ଇସ୍ରାଏଲ-ଇରାନ ଯୁଦ୍ଧରେ ଆମେରିକାର ଏଣ୍ଟ୍ରି; ଇରାନ ଉପରେ ଆମେରିକାର ବଡ଼ ଆକ୍ରମଣ, ପ୍ରତିକ୍ରିୟା ରଖିଲା ଇରାନ

ଶେଷରେ ଯୁଦ୍ଧକୁ ଓହ୍ଲାଇଛି ବିଶ୍ଵର ସର୍ବଶକ୍ତିଶାଳୀ ରାଷ୍ଟ୍ର ଆମେରିକା। ଇସ୍ରାଏଲ-ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ଏଣ୍ଟ୍ରି ମାରିଛି। ଯାହା ଫଳରେ ବିଶ୍ଵ ଆଉ ଏକ ମହାଯୁଦ୍ଧର ସାମ୍ନା କରିବାକୁ ଯାଉଛି।

ୱାଶିଂଟନ: ଶେଷରେ ଯୁଦ୍ଧକୁ ଓହ୍ଲାଇଛି ବିଶ୍ଵର ସର୍ବଶକ୍ତିଶାଳୀ ରାଷ୍ଟ୍ର ଆମେରିକା। ଇସ୍ରାଏଲ-ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ଏଣ୍ଟ୍ରି ମାରିଛି। ଯାହା ଫଳରେ ବିଶ୍ଵ ଆଉ ଏକ ମହାଯୁଦ୍ଧର ସାମ୍ନା କରିବାକୁ ଯାଉଛି। ଇରାନ-ଇସ୍ରାଏଲ ଯୁଦ୍ଧରେ ଆମେରିକା, ଇରାନ ଉପରେ ଏକ ବଡ଼ ଆକ୍ରମଣ କରିଛି । ଇରାନ 3ଟି ପରମାଣୁ କେନ୍ଦ୍ର ଉପରେ ବୋମା ମାଡ଼ କରିଛି ଆମେରିକା ।

ଇରାନର ଫର୍ଡୋ, ନତାଞ୍ଜ ଓ ଇସଫାହାନ୍ ପରମାଣୁ କେନ୍ଦ୍ର ଧ୍ବଂସ ହୋଇଥିଲା ସୂଚନା । ବଙ୍କର ବଷ୍ଟର ବୋମା ସହ ବୋମାବାହୀ ବିମାନରେ ଆକ୍ରମଣ କରିଛି ଆମେରିକା । ଇରାନର ପରମାଣୁ କ୍ଷମତା ପଙ୍ଗୁ କରିବା ଆମେରିକାର ଲକ୍ଷ ।

ଏପଟେ ଆକ୍ରମଣ ନେଇ ମୁହଁ ଖୋଲିଲେ ଆମେରିକା ରାଷ୍ଟ୍ରପତି । ସୋସିଆଲ ମିଡିଆ X ରେ ଡୋନାଲ୍ଡ ଟ୍ରମ୍ପଙ୍କ ସୂଚନା । “ଏବେ ଶାନ୍ତିର ସମୟ ଆସିଛି । ଇରାନ ନ ମାନିଲେ ପୁଣି ହେବ ଆକ୍ରମଣ” ବୋଲି କହିଛନ୍ତି ଡୋନାଲ୍ଡ ଟ୍ରମ୍ପ । ପୂର୍ବରୁ ଇରାନକୁ କଡ଼ା ଚେତାବନୀ ଦେଇଥିଲା ଆମେରିକା ।

ଏବେ ଇସ୍ରାଏଲ-ଇରାନ ଯୁଦ୍ଧରେ ଏଣ୍ଟ୍ରି ମାରିଛି ଆମେରିକା । ତେବେ ଇସ୍ରାଏଲ-ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ସାମିଲ ହେଲେ ଏହା 3ୟ ବିଶ୍ଵଯୁଦ୍ଧ ହୋଇପାରେ ବୋଲି ଆଲୋଚନା ହେଉଥିଲା। ଏବେ ଆମେରିକା ସାମିଲ ହେବା ପରେ ଏହାର ସମ୍ଭାବନା ବୃଦ୍ଧି ପାଇଛି।

ଆକ୍ରମଣକୁ ଇରାନର ନିନ୍ଦା

ସେପଟେ ଆମେରିକାର ଆକ୍ରମଣକୁ ନିନ୍ଦା କଲା ଇରାନ । ଆମେରିକା ଆକ୍ରମଣ ନେଇ ଇରାନ ପ୍ରକିକ୍ରିୟା ରଖିଛି । “ଶତ୍ରୁ ରାଷ୍ଟ୍ର ଆମ ଉପରେ ଆକ୍ରମଣ କରିଛି । ଫର୍ଡୋ ପରମାଣୁ ଘାଟି ସମ୍ପୁର୍ଣ୍ଣ ଧ୍ବଂସ ହୋଇଛି” ବୋଲି ଇରାନ କହିଛି ।