ଅମିତାଭ ବଚ୍ଚନ ୩୬୫ ଦିନରେ ୩୫୦ କୋଟି କଲେ ରୋଜଗାର, ଅଧିକ ଟ୍ୟାକ୍ସ ଦେଉଥିବା ଲୋକଙ୍କ ମଧ୍ୟରେ ହେଲେ ସାମିଲ

୩୬୫ ଦିନରେ ୩୫୦ କୋଟି ରୋଜଗାର କଲେ ଅମିତାଭ ବଚ୍ଚନ

ନୂଆଦିଲ୍ଲୀ: ବଲିଉଡ ସୁପରଷ୍ଟାର ବିଗ୍ ବିଙ୍କ ଶୋ ‘କୌନ ବନେଗା କରୋଡପତି’ ଲୋକଙ୍କ ଅତି ପ୍ରିୟ । ୮୨ ବର୍ଷୀୟ ଅମିତାଭ ବଚ୍ଚନ ଲଗାତାର କାମ କରୁଛନ୍ତି ଏବଂ କୋଟି କୋଟି ଟଙ୍କା ରୋଜଗାର କରୁଛନ୍ତି ।

ରିପୋର୍ଟ ମୁତାବକ ୨୦୨୪-୨୫ ଆର୍ଥିକ ବର୍ଷରେ ଅମିତାଭ ବଚ୍ଚନ ୩୫୦ କୋଟି ଟଙ୍କା ରୋଜଗାର କରିଛନ୍ତି । ଏଥିପାଇଁ ସେ ଭାରତ ସରକାରଙ୍କୁ କୋଟି କୋଟି ଟଙ୍କାର ଟ୍ୟାକ୍ସ ବି ଦେଉଛନ୍ତି । ସେ ଅଧିକ ଟ୍ୟାକ୍ସ ଦେଉଥିବା ଅଭିନେତା ହୋଇଛନ୍ତି ।

ରିପୋର୍ଟ ମୁତାବକ, ଆର୍ଥିକ ବର୍ଷ ୨୦୨୪/୨୦୨୫ରେ ୩୫୦ କୋଟି ଟଙ୍କା ଅମିତାଭ ବଚ୍ଚନ ରୋଜଗାର କରିଛନ୍ତି । ସେ ଭାରତର ସବୁଠୁ ଭଲ ଭଲ ଆଡଭଟାଇଜମେଣ୍ଟ କରିଛନ୍ତି ।

ଏଥିସହ ବିଗ୍ ବି ନିଜର ଶୋ ‘କୌନ ବନେଗା କରୋଡପତି’ ରେ ଖୁବ ଟଙ୍କା ରୋଜଗାର କରିଛନ୍ତି । ଏହି ସମସ୍ତ ରୋଜଗାରକୁ ମିଶାଇ ସେ ୩୫୦ କୋଟି ହେଉଛି ।

୩୫୦ କୋଟି ଟଙ୍କାର ରୋଜଗାରରେ ଅମିତାଭ ବଚ୍ଚନ ୧୨୦ କୋଟି ଟଙ୍କା ଟ୍ୟାକ୍ସ ଦେଇଛନ୍ତି । ଅମିତାଭ ବଚ୍ଚନ ନିଜର ଆଡଭାନ୍ସ ଟ୍ୟାକ୍ସର ଶେଷ ଇନଷ୍ଟଲମେଣ୍ଟର ପେମେଣ୍ଟ କରିସାରିଛନ୍ତି ।

ଏହା ୫୨.୫୦ କୋଟି ଟଙ୍କା ଥିଲା । ବିଗ୍ ବି ଏହି ପେମେଣ୍ଟ ମାର୍ଚ୍ଚ ୧୫, ୨୦୨୫ ସୁଦ୍ଧା ଭରିଛନ୍ତି । ଏଥିସହ ସେ ଭାରତରେ ସବୁଠୁ ଅଧିକ ଟ୍ୟାକ୍ସ ଦେଉଥିବା ଭାରତୀୟଙ୍କ ମଧ୍ୟରେ ସାମିଲ ହୋଇଛନ୍ତି । ଏହା ପୂର୍ବରୁ ସେ ୨୦୨୪ରେ ସମୁଦାୟ ୭୧ କୋଟି ଟଙ୍କା ଟ୍ୟାକ୍ସ ଦେଇଥିଲେ ।