fbpx

ଏଲୋପାଥି ଏବଂ ଡାକ୍ତରଙ୍କ ଉପରେ ସମାଲୋଚନା ଯୋଗୁ ବଢ଼ିଲା ଆଡୁଆ: ବାବା ରାମଦେବଙ୍କୁ ସୁପ୍ରିମକୋର୍ଟଙ୍କ ନୋଟିସ

ନୂଆଦିଲ୍ଲୀ : ଏଲୋପାଥି ଏବଂ ଡାକ୍ତରଙ୍କ ଉପରେ ସମାଲୋଚନା ହେତୁ ଯୋଗ ଗୁରୁ ବାବା ରାମଦେବଙ୍କ ଅସୁବିଧା ବଢିବାରେ ଲାଗିଛି । ବର୍ତ୍ତମାନ ସୁପ୍ରିମକୋର୍ଟ ଏହି ମାମଲାରେ ରାମଦେବଙ୍କୁ ପ୍ରଶ୍ନ କରିଛନ୍ତି । ତାଙ୍କୁ ମଧ୍ୟ ସ୍ପଷ୍ଟୀକରଣ ଦେବାକୁ କୁହାଯାଇଛି । ଏହାପୂର୍ବରୁ ଦିଲ୍ଲୀ ହାଇକୋର୍ଟ ଲୋକମାନଙ୍କୁ ଏଲୋପାଥି ବିରୁଦ୍ଧରେ ଭ୍ରମିତ ନ କରିବାକୁ ବାବା ରାମଦେବଙ୍କୁ ପରାମର୍ଶ ଦେଇଥିଲେ ।

ମଙ୍ଗଳବାର ସୁପ୍ରିମକୋର୍ଟ ପତଞ୍ଜଳି ଆୟୁର୍ବେଦ ଏବଂ କେନ୍ଦ୍ର ସରକାରଙ୍କୁ ଭାରତୀୟ ମେଡିକାଲ ଆସୋସିଏସନ ଆବେଦନ ଉପରେ ନୋଟିସ ଜାରି କରିଛନ୍ତି । ଏଲୋପାଥିକୁ ବଦନାମ କରୁଥିବା ବିଜ୍ଞାପନ ପାଇଁ କୋର୍ଟ ଏକ ସ୍ପଷ୍ଟୀକରଣ ମାଗିଛନ୍ତି । ଭାରତର ପ୍ରଧାନ ବିଚାରପତି ଏନ.ଭି ରମଣା ମୌଖିକ ଭାବରେ କହିଛନ୍ତି, ‘ବାବା ରାମଦେବ ତାଙ୍କ ବ୍ୟବସ୍ଥାକୁ ଲୋକପ୍ରିୟ କରିପାରନ୍ତି, କିନ୍ତୁ ଅନ୍ୟମାନଙ୍କୁ କାହିଁକି ସମାଲୋଚନା କରୁଛନ୍ତି । ଆମେ ସେମାନଙ୍କୁ ସମ୍ମାନ କରୁ । ସେ ଯୋଗକୁ ଲୋକପ୍ରିୟ କରିଛନ୍ତି । କିନ୍ତୁ ସେ ଅନ୍ୟ ବ୍ୟବସ୍ଥା ବିଷୟରେ ଭୁଲ କହିବା ଠାରୁ ଦୂରେଇ ରହିବା ଉଚିତ୍‌

। ବାବା ରାମଦେବ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ବିଷୟରେ କହିଥିଲେ ଯେ ଟିକା ନେବା ପରେ ମଧ୍ୟ ସେ କରୋନା ଭାଇରସ ସଂକ୍ରମଣର ଶିକାର ହୋଇଥିଲେ । ଏହା ସହିତ ସେ ଏହାକୁ ଡାକ୍ତରୀ ବିଜ୍ଞାନର ବିଫଳତା ବୋଲି ମଧ୍ୟ କହିଛନ୍ତି । ଏଲୋପାଥି ବିରୋଧରେ ତାଙ୍କ ବିବୃତ୍ତି ପାଇଁ ଅନେକ ଡାକ୍ତର ସଙ୍ଗଠନ ରାମଦେବଙ୍କ ବିରୋଧରେ ମାମଲା ଦାୟର କରିଥିଲେ ।

Get real time updates directly on you device, subscribe now.