fbpx

ମହାମାରୀ କବଳରେ ବିଗ୍ ବି: ଟ୍ୱିଟ୍ କରି କହିଲେ…

ମୁମ୍ବାଇ: ବଲିଉଡର ମହାନାୟକ ଅମିତାବ ବଚ୍ଚନ ପୁଣି ଥରେ ମହାମାରୀର ଶିକାର ହୋଇଛନ୍ତି । ଯାହାର ସୂଚନା ସେ ନିଜେ ଟ୍ୱିଟ୍ କରି ସମସ୍ତଙ୍କୁ କହିଛନ୍ତି । ତେବେ ଅମିତାବ ବଚ୍ଚନ ସୋନି ଟିଭିରେ ପ୍ରସାରିତ ରିଆଲିଟି ଶୋ ‘କୌନ ବନେଗା କରୋଡ’ ପତି ଶୋର ସୁଟିଙ୍ଗରେ ବ୍ୟସ୍ତ ଥିବାବେଳେ ସେ କରୋନା ସଂକ୍ରମିତ ହୋଇଛନ୍ତି । ତେବେ ବିଗ୍ ବି ଏହି ବିଷୟରେ ଟୁଇଟ୍ କରି ଜଣାଇବା ସହ ଦୁଃଖ ପ୍ରକାଶ କରିଛନ୍ତି । ଏଥି ସହିତ ତାଙ୍କ ଫ୍ୟାନ୍ସମାନେ ମଧ୍ୟ ବିଗ୍ ବିଙ୍କ ଆରୋଗ୍ୟ କାମନା କରିଛନ୍ତି ।

ଅମିତାବ ବଚ୍ଚନ ନିଜ ଟୁଇଟ୍ ରେ ଲେଖିଥିଲେ ଯେ ସ କୋଭିଡ ଟେଷ୍ଟ କରିଥିଲେ । ଯାହାର ରିପୋର୍ଟ ପଜିଟିଭ ଆସିଛି, ଏଥି ସହିତ ସେ ହୋମ୍ ଆଇସୋଲେସନରେ ଅଛନ୍ତି । ଏତତ୍ ବ୍ୟତୀତ ଅମିତାବ ବଚ୍ଚନ ନିଜ ଟୁଇଟ୍ ରେ ଲୋକଙ୍କୁ କୋଭିଡ ଟେଷ୍ଟ କରିବାକୁ ଅନୁରୋଧ କରବା ସହ ନିଜର ଯତ୍ନ ନେବାକୁ କହିଛନ୍ତି ।

ବିଗ୍ ବିଙ୍କୁ କୋଭିଡ ହୋଇଥିବା ଜାଣିବା ପରେ ବର୍ତ୍ତମାନ ‘କୌନ ବନେଗା କରୋଡ’ ଶୋ କିପରି ହେବ ତାକୁ ନେଇ ଚର୍ଚ୍ଚା ହେଉଛି । ତେବେ ଆଗକୁ  ଜଣାପଡିବ କି ‘କୌନ ବନେଗା କରୋଡ’ ପତି ଶୋର ସୁଟିଙ୍ଗ ହେବ ନା ନାହିଁ ।

Get real time updates directly on you device, subscribe now.