fbpx

ବଞ୍ଚାଇଦେଲା ସ୍ମାର୍ଟଫୋନ: ମୋବାଇଲରେ ଗୁଳି ବାଜିବାରୁ ଅଳ୍ପକେ ରକ୍ଷା ପାଇଗଲେ ୟୁକ୍ରେନ ଯବାନ

Advertisement

ନୂଆଦିଲ୍ଲୀ: ଆଜିକାଲି ସ୍ମାର୍ଟଫୋନ ନିଶା ପିଲାମାନଙ୍କୁ ନିଜ ଅକ୍ତିଆରରେ କରି ନେଇଛି । ପିଲାମାନଙ୍କର ଏହା ଏକ ଖରାପ ଅଭ୍ୟାସରେ ପରିଣତ ହୋଇସାରିଛି । କିନ୍ତୁ ଏହି ସ୍ମାର୍ଟଫୋନ ଅନେକ ଭଲ ଗୁଣ ଜୀବନ ସୁଧାରିବାରେ ମୁଖ୍ୟ ଅସ୍ତ୍ର ହୋଇଥାଏ । କିନ୍ତୁ ଋଷ-ୟୁକ୍ରେନ ଯୁଦ୍ଧ ଭିତରେ ଏହି ଅସ୍ତ୍ର ଜଣେ ଯବାନଙ୍କ ଜୀବନ ବଞ୍ଚାଇ ଦେଇଛି । ଋଷ ସୈନିକଙ୍କ ଗୋଟିଏ ଗୁଳି ସିଧା ଆସି ଯବାନଙ୍କ ପକେଟରେ ଥିବା ଏହି ସ୍ମାର୍ଟଫୋନରେ ଲାଗିଥିଲା । ଯାହା ଫଳରେ ମୃତ୍ୟୁ ମୁଖରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଏହି ଯବାନ ।

ସୋଶିଆଲ ମିଡିଆରେ ଏବେ ଏହା ଖୁବ ଭାଇରାଲ ହେବାରେ ଲାଗିଛି । ଋଷ-ୟୁକ୍ରେନ ଯୁଦ୍ଧ ଚାଲିଥିବା ବେଳେ ଗୋଟିଏ ଗୁଳି ମୋବାଇଲ ଫୋନରେ ବାଜିଥିଲା । ଏହାକୁ ଅତିକ୍ରମ କରି ଯବାନଙ୍କ ଶରୀର ପର୍ଯ୍ୟନ୍ତ ପହଞ୍ଚି ପାରି ନଥିଲା ଗୁଳି ରୂପରେ ଆସିଥିବା ଯବାନଙ୍କ ଏହି ମୃତ୍ୟୁ । ଫଳରେ ସ୍ମାର୍ଟଫୋନ ପାଇଁ ଯବାନ ନିଶ୍ଚିତ ମୃତ୍ୟୁମୁଖରୁ ବଞ୍ଚି ଯାଇଛନ୍ତି ବୋଲି କହିଲେ ଅତ୍ୟୁକ୍ତି ହେବନାହିଁ ।

ତେବେ ପୂର୍ବରୁ ମଧ୍ୟ ଏଭଳି ଘଟଣା ଘଟିସାରିଛି । ପୂର୍ବରୁ ସ୍ମାର୍ଟଫୋନ ମଣିଷର ଜୀବନ ବଞ୍ଚାଇ ସାରିଛି । ୨୦୧୬ ମସିହାରେ ଆଫଗାନିସ୍ତାନରେ ନୋକିଆ ୩୦୧ ମଡେଲ ମୋବାଇଲ ଫୋନ ଜଣେ ବ୍ୟକ୍ତିଙ୍କ ଜୀବନ ବଞ୍ଚାଇଥିବା ସେ ଦାବି କରିଥିଲେ । ସେହିପରି ୨୦୧୨ରେ ମଧ୍ୟ ଏମିତି ଏକ ମାମଲା ସାମନାକୁ ଆସିଥିଲା । ନୋକିଆର ଏକ ଫୋନ ପାଇଁ ଜଣେ ବ୍ୟକ୍ତିଙ୍କ ଜୀବନ ବଞ୍ଚି ଯାଇଥିଲା ।

Get real time updates directly on you device, subscribe now.