fbpx

ସାହାରା ନିବେଶକଙ୍କ ଲାଗି ଖୁସି ଖବର; ଖାତାକୁ ଫେରି ଆସିଲା ପଇସା, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କଲେ ପଇସା ସ୍ଥାନାନ୍ତର

Advertisement

ନୂଆଦିଲ୍ଲୀ:ସାହାରା ଇଣ୍ଡିଆର କୋଟି କୋଟି ନିବେଶକଙ୍କ ଲାଗି ଆସିଲା ଖୁସି ଖବର । ବର୍ଷ ବର୍ଷ ଧରି ଫସି ରହିଥିବା ସେମାନଙ୍କ ପଇସା ଏବେ ସେମାନଙ୍କ ଆକାଉଣ୍ଟକୁ ଆସିବା ଆରମ୍ଭ କରିଛି । ଗତ କିଛିଦିନ ତଳେ କେନ୍ଦ୍ର ସରକାରଙ୍କ ପକ୍ଷରୁ ନିବେଶକଙ୍କୁ ପଇସା ଫେରସ୍ତ କରିବା ପାଇଁ ସାହାରା ରିଫଣ୍ଡ ପୋର୍ଟାଲ ଲଞ୍ଚ କରାଯାଇଥିଲା ଯେଉଁଥିରେ ଲକ୍ଷ ଲକ୍ଷ ନିବେଶକ ନିଜ ପଇସା ଫେରିପାଇବାକୁ ଆବେଦନ କରିଥିଲେ । ଶୁକ୍ରବାର କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଦିଲ୍ଲୀରେ ସାହାରା ଇଣ୍ଡିଆ ପୋର୍ଟାଲ ମାଧ୍ୟମରେ ସାହାରା କ୍ଷତିଗ୍ରସ୍ତଙ୍କୁ ସେମାନଙ୍କ କ୍ଲେମ୍ ଆମାଉଣ୍ଟ ଟ୍ରାନ୍ସଫର କରିଛନ୍ତି ।

ସାହାରା ସମୂହର ସମବାୟ ବ୍ୟାଙ୍କରେ ନିବେଶ କରିଥିବା କୋଟି କୋଟି ନିବେଶକଙ୍କ ପଇସା ଫେରାଇବା ଲାଗି କେନ୍ଦ୍ର ସରକାର ସେଣ୍ଟ୍ରାଲ ରେଜିଷ୍ଟ୍ରାର ଅଫ କୋଅପରେଟିଭ ସୋସାଇଟି(ସିଆରସିଏସ୍) ପୋର୍ଟାଲ ଲଞ୍ଚ କରିଥିଲେ । ଏହା ଜରିଆରେସାହାରାର ୪ ସମବାୟ ବ୍ୟାଙ୍କର ଏପରି ନିବେଶକଙ୍କୁ ପଇସା ଫେରସ୍ତ ମିଳିବ ଯେଉଁମାନଙ୍କର ନିବେଶ ସମୟ ପୁରଣ ହୋଇସାରିଛି । ପ୍ରଥମ ପର୍ଯ୍ୟାୟରେ ନିବେଶକଙ୍କୁ ୧୦,୦୦୦ ଟଙ୍କା ଫେରସ୍ତ କରାଯିବ । ଯେଉଁମାନଙ୍କର ୧୦,୦୦୦ରୁ ଅଧିକ ଟଙ୍କା ରହିଛି ସେମାନଙ୍କୁ ବି ଏବେ ୧୦,୦୦୦ ଟଙ୍କା ଫେରସ୍ତ କରାଯିବ ।

ସାହାରା ରିଫଣ୍ଡ ପୋର୍ଟାଲରେ ପଞ୍ଜିକରଣ କରିଥିବା ଲକ୍ଷ ଲକ୍ଷ ନିବେଶକଙ୍କ ଆବେଦନ ଲଗାତର ବଢିବାରେ ଲାଗିଛି । ଗୃହମନ୍ତ୍ରୀ ଅମିତ ଶାହ ପୋର୍ଟାଲ ଲଞ୍ଚ ସମୟରେ କହିଥିଲେ ୪୫ ଦିନ ଭିତରେ ନିବେଶକଙ୍କ ଖାତାରେ ସେମାନଙ୍କ ପଇସା ପହଞ୍ଚିଯିବ । ଏବେ ଏହି ରିଫଣ୍ଡ କାମ ମଧ୍ୟ ଆରମ୍ଭ ହୋଇଯାଇଛି ଓ ଏହା ଗୃହମନ୍ତ୍ରୀ ଅମିତ ଶାହଙ୍କ ହାତରେ ହିଁ ଆରମ୍ଭ ହୋଇଛି । ଆଜି ପ୍ରଥମ ପର୍ଯ୍ୟାୟରେ ୧୧୨ ଜଣ ଲାଭାର୍ଥୀଙ୍କ ଖାତାକୁ ୧୦,୦୦୦ ଟଙ୍କା ଲେଖାଏ ଟ୍ରାନ୍ସଫର କରି ଦିଆଯାଇଛି ।

Get real time updates directly on you device, subscribe now.