fbpx

ଓଡିଶା ଆସୁନାହାନ୍ତି ଅମିତ ଶାହା: ‘ବିପର୍ଯ୍ୟୟ’ ପାଇଁ ଅଟକିଲା କାର୍ଯ୍ୟକ୍ରମ

ଭୁବନେଶ୍ୱର: ଆସନ୍ତା ୧୭ ତାରିଖରେ ଅମିତ ଶାହାଙ୍କ କାର୍ଯ୍ୟକ୍ରମ ସ୍ଥଗିତ ରଖାଯାଇଛି । ଆଗାମୀ ବାତ୍ୟା ‘ବିପର୍ଯ୍ୟୟ’ ଯୋଗୁଁ ସ୍ଥଗିତ ହୋଇଛି ଗୃହମନ୍ତ୍ରୀଙ୍କ ଓଡିଶା ଗସ୍ତ କାର୍ଯ୍ୟକ୍ରମ । ଏ ନେଇ ବିଜେପିର ସାଦାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି । ଆସନ୍ତା ୧୭ ତାରିଖ ଢେଙ୍କାନାଳରେ ଗୃହମନ୍ତ୍ରୀ ଅମିତ ଶାହାଙ୍କର ସଭା କାର୍ଯ୍ୟକ୍ରମ ରହିଥିଲା । ଏହାପରେ କେନ୍ଦ୍ରାପଡା ଏବଂ କଟକର ସଭାରେ ମଧ୍ୟ ଯୋଗ ଦେଇଥାନ୍ତେ ଅମିତ ଶାହା । କିନ୍ତୁ ବାତ୍ୟା ‘ବିପର୍ଯ୍ୟୟ’ ପାଇଁ ଏହି କାର୍ଯ୍ୟକ୍ରମକୁ ସ୍ଥଗିତ ରଖାଯାଇଛି । ତେବେ ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡାଙ୍କ କାର୍ଯ୍ୟକ୍ରମ ଅପରିବର୍ତ୍ତିତ ରହିଛି । ଆସନ୍ତା ୨୨ ତାରିଖରେ କଳାହାଣ୍ଡି ଗସ୍ତରେ ଆସିବେ ଜେପି ନଡ୍ଡା ।

Get real time updates directly on you device, subscribe now.