fbpx
BSKY SKY
BSKY SKY

ହଜମ ପ୍ରକ୍ରିୟା ଠିକ୍ ରଖିବାକୁ ନିୟମିତ ତୁଳସୀ ପତ୍ର ଖାଇଥାନ୍ତି ଅମିତାଭ ବଚ୍ଚନ

BSKY

ଫିଟ୍ ରହିବାକୁ କିଏ ବା ନ ଚାହେଁ । ଏଥିପାଇଁ କିଏ କେତେ ଉପାୟ ଗ୍ରହଣ କରିଥାଏ ଓ କିଏ କେତେ ପଇସା ପାଣି ପରି ଖର୍ଚ୍ଚ କରିଥାଏ ତାର ହିସାବ କରିବା କଷ୍ଟକର । ବହୁ ଲୋକ ସବୁ ଉପାୟ ଗ୍ରହଣ କରିବା ସତ୍ତେ୍ୱ ମଧ୍ୟ ଏଥିରେ ଅସଫଳ ହୋଇଥାନ୍ତି । ତେବେ ଏହି କ୍ରମରେ ଆମେ ବଲିଉଡ୍ ବାଦଶାହା ଅମିତାଭ ବଚ୍ଚନଙ୍କ ଫିଟନେସ୍ ଉପରେ ଦୃଷ୍ଟି ପକାଇବା ।

ଅମିତାଭ ବଚ୍ଚନ ଏବେ ୮୦ ବର୍ଷରେ ପଦାର୍ପଣ କଲେଣି । କିନ୍ତୁ ସେ ଏବେ ଯେପରି ଫିଟ୍ ଅଛନ୍ତି ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଥାଏ ।
ଆମେ ସମସ୍ତେ ଏହା ଭଲଭାବେ ଜାଣୁ ଯେ ସେଲିବ୍ରେଟିମାନେ ନିଜକୁ ଫିଟ୍ ରଖିବା ଲାଗି ସର୍ବଦା ପ୍ରୟାସ କରିଥାନ୍ତି । କିନ୍ତୁ ବୟସ ୮୦ ଛୁଇଁବା ପରେ ବି ଅମିତାଭ ବଚ୍ଚନ ଏତେ ଫିଟ୍ ରହିବା ନିଶ୍ଚିତ ଭାବରେ ଏକ ବିସ୍ମ୍ରୟର କଥା । ଏବେବି ଅମିତାଭ ଯେତେବେଳେ ସ୍କ୍ରିନରେ ନଜର ଆସୁଛନ୍ତି ସେତେବେଳେ ତାଙ୍କ ସାମ୍ନାରେ ଯୁବ କଳାକାରଙ୍କ ଏନର୍ଜି ବି ଫିକା ପଡିଯାଉଛି ।

ତେବେ ବିଗ୍ ବିଙ୍କ ଏହି ଫିଟନେସ୍ ପଛରେ ତାଙ୍କର ବର୍ଷ ବର୍ଷର ପରିଶ୍ରମ ଲୁଚି ରହିଛି । ବଚ୍ଚନ ତାଙ୍କ ମର୍ଣ୍ଣିଂ ରୁଟିନକୁ ନେଇ ବହୁତ ଯତ୍ନବାନ ହୋଇଥାନ୍ତି । କାରଣ ଏହା ତାଙ୍କୁ ସାରା ଦିନ ଶକ୍ତି ଯୋଗାଇ ଥାଏ । ସେ ତାଙ୍କ ଦିନର ଆରମ୍ଭ ଏକ୍ସରସାଇଜ୍ରୁ ହିଁ କରିଥାନ୍ତି । ଏକ୍ସରସାଇଜ ସମୟରେ ସେ ଏକ ସେଓ ହିଁ ଖାଇଥାନ୍ତି ଏବଂ ଖୁବ୍ ପାଣି ପିଇଥାନ୍ତି । ସକାଳେ ବଚ୍ଚନ ହାଲକା ଫୁଲକା ଜିମ୍ କରିବା ପରେ ବ୍ରିଦିଂ ଏକ୍ସରସାଇଜ୍ କରିଥାନ୍ତି । ଏହାସହିତ ଯୋଗ ଓ ପ୍ରାଣାୟମ ବି କରିଥାନ୍ତି ।

ନିଜ ବ୍ଲଗରେ ଅମିତାଭ କହିଛନ୍ତି ଏକ୍ସରସାଇଜ ପରେ ସେ ୨୦ ମିନିଟ୍ ପାଇଁ ଚାଲିଥାନ୍ତି ଯଦ୍ଦ୍ୱାରା ତାଙ୍କ ଶରୀରରେ ରକ୍ତ ସଂଚାଳନ ସ୍ୱଭାବିକ ରହିଥାଏ । ବ୍ରେକଫାଷ୍ଟରେ ଅମିତାଭ ଦଲିଆ, ଅଣ୍ଡା ଭୁଜିଆ, କ୍ଷୀର, କିମ୍ବା ପ୍ରୋଟିନ ଡ୍ରିଙ୍କ ଆଦି ଗ୍ରହଣ କରିଥାନ୍ତି । ଏହାପରେ ସେ ପଇଡ ପାଣି, ଅଁଳା ଜୁସ୍, ତୁଳସୀ ପତ୍ର ଓ ବାଦାମ ଖାଇଥାନ୍ତି ।
ଅମିତାଭ କହିଛନ୍ତି ତୁଳସୀରେ ପ୍ରୋବାଓଟିକ୍ ଗୁଣ ଥିବାରୁ ସେ ନିୟମିତ ତୁଳସୀ ପତ୍ର ଖାଇଥାନ୍ତି । ଏହା ଖାଇବା ଦ୍ୱାରା ହଜମ ପ୍ରକ୍ରିୟା ସ୍ୱଭାବିକ ଭାବରେ କାମ କରିଥାଏ । ବାର୍ଦ୍ଧକ୍ୟରେ ନିଜକୁ ଏନର୍ଜିଟିକ୍ ରଖିବା ଲାଗି ସକାଳେ ଶୀଘ୍ର ଉଠି ନରମ ଖରାରେ କିଛି ସମୟ ପର୍ଯ୍ୟନ୍ତ ଚାଲିବା ବହୁତ ଲାଭଦାୟକ ହୋଇଥାଏ ବୋଲି ସେ କହିଛନ୍ତି । ଏହାଦ୍ୱାରା ରାତିରେ ଭଲ ନିଦ ହୋଇଥାଏ । ଏହା ସହିତ ଅମିତାଭ ଗୋଟା ଶସ୍ୟ, ଭିଟାମିନ୍ ଡି, ଭିଟାମନ୍ ବି ୧୨ରେ ଭରପୁର ଭୋଜନ ଯେପରିକି ସୋୟାବିନ୍, ବାଦାମ, ଅଣ୍ଡା, ଦହି ଇତ୍ୟାଦି ।

Get real time updates directly on you device, subscribe now.