fbpx

ରାଜସ୍ଥାନରେ ବଢ଼ିଲା ବ୍ଲାକ ଫଙ୍ଗସ ଆକ୍ରାନ୍ତଙ୍କ ସଂଖ୍ୟା, ଦିଲ୍ଲୀ ଆର୍ମି ହସ୍ପିଟାଲରେ ମଧ୍ୟ ଇଞ୍ଜେକସନ ଅଭାବ

ନୂଆଦିଲ୍ଲୀ: ଦେଶରେ କରୋନା ମାମଲାରେ କିଛି ମାତ୍ରାରେ ସୁଧାର ଆସିଥିଲେ ମଧ୍ୟ ବ୍ଲାକ ଫଙ୍ଗସ ରୋଗୀଙ୍କ ସଂଖ୍ୟା ବଢିବାରେ ଲାଗିଛି । ପରିସ୍ଥିତି ଏଭଳି ହୋଇଛି ରାଜସ୍ଥାନରେ ବ୍ଲାକ ଫଙ୍ଗସ ରୋଗୀଙ୍କ ପାଇଁ ଇଞ୍ଜେକସନର ଅଭାବ ଦେଖାଦେଇଛି । ସେହିଭଳି ଦିଲ୍ଲୀର ଆର୍ମି ହସ୍ପିଟାଲରେ ମଧ୍ୟ ବ୍ଲାକ ଫଙ୍ଗସ ଇଞ୍ଜେକସନର ଅଭାବ ଦେଖାଦେଇଛି । ପୂର୍ବରୁ କେନ୍ଦ୍ର ସରକାର ଗୁଜୁରାଟ, ମହାରାଷ୍ଟ୍ର, ଦିଲ୍ଲୀ ଭଳି କିଛି ରାଜ୍ୟକୁ ବ୍ଲାକ ଫଙ୍ଗସ ଔଷଧ ଯୋଗାଇଥିଲେ ।

ସେନା ଯବାନ ତଥା ଅବସରପ୍ରାପ୍ତ ଯବାନଙ୍କ ମଧ୍ୟରେ ଏପର୍ଯ୍ୟନ୍ତ ୩୦ରୁ ଅଧିକ ବ୍ଲାକ ଫଙ୍ଗସ ମାମଲା ସାମ୍ନାକୁ ଆସିଛି । ସେମାନଙ୍କର ଚିକିତ୍ସା ଦିଲ୍ଲୀର ଦୁଇ ପ୍ରମୁଖ ଆର୍ମି ହସ୍ପିଟାଲରେ କରାଯାଉଛି, ମାତ୍ର ଏହି ଦୁଇ ହସ୍ପିଟାଲରେ ଏବେ Amphotericine-B ଇଞ୍ଜେକସନର ଅଭାବ ଦେଖାଦେଇଛି । ସେନାର ଜଣେ ଡାକ୍ତର କହିଛନ୍ତି ବ୍ଲାକ ଫଙ୍ଗସ ସହ ଲଢେଇରେ ପର୍ଯ୍ୟାପ୍ତ ମାତ୍ରାର ଇଞ୍ଜେକସନ ଦରକାର । ସୂଚନାଯୋଗ୍ୟ, ରାଜସ୍ଥାନରେ ବ୍ଲାକ ଫଙ୍ଗସ ରୋଗୀଙ୍କ ସଂଖ୍ୟା ୨୫୦୦ରୁ ଅଧିକ ରହିଛି । ବ୍ଲାକ ଫଙ୍ଗସରେ ୧୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି ।

Get real time updates directly on you device, subscribe now.