fbpx

HIL Auction: ଓଡ଼ିଆ ଖେଳାଳି ଅମିତ ରୋହିଦାସଙ୍କୁ ୪୮ ଲକ୍ଷ ଟଙ୍କାରେ କିଣିଲା ତାମିଲନାଡ଼ୁ ଡ୍ରାଗନ୍ସ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆରମ୍ଭ ହୋଇଛି ହକି ଇଣ୍ଡିଆ ଲିଗ୍ (ଏଚଆଇଏଲ) ୨୦୨୪ର ନିଲାମୀ ପ୍ରକ୍ରିୟା । ଦିଲ୍ଲୀଠାରେ ଅକ୍ଟୋବର ୧୩, ୧୪ ଓ ୧୬ ତାରିଖରେ ଏହି ନିଲାମୀ କରାଯିବ । ଏହି ନିଲାମୀ ପ୍ରକ୍ରିୟାରେ ଏକ ହଜାର ଖେଳାଳି ସାମିଲ ହେବେ । ସେଥିମଧ୍ୟରେ ୪୦୦ ଘରୋଇ ପୁରୁଷ ଖେଳାଳି, ୧୫୦ ଓଭରସିଜ୍ ପୁରୁଷ ଖେଳାଳି ଓ ୨୫୦ ଘରୋଇ ମହିଳା ଖେଳାଳି ରହିଛନ୍ତି । ତେବେ ଭାରତୀୟ ହକି ଟିମର ଅଧିନାୟକ ହରମନପ୍ରୀତ ସିଂହ ସବୁଠାରୁ ଦାମୀ ଖେଳାଳି ସାବ୍ୟସ୍ତ ହୋଇଛନ୍ତି । ହରମନପ୍ରୀତଙ୍କୁ ୭୮ ଲକ୍ଷ ଟଙ୍କାରେ କ୍ରୟ କରିଛି ସୁରମା ହକି କ୍ଲବ (ପଞ୍ଜାବ ଫ୍ରାଞ୍ଚାଇଜ୍) ।

ତେବେ ଏହି ନିଲାମୀରେ ପଛରେ ପଡ଼ିନାହାନ୍ତି ଓଡ଼ିଆ ଖେଳାଳି ଅମିତ ରୋହିଦାସ । ଅମିତଙ୍କୁ ୪୮ ଲକ୍ଷ ଟଙ୍କାରେ କିଣିଛି ତାମିଲନାଡ଼ୁ ଡ୍ରାଗନ୍ସ । ସେହିପରି ଭାରତୀୟ ଟିମର ଫରୱାର୍ଡ ଅଭିଷେକ ଦ୍ୱିତୀୟ ଦାମୀ ଖେଳାଳି ବିବେଚିତ ହୋଇଛନ୍ତି । ଅଭିଷେକଙ୍କୁ ୭୨ ଲକ୍ଷ ଟଙ୍କାରେ କ୍ରୟ କରିଛି ଶ୍ରାଚି ରାର ବେଙ୍ଗାଲ ଟାଇଗର୍ସ । ଖେଳାଳିମାନଙ୍କୁ ବେଷ୍ଟ୍ ପ୍ରାଇସ୍ ଅନୁସାରେ ୩ଟି ବର୍ଗରେ ବିଭକ୍ତ କରାଯାଇଛି । ୬୦୦ ଖେଳାଳି ୨ ଲକ୍ଷ ବର୍ଗରେ, ୨୫୦ ଖେଳାଳି ୫ ଲକ୍ଷ ବର୍ଗରେ ଓ ୨୫୦ ଲକ୍ଷ ଖେଳାଳି ୧୦ ଲକ୍ଷ ବର୍ଗରେ ରହିଛନ୍ତି । ଗୁରଜାନ୍ତ ସିଂହଙ୍କୁ ସୁରମା ୧୯ ଲକ୍ଷରେ କିଣିଥିବା ବେଳେ ମନ୍ଦୀପଙ୍କୁ ଗୋନାସିକା ୨୫ ଲକ୍ଷରେ, ମନପ୍ରୀତଙ୍କୁ ଗୋନାସିକା ୪୨ ଲକ୍ଷରେ, ସୁଖଜିତଙ୍କୁ ବେଙ୍ଗଲ ୪୮ ଲକ୍ଷରେ, ନିଳକାଣ୍ଟଙ୍କୁ କଳିଙ୍ଗ ଲାନ୍ସର୍ସ ୩୮ ଲକ୍ଷରେ, ଲଲିତ ଉପାଧ୍ୟାୟଙ୍କୁ ୟୁପି ରୁଦ୍ରାସ ୨୮ ଲକ୍ଷରେ ଓ ବିବେକ ସାଗର ପ୍ରସାଦଙ୍କୁ ସୁରମା ୪୦ ଲକ୍ଷରେ କ୍ରୟ କରିଛି । ଆସନ୍ତା ଡିସେମ୍ବର ୨୮ରୁ ଓଡ଼ିଶା ଓ ଝାଡ଼ଖଣ୍ଡରେ ଏଚଆଇଏଲ ଟୁର୍ଣ୍ଣାମେଣ୍ଟ ଖେଳାଯିବ ।

Get real time updates directly on you device, subscribe now.