fbpx

୭୮ ବର୍ଷ ପରେ ବିଗିଡ଼ି ଯିବକି ପ୍ରକୃତିର ନିୟମ, ପୃଥିବୀରେ ରାତି ହେବ ନାହିଁ : ସତ ହେବ କି ବାବା ଭେଙ୍ଗା ଭବିଷ୍ୟବାଣୀ

୨୦୨୩ରେ ପୃଥିବୀର କକ୍ଷପଥରେ ପରିବର୍ତ୍ତନ ହେବ, ୫୦୭୯ରେ ଦୁନିଆ ଶେଷ

ନୂଆଦିଲ୍ଲୀ: ୧୧୧ ବର୍ଷ ପୂର୍ବେ ବୁଲଗେରିଆରେ ଜନ୍ମ ହୋଇଥିବା ବାବା ଭେଙ୍ଗା ଅନେକ ଭବିଷ୍ୟବାଣୀ କରିଛନ୍ତି । ବାବା ଭେଙ୍ଗାଙ୍କ ଦ୍ୱାରା କରାଯାଇଥିବା ଅନେକ ଭବିଷ୍ୟବାଣୀ ସତ୍ୟ ସାବ୍ୟସ୍ତ ହୋଇଛି । ୧୨ ବର୍ଷ ବୟସରେ ସେ ଏକ ଝଡ଼ରେ ନିଜର ଦୃଷ୍ଟି ଶକ୍ତି ହରାଇଥିଲେ, କିନ୍ତୁ ଭବିଷ୍ୟବାଣୀ ବାବା ଭେଙ୍ଗାଙ୍କୁ ସାରା ବିଶ୍ୱରେ ପ୍ରସିଦ୍ଧିଲାଭ କରିଥିଲା । ତାଙ୍କ ମୃତ୍ୟୁ ପୂର୍ବରୁ ବାବା ଭେଙ୍ଗା ୨୦୨୨ ଏବଂ ତା’ପରେ ଅନେକ ଗୁରୁତ୍ୱପୂର୍ଣ୍ଣ ଭବିଷ୍ୟବାଣୀ କରିଛନ୍ତି । ସେହି ଭବିଷ୍ୟବାଣୀଗୁଡିକ କ’ଣ, ଆସନ୍ତୁ ଏହାକୁ ଜାଣିବା … ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ ଅନୁଯାୟୀ ୨୦୨୩ରେ ପୃଥିବୀର କକ୍ଷପଥରେ ପରିବର୍ତ୍ତନ ହେବ ଏବଂ ଏହି ମହାକାଶଚାରୀ ମାନେ ୨୦୨୮ ରେ ଶୁକ୍ର ଯାତ୍ରା କରିବେ । ୨୦୪୬ ମସିହାରେ ଲୋକମାନେ ଅଙ୍ଗ ପ୍ରତିରୋପଣ ସାହାଯ୍ୟରେ ୧୦୦ ବର୍ଷରୁ ଅଧିକ ବଞ୍ଚିପାରିବେ ।

ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ ଅନୁଯାୟୀ, ୨୧୦୦ ମସିହାରୁ ପୃଥିବୀରେ କୌଣସି ରାତି ହେବ ନାହିଁ । କୃତ୍ରିମ ସୂର୍ଯ୍ୟକିରଣ ଦ୍ୱାରା ପୃଥିବୀ ଅନ୍ୟପାଖ ଆଲୋକିତ ହେବ । କେବଳ ଏତିକି ନୁହେଁ, ବାବା ଭେଙ୍ଗାଙ୍କ ପୂର୍ବାନୁମାନ ଅନୁଯାୟୀ, ବିଶ୍ୱ ୫୦୭୯ରେ ଶେଷ ହେବ । ୨୦୨୨ ବର୍ଷ ପାଇଁ ବାବା ଭେଙ୍ଗା ଦୁଇଟି ଭବିଷ୍ୟବାଣୀ କରିଥିଲେ । ଏସିଆ ଏବଂ ଅଷ୍ଟ୍ରେଲିଆର କିଛି ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବ ବୋଲି ଏଥିରେ କୁହାଯାଇଥିଲା । ଏହି ଭବିଷ୍ୟବାଣୀ ସତ୍ୟ ହୋଇଛି, କାରଣ ଚଳିତ ବର୍ଷ ଏହି ଦୁଇ ମହାଦେଶରେ ପ୍ରବଳ ବର୍ଷା ହୋଇଛି ଏବଂ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଏସିଆ, ବାଂଲାଦେଶ, ଉତ୍ତର ପୂର୍ବ ଭାରତ ଏବଂ ଥାଇଲ୍ୟାଣ୍ଡରେ ବନ୍ୟା ପରିସ୍ଥିତି ସୃଷ୍ଟି ବି ହୋଇଛି ।

ଅନ୍ୟପକ୍ଷରେ ବାବା ଭେଙ୍ଗା କହିଛନ୍ତି ଯେ ମରୁଡ଼ି ଯୋଗୁଁ କେତେକ ସହରରେ ଜଳ ଅଭାବର ସମ୍ମୁଖୀନ ହେବେ । ତାଙ୍କର ଭବିଷ୍ୟବାଣୀ ମଧ୍ୟ ସତ୍ୟ ପ୍ରମାଣିତ ହୋଇଛି । କାରଣ ପର୍ତ୍ତୁଗାଲ ଏହାର ନାଗରିକମାନଙ୍କୁ ଜଳ ବ୍ୟବହାରକୁ ସୀମିତ କରିବାକୁ କହିଛି । ୧୯୫୦ ଦଶକରୁ ଇଟାଲୀ ମଧ୍ୟ ବର୍ତ୍ତମାନ ସବୁଠାରୁ ଖରାପ ମରୁଡ଼ି ସ୍ଥିତିରେ ଗତି କରୁଛି ।

Get real time updates directly on you device, subscribe now.