସା କରିଛନ୍ତି। ସେ କହିଛନ୍ତି ଯେ ଯଦି ସୁପ୍ରିମକୋର୍ଟ ନିଷ୍ପତ୍ତି ନିଅନ୍ତି ଯେ ଟ୍ରମ୍ପ ଟାରିଫ୍ ମାମଲାରେ ଭୁଲ, ତେବେ ଆମେରିକାକୁ ଟାରିଫରୁ ଅର୍ଜିତ କୋଟି କୋଟି ଡଲାର ଫେରସ୍ତ କରିବାକୁ ପଡ଼ିବ।

ଯେତେବେଳେ ସୁପ୍ରିମକୋର୍ଟରେ ଟାରିଫ ମାମଲା ବିଷୟରେ ଅର୍ଥମନ୍ତ୍ରୀ ସ୍କଟ୍ ବେସାଣ୍ଟଙ୍କୁ ପଚରାଯାଇଥିଲା, ସେତେବେଳେ ସେ  କହିଛନ୍ତି, “ଆମକୁ ପ୍ରାୟ ଅଧା ଟାରିଫ ଫେରସ୍ତ କରିବାକୁ ପଡିବ, ଯାହା ରାଜକୋଷ ପାଇଁ ଏକ ଭୟଙ୍କର ପରିସ୍ଥିତି ସୃଷ୍ଟି କରିବ। ଯଦି କୋର୍ଟ ଆମକୁ ଏପରି କରିବାକୁ କୁହେ, ତେବେ ଆମକୁ ଫେରସ୍ତ କରିବାକୁ ପଡିବ।”

ଟାରିଫକୁ ନେଇ ଫେଡେରାଲ୍ କୋର୍ଟର ପ୍ରତିକ୍ରିୟା କ’ଣ ଥିଲା?

ଫେଡେରାଲ୍ କୋର୍ଟ କହିଥିଲେ ଯେ ଟ୍ରମ୍ପଙ୍କ ରେସିପ୍ରୋକଲ ଟାରିଫ ଲାଗୁ କରିବା ରାଷ୍ଟ୍ରପତିଙ୍କ କ୍ଷମତାର ଉଲ୍ଲଂଘନ। ଏହାର ଅର୍ଥ ହେଉଛି ଫେଡେରାଲ୍ କୋର୍ଟ ଟ୍ରମ୍ପଙ୍କ ଟାରିଫକୁ ଭୁଲ ଘୋଷଣା କରିଛନ୍ତି। ଯଦି ସୁପ୍ରିମକୋର୍ଟ ଏହାକୁ ଅବୈଧ ଘୋଷଣା କରନ୍ତି, ତେବେ ଆମେରିକୀୟ ସରକାର ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି। ସ୍କଟ୍ ବେସାଣ୍ଟ ଏହା ମଧ୍ୟ କହିଛନ୍ତି ଯେ ଟାରିଫ ଫେରସ୍ତ ନକରିବାର ଅନେକ ଉପାୟ ଅଛି। ତଥାପି, ଏହା ଟ୍ରମ୍ପଙ୍କ ବାଣିଜ୍ୟ ଶକ୍ତିକୁ ଦୁର୍ବଳ କରିପାରେ।

ଟ୍ରମ୍ପ୍ 70 ରୁ ଅଧିକ ଦେଶ ଉପରେ ଟାରିଫ ଲାଗୁ କରିଛନ୍ତି

ଆମେରିକୀୟ ରାଷ୍ଟ୍ରପତି ଟ୍ରମ୍ପ 70 ରୁ ଅଧିକ ଦେଶ ଉପରେ 10 ରୁ 50 ପ୍ରତିଶତ ପର୍ଯ୍ୟନ୍ତ ଟାରିଫ ଲାଗୁ କରିଛନ୍ତି। ଟ୍ରମ୍ପ ଭାରତ ଉପରେ ଅତିରିକ୍ତ 25 ପ୍ରତିଶତ ଟାରିଫ ଲାଗୁ କରିଥିଲେ, ଯାହା ଯୋଗୁଁ ଟ୍ରମ୍ପଙ୍କୁ ମଧ୍ୟ ସମାଲୋଚନା କରାଯାଇଥିଲା। ରୁଷରୁ ତେଲ କିଣିବା ପାଇଁ ଟ୍ରମ୍ପ ଭାରତ ଉପରେ ମୋଟ 50 ପ୍ରତିଶତ ଟାରିଫ ଲାଗୁ କରିଥିଲେ। ଆଉ ଏକ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେ ଟ୍ରମ୍ପ ସରକାର ଏପର୍ଯ୍ୟନ୍ତ ଟାରିଫ ମାଧ୍ୟମରେ ବହୁତ ଟଙ୍କା ରୋଜଗାର କରିଛନ୍ତି।