fbpx

ଭାରତର ହସ୍ତକ୍ଷେପ ପରେ ନରମିଲା ଆମେରିକା: ହଟାଇଲା ପ୍ରତିବନ୍ଧକ, ଖୁବଶୀଘ୍ର ଭାରତକୁ ପଠାଇବ ଭ୍ୟାକ୍ସିନ୍ ଓ କଞ୍ଚାମାଲ

ୱାଶିଂଟନ: ଭାରତ ପ୍ରତି ନରମ ଭାବ ପ୍ରଦର୍ଶନ କରିଛି ଆମେରିକା । ଖୁବଶୀଘ୍ର ଭ୍ୟାକ୍ସିନ ଓ ଭ୍ୟାକ୍ସିନ ପ୍ରସ୍ତୁତି ନିମନ୍ତେ ଆବଶ୍ୟକ କଞ୍ଚାମାଲ ଭାରତକୁ ପଠାଇବ । ଏଥିସହ ଆମେରିକାର ଭାରତକୁ ନିଜର ପଡ଼ୋଶୀ ତଥା ସହଭାଗିତା ଦେଶ ତାଲିକାରେ ସ୍ଥାନ ଦେଇଛି । ରାଷ୍ଟ୍ରପତି ଜୋ ବାଇଡେନ ଲଞ୍ଚ କରିଥିବା ଗ୍ଲୋବାଲ ଏଲୋକେସନ ପ୍ଲାନ ଅନୁଯାୟୀ, ଆମେରିକା ଦୁନିଆର ବିଭିନ୍ନ ରାଷ୍ଟ୍ରକୁ କରୋନା ଟିକାର ୨.୫ କୋଟି ଡୋଜ୍ ପଠାଇବ, ଯାହାର ଲାଭ ଭାରତକୁ ମିଳିବ । ବିଗତ କିଛି ଦିନ ପୂର୍ବରୁ ଅମେରିକା ଭ୍ୟାକ୍ସିନର କଞ୍ଚାମାଲ ସପ୍ଲାଇ ଉପରେ ଲାଗୁ କରିଥିବା କଟକଣାକୁ ପ୍ରତ୍ୟାହାର କରିନେଇଥିବା ଜଣାପଡ଼ିଛି ।

ଆମେରିକାରରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ତରନଜୀତ ସିଂହ ସାନ୍ଧୁ ଏନେଇ ସବିଶେଷ ସୂଚନା ପ୍ରଦାନ କରିଛନ୍ତି । ଏହାପୂର୍ବରୁ ଆମେରିକା ପ୍ରତିରକ୍ଷା ଉତ୍ପାଦନ ଆଇନ ଲାଗୁ କରିଥିଲା । ଏହି ପ୍ରତିବନ୍ଧକ ହଟାଇବା ନେଇ ଭାରତ ସରକାରଙ୍କ ପକ୍ଷରୁ ନିବେଦନ କରାଯାଇଥିଲା । ଭାରତ କଠିନ ସମୟରେ ଆମେରିକା ସହ ଛିଡ଼ା ହୋଇଥିଲା, ତେଣୁ ଭାରତକୁ ସାହାଯ୍ୟ ପ୍ରଦାନ କରାଯିବ ବୋଲି ରାଷ୍ଟ୍ରପତି ବାଇଡେନ୍ କହିଥିଲେ । ଏହି କଟକଣା ପ୍ରତ୍ୟାହାର ହେବା ପରେ ଟିକା ନିର୍ମାଣକାରୀ କମ୍ପାନୀଙ୍କ ପାଇଁ କଞ୍ଚା ମାଲର ଉପଲବ୍ଧତା ନେଇ କୌଣସି ସମସ୍ୟା ରହିବ ନାହିଁ ବୋଲି କୁହାଯାଇଛି ।

Get real time updates directly on you device, subscribe now.