ଆସନ୍ତା ମାସରୁ ନାଗପୁର ଢାଞ୍ଚାରେ ହେବ ଏଲିଭେଟେଡ୍ କରିଡର, ଜାଣନ୍ତୁ ଖର୍ଚ୍ଚ ହେବ କେତେ କୋଟି ?

ଭୁବନେଶ୍ଵର: ଆସନ୍ତା ମାସରୁ ରାଜଧାନୀ ଭୁବନେଶ୍ୱରରେ ଆରମ୍ଭ ହୋଇଯିବ ଏଲିଭେଟେଡ୍ କାମ। ରାଜଧାନୀରେ ନାଗପୁର ଢାଞ୍ଚାରେ କରିଡର କରାଯିବ। ଏ ନେଇ ସୂଚନା ଦେଇଛନ୍ତି ପୂର୍ତ୍ତ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ଜୟଦେବ ବିହାର ଛକରୁ ନନ୍ଦନକାନନ ଯାଏଁ ଏଲିଭେଟେଡ୍ ରୋଡ୍ ହେବ। ଏଥିଲାଗି ୨୭୦୦ କୋଟି ଟଙ୍କା ବ୍ୟୟବରାଦ ହୋଇଛି।

ଏପ୍ରିଲ୍‌ ମାସ ଶେଷ ସୁଦ୍ଧା କାମ ଆରମ୍ଭ ହେବ ଏବଂ ସବୁ ଛକରେ ବାଇପାସ୍ ରୋଡ୍ ରହିବ। ଉପର କରିଡରରେ ମେଟ୍ରୋ ଚାଲିବା ପାଇଁ ବ୍ୟବସ୍ଥା ହୋଇଛି। ରାଜଧାନୀର ମୁଖ୍ୟ ରାସ୍ତାରେ ଭିଡ ହ୍ରାସ ଲାଗି ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି।